ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଃଖ ଦେଇଗଲା ବାତ୍ୟା ” ଦାନା ” 

ଦୁଃଖ ଦେଇଗଲା ବାତ୍ୟା ” ଦାନା ” 

ବାଲେଶ୍ଵର,୨୭/୧୦/୨୪- ବାତ୍ୟା ” ଦାନା ” ଅପସରି ଯାଇଛି ସତ ହେଲେ ଦେଇଯାଇଛି ଅନେକ ଦୁଃଖ । ବାତ୍ୟା ସାଙ୍ଗକୁ ବର୍ଷା ଲୋକ ମାନଙ୍କୁ ଅଥୟ କରିଥିଲା । ଲୋକ ମାନଙ୍କ ମନରେ ଭୟ ଥିଲା ଅନେକ । ହେଲେ ବାଲେଶ୍ଵର ଜିଲ୍ଲାରେ ସେଭଳି କିଛି ବଡ଼ ଧରଣର କ୍ଷତି ହୋଇ ନଥିଲେ ମଧ୍ୟ ଅନେକ ଗଛ ଉପୁଡି ପଡି ଘର ନଷ୍ଟ କରିବା ସହିତ ରାସ୍ତା ଅବରୋଧ ହୋଇଥିଲା । ପ୍ରବଳ ବାତ୍ଯା ସତ୍ତ୍ୱେ ମଧ୍ୟ ଦମକଳ ବାହିନୀ, ବିଦ୍ଯୁତ୍ ବାହିନୀ, ଓଡ୍ରାଫ ଟିମ୍ ଉଧାର କାର୍ଯ୍ୟରେ ନିୟୋଜିତ ଥିଲେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକ ମାନଙ୍କ ନିରାପଦ ନିମନ୍ତେ ସମସ୍ତ ପ୍ରକାର ବ୍ଯବସ୍ଥା କରାଯାଇଥିଲା । ଯେମିତି କୌଣସି ଲୋକ କ୍ଷତିଗ୍ରସ୍ତ ନ ହୁଅନ୍ତି ସେଥିପାଇଁ ସ୍ଥାନୀୟ ପ୍ରଶାସନ ତୀକ୍ଷ୍ଣ ନଜର ରଖିଥିଲା । ବାତ୍ୟା ଅନେକ ଗଛ ଓ ବିଦ୍ଯୁତ୍ ଖୁଣ୍ଟ ଉପୁଡି ପଡିଥିଲା । ବର୍ତ୍ତମାନ ସୁଦ୍ଧା ମରାମତି କାର୍ଯ୍ୟ ପ୍ରତ୍ୟେକ ଅଞ୍ଚଳରେ ଜାରି ରହିଛି । ପ୍ରତି ବିଭାଗର ଉଦ୍ୟମ ପ୍ରଚେଷ୍ଟାକୁ ସାଧାରଣରେ ମଧ୍ୟ ପ୍ରଶଂସା କରାଯାଇଛି । ତହସିଲ ପକ୍ଷରୁ ପ୍ରତି ଆର ଆଇ ମାନଙ୍କୁ ନିର୍ଦ୍ଦେଶ ହୋଇଛି ପ୍ରତ୍ୟେକ ଗ୍ରାମକୁ ଯାଇ କ୍ଷୟକ୍ଷତି ଆକଳନ ପାଇଁ । ଆର ଆଇ ମଧ୍ୟ ପ୍ରତ୍ୟେକ ଗ୍ରାମକୁ ଯାଇ କ୍ଷୟକ୍ଷତିର ଆକଳନ ଜାରି ରହିଛି । ଖଇରା ବ୍ଲକ ତାଳମହୁରୀ ଗ୍ରାମର ଗଦାଧର ବେହେରା, ରମେଶ ବେହେରା, ଭାସ୍କର ବେହେରା, ଲୋଚନ ବେହେରା, ମହେନ୍ଦ୍ର ବେହେରା, ଅକ୍ଷୟ ବେହେରା, ବିଜୟ ବେହେରା ଓ କୁମୁଦ ରଞ୍ଜନ ବେହେରାଙ୍କ ଘର ବାତ୍ୟାରେ ନଷ୍ଟ ହୋଇଥିବା ଖବର ଖଇରା ଆର ଆଇ ଏବଂ ତାଙ୍କ ଷ୍ଟାଫ୍ ସର୍ଜମିନ୍ କରିଛନ୍ତି । ଏଥି ସହିତ ଜିଲ୍ଲାର ବିଭିନ୍ନ ଗ୍ରାମକୁ ଆର ଆଇ ଏବଂ ତାଙ୍କ ଷ୍ଟାଫ୍ ଭ୍ରମଣ କରି କେଉଁଠି କାହାର କି ପ୍ରକାର କ୍ଷତି ହୋଇଛି ତନ୍ନ ତନ୍ନ କରି ତଦନ୍ତ କରୁଛନ୍ତି । ବିଦ୍ଯୁତ୍ କର୍ମଚାରୀ ମାନେ ଅକ୍ଳାନ୍ତ ପରିଶ୍ରମ କରି ଯୁଦ୍ଧକାଳୀନ ଭିତ୍ତିରେ ଲୋକ ମାନଙ୍କୁ ବିଦ୍ଯୁତ୍ ଯୋଗାଇ ଦେବାରେ ସକ୍ଷମ ହୋଇଛନ୍ତି । ବର୍ଷା ଜଳରେ ଅନେକ ଚାଷଜମି ଜଳମଗ୍ନ ଥିଲା ବର୍ତ୍ତମାନ ପାଣି ପ୍ରାୟ ସୁଖିଗଲାଣି । ତଥାପି ଚାଷଜମି ନଷ୍ଟକୁ ଏଡାଇ ହେବନାହିଁ । ବିଳମ୍ବରେ ପାଣି ବିଳମ୍ବ ଚାଷକୁ ବାତ୍ୟା ” ଦାନା ” ଅନେକ ଲୋକଙ୍କୁ ଦେଇଛି ଦୁଃଖ । ଲୋକମାନେ କେତେ ଆଶା ନେଇ ଚାଷ କରିଥିଲେ ଵର୍ଷକ ପାଇଁ ଦାନା ମୁଠେ ସଂଗ୍ରହ କରିବା ପାଇଁ ହେଲେ ବାତ୍ୟା ” ଦାନା ” ଛଡ଼ାଇ ନେଇ ସେବବୁ । ଜିଲ୍ଲାର ଅନେକ ସ୍ଥାନରେ ତାଣ୍ଡବଲୀଳା ରଚିଛି ବାତ୍ୟା ” ଦାନା ” । ଅନେକ ଚାଷଜମି କରିଛି କ୍ଷତି ଯାହାକି ଲୋକ ମାନଙ୍କୁ ଅନେକ ବାଧିଛି । କଥାରେ କୁହନ୍ତି ” ଦୁଃଖ ଦେଇଗଲା ଦରଦୀ ବନ୍ଧୁ ” କିନ୍ତୁ ଜିଲ୍ଲାର ଅନେକ ସ୍ଥାନରେ ଅନେକ ଲୋକଙ୍କୁ ବାତ୍ୟା ” ଦାନା ” ଦେଇଛି ଦୁଃଖ । ସିମୁଳିଆ ନିର୍ବାଚନର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଏବଂ ବର୍ତ୍ତମାନର ବିଧାୟକ ପଦ୍ମଲୋଚନ ପଣ୍ଡା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖୁଛନ୍ତି ଓ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟି ସୁଖଦୁଃଖ ପଚାରି ବୁଝୁଛନ୍ତି । ସରକାର ମଧ୍ୟ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । କ୍ଷୟକ୍ଷତି ଆକଳନ ପରେ କି ପ୍ରକାର ସହାୟତା ପ୍ରଦାନ କରୁଛନ୍ତି ମୋହନ ସରକାର ସାଧାରଣରେ ଦେଖିବାକୁ ବାକି ରହିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ନର୍ଲା ଅଞ୍ଚଳରେ ଦୋରା ସମାଜର ନୂତନ କମିଟି ଗଠନ

masiha

Leave a Comment

error: Content is protected !!