ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟା ମାମଲା… ଦୁଇ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍

ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟା ମାମଲା…

ଦୁଇ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍

ଗତ ୨୦୧୫ ମସିହାରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଆମଜୋର ଗ୍ରାମର ଖଗେଶ୍ବର ରାଉତ ଓ ଗଦାଧର ରଣା ମିଶି ମନୁ ରଣା ନାମକ ବ୍ୟକ୍ତି ଙ୍କୁ ହତ୍ୟା କରିଥଲେ। ମନୁ ରଣା କୁ ଗାମୁଛା ରେ ତଣ୍ଟିଚିପି ହତ୍ୟା କରିବା ପରେ ନିକଟସ୍ଥ ଶିଶୁ ଘାଟି ଡଙ୍ଗର ରେ ଫିଙ୍ଗି ଦେଇଥିଲେ। ଏହି ଘଟଣା କୁ ନେଇ ଆଜି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ ଦୁଇ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି। 

ଘଟଣା ରୁ ପ୍ରକାଶ ଯେ, ଜୟପାଟଣା ଥାନା ଅନ୍ତର୍ଗତ ଆମଜୋର ଗ୍ରାମର ମନୁ ରଣା ତାଙ୍କ ଗ୍ରାମରେ ଚୋରା ମଦ ବିକ୍ରି କରିବା ସହ ଗ୍ରାମର ଏକ ପୋଖରୀ ରେ ମାଛ ଚାଷ କରି ଥିଲେ। ଅଭିଯୁକ୍ତ ଗଦାଧର ରଣା ଓ ଖଗେଶ୍ବର ରାଉତ ଙ୍କ ଚାଷ ଜମି ପୋଖରୀ ର ଅନ୍ୟ ପାର୍ଶ୍ବରେ ଥିଲା ଓ ଅଭିଯୁକ୍ତ ମାନେ ପୋଖରୀ ହୁଡା ରେ ନିଜ ଜମି କୁ ଯାତାୟତ କରୁଥିଲେ। ପୋଖରୀ ହୁଡା ରେ ଯାତାୟତ ନ କରିବା ପାଇଁ ମୃତକ ଜଣକ ଏହି ଦୁଇଜଣ ଙ୍କୁ ଗାଳି ଗୁଳଜ କରିବା ସହିତ ହତ୍ୟା ଧମକ ମଧ୍ୟ ଦେଇ ଥିଲେ 

ଏହି ଘଟଣା କୁ ନେଇ ଅଭିଯୁକ୍ତ ଦୁଇ ଜଣ ମନୁ ରଣା ଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ମନୁ ରଣା ଗତ ୭/୧୦/୨୦୧୫ ତାରିଖ ସକାଳ ୫ଟା ରେ କୁଟୁରୁ ମଦ ଭାଟି କୁ ମଦ ଆଣି ବାକୁ ଯାଇ ଫେରୁଥିବା ବେଳେ ପୁର୍ବ ଯୋଜନା ଅନୁଯାୟୀ ଜଙ୍ଗଲ ପାଖରେ ଜଗି ରହିଥିବା ଦୁଇ ଜଣ ଅଭିଯୁକ୍ତ ମନୁ ରଣା ଙ୍କୁ ଗାମୁଛା ରେ ତଣ୍ଟିଚିପି ହତ୍ୟାକରି ମାଠିଆ ପଦର ଗ୍ରାମର ଶିଶୁଭାଟି ଡଙ୍ଗର ରେ ଫିଙ୍ଗି ଦେଇଥିବ

ଏହି ଘଟଣା କୁ ନେଇ ମୃତକ ର ବଡ଼ ଭାଇ କୃପାସିନ୍ଧୁ ରଣା ଜୟପାଟଣା ଥାନା ରେ ଏତଲା ଦେଇଥିଲେ l ଜୟପାଟଣା ପୋଲିସ କେସ ନ ୨୮୩ ତାରିଖ ୯/୧୦/୨୦୧୫ ଦଫା ୩୦୨/୨୦୧/ ୩୪ ରେ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l

 ଆଜି ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୋୖରା ଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ ଦୁଇ ଅଭିଯୁକ୍ତ ଆଜୀବନ କାରାଦଣ୍ଡ ଶୁଣାଇବା ସହିତ ଦଶ ହଜାର ଟଙ୍କା ଆର୍ଥିକ ଦଣ୍ଡାଦେଶ ଶୁଣାଇଛନ୍ତି ଓ ଜୋରିମାନା ଅର୍ଥ ଜମା ନ କଲେ ଆହୁରି ୬ ମାସ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲା କୁ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ପରିଚାଳନା କରୁଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଫାଶୀ ଦେଇ ମହିଳାଙ୍କ ଆତ୍ମହତ୍ୟା

masiha

ବେକରେ ଦୌଡ଼ି ଦେଇ ମହିଳା ଙ୍କ ଆତ୍ମହତ୍ୟା

Sunil Chandra Nayak

ଜୁନାଗଡ଼ ଠାରେ ଅବକାରୀ ବିଭାଗ ତରଫରୁ ଏକଲକ୍ଷ ଟଙ୍କା ର ଗଞ୍ଜେଇ ଜବତ ୨ ଗିରଫ ଓ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!