ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାରିଦିନ ର ବ୍ୟବଧାନରେ ପୁଣି ଲାଗିଲା ମାଓ ପୋଷ୍ଟର

 ମ. ରାମପୁର,୧୮/୪(ମସୀହା): ମ.ରାମପୁର ନିକଟବର୍ତ୍ତୀ ତୁଜଙ୍ଗ ଗ୍ରାମ ସ୍ଥିତ ଶ୍ରୀ ଏଜୁକେଶନ ନିକଟ ଜାମବlହାଲି ଛକ ରେ ଆଜି ଏକ ଗଛରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି l ୪ ଦିନର ବ୍ୟବଧାନ ପରେ ସମାନ ଅଭିଯୋଗ ନେଇ ଶ୍ରୀ ଏଜୁକେଶନ ଘରୋଇ ଶିକ୍ଷାନୁଷ୍ଠାନ ନାଁରେ ପୁଣି ଲାଗିଲା ଲାଲ୍ ବ୍ୟାନର । ରିଷିଡ଼ା ପୂର୍ତ୍ତବିଭାଗ ରାସ୍ତା ତଥା ଜାମବାହାଲି ଛକ ନିକଟରେ ଏକ ଆମ୍ବଗଛରେ ଏହି ବ୍ୟାନର ଲଗାଯାଇଛି । ଶ୍ରୀ ଏଜୁକେସନ୍ ସ୍କୁଲ ତୁଜୁଙ୍ଗ ଝିଅମାନଙ୍କ ସାଥେ ଶାରିରୀକ ନିର୍ଯ୍ୟାତନା ଦିଆଯାଉଛି । ୪ଟି ଝିଅଙ୍କୁ ସେମାନେ ବଳାତ୍କାର କରିଛନ୍ତି ଆଉ ସେମାନେ ଯଦି ଘରେ କହିବେ ତାହାହେଲେ ତାଙ୍କୁ ଜୀବନରୁ ମାରିଦେବା ଧମକ ଦେଇଛନ୍ତି । ସରକାର କିଛି ପଦକ୍ଷେପ ନ ନେବେ ତାହାହେଲେ ଆମେ ସେହି ଶ୍ରୀ ଏଜୁକେସନ ଉପରେ ପଦକ୍ଷେପ ନେବୁ । ଝିଅମାନଙ୍କୁ ସୁରକ୍ଷା ଦିଆଯାଉ । ଝିଅମାନଙ୍କ ଉପରେ ଖରାପ ବ୍ୟବହାର ତାର ପରିମାଣ କଣ ହୁଏ ସିପିଆଇ(ମାଓବାଦୀ) ବୋଲି ଉକ୍ତ ବ୍ୟାନରରେ ଉଲ୍ଲେଖ ରହିଛି । ଏଠାରେ ସୂଚନାଥାଉ କି,ଗତ ଚଉଦ ତାରିଖ ରାତିରେ ମଧ୍ୟ ସମାନ ଏହି ବିଷୟକୁ ନେଇ ସିପିଆଇ(ମାଓବାଦୀ) ଉଲ୍ଲେଖଥିବା ଏକ ବ୍ୟାନର ଲାଗିଥିଲା ଏବଂ ଆଜିର ଏହି ସମାନ ସ୍ଥାନ,ସମାନ ବିଷୟରେ ବ୍ୟାନରକୁ ଦେଖି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ବାରମ୍ବାର ଗୋଟିଏ ଶିକ୍ଷାନୁଷ୍ଠାନ ବିରୋଧରେ ପୋଷ୍ଟର ଲାଗୁଥିବାରୁ ସତରେ ଏହା ମାଓ ପୋଷ୍ଟର ନା ବିରୋଧୀ ଗୋଷ୍ଠୀଙ୍କ କାରନାମା କି ବୋଲି ଲୋକଙ୍କ ମନରେ ସନ୍ଧିହାନ ଦେଖାଦେଇଛି l ଅପରପକ୍ଷେ ଏହି ପୋଷ୍ଟର କୁ ମଧ୍ୟ ଅଣଦେଖା କରାଯାଇ ନପାରେ ଯେ ଏହା ମାଓ ପୋଷ୍ଟର ନୁହେଁ ବୋଲି l ତେବେ ସ୍ଥାନୀୟ ପୁଲିସ୍ ପୋଷ୍ଟର ଜବତ କରି ସତ୍ୟାସତ୍ୟ ତଦନ୍ତ କରୁଛି l

 ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ।

Related posts

ଶ୍ରୀ ଅରବିନ୍ଦ ଯୋଗମନ୍ଦିର ଆନୁକୂଲ୍ୟରେ “ଶିକ୍ଷା କ୍ଷେତ୍ରରେ ବିବର୍ତ୍ତନ, ଜାତୀୟ ଶିକ୍ଷାନୀତି ଓ ଶ୍ରୀ ଅରବିନ୍ଦ” ଶୀର୍ଷକ ମଣ୍ଡଳ ସ୍ତରୀୟ ସମ୍ପlନ ଆୟୋଜିତ

Sunil Chandra Nayak

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଭକ୍ତିରେ ଆହେ ଜଗନ୍ନାଥ

Sunil Chandra Nayak

ଶ୍ରୀ ଉମାକାନ୍ତ ଦାସ ଙ୍କ କବିତା ପୂଜିବି ଚରଣ

Sunil Chandra Nayak

Leave a Comment

error: Content is protected !!