ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିପାବଳି ଉତ୍ସବରେ ମାଇଭାରତର ସ୍ୱଚ୍ଛତା କାର୍ଯ୍ୟକ୍ରମ

ଦିପାବଳି ଉତ୍ସବରେ ମାଇଭାରତର ସ୍ୱଚ୍ଛତା କାର୍ଯ୍ୟକ୍ରମ

ଭାରତ ସରକାରଙ୍କର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତରଣାଳୟ ଅଧିନସ୍ତ ମାଇ ଭାରତ, ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଭବାନୀପାଟଣା ପୌରପାଳିକାର ମିଳିତ ଆନୁକୁଲ୍ୟରେ ଏକ ବିଶାଳ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା।

ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଭବାନୀପାଟଣା ସହରର ଡେଲି ମାର୍କେଟ ଓ ଫଟାକା ବଜାର ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ସତ୍ୟ ସମ୍ପୂର୍ନା ରାଉତ ଥିବାବେଲେ ଶ୍ରୀ ରମେଶ ଚନ୍ଦ୍ର ପାଢ଼ି,କଳାହାଣ୍ଡି ଜିଲ୍ଲା କ୍ରୀଡ଼ା ଅଧିକାରୀ , ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଏଥିରେ ଶ୍ରୀ ଭୂପିନ୍ଦର ନାୟକ ଜୱାନ ଫିଯିକାଲ୍ ଏକଡେମୀର ମୁଖ୍ୟ ଓ ଶ୍ରୀ ସୁନୀଲ ପାଢ଼ି, ଦୂରଦର୍ଶନ ପ୍ରତିନିଧି ଅଂଶଗ୍ରହଣଥିଲେ । ଏହି ସ୍ୱଚ୍ଛତା ଅଭିଯାନରେ ଭବାନୀପାଟଣାର ଡେଲି ମାର୍କେଟ ଅଞ୍ଚଳକୁ ସ୍ୱଚ୍ଛ କରାଯାଇଥିଲା। ଦିପାବଳିର ଉତ୍ସବରେ ସ୍ୱଚ୍ଛତାର ଏହି ଅଭିଯାନ ସ୍ଥାନୀୟ ବାସିନ୍ଦାଙ୍କର ଆଗ୍ରହକୁ ପ୍ରକାଶ କରଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜୱାନ ଫିଯିକାଲ୍ ଏକଡେମୀ ଭବାନୀପାଟଣାର ଓ କଳାହାଣ୍ଡିର ବିଭିନ୍ନ ଯୁବ ଅନୁଷ୍ଠାନର ସ୍ୱେଚ୍ଛାସେବୀ ମାନେ ଶତାଧିକ ମାତ୍ରରେ ଅଂଶ୍ରହଣ କରିଥିଲେ । ଏବଂ ଏହି କାର୍ଯ୍ୟକ୍ରମ ରେ ମାଇ ଭାରତ ର ସ୍ୱେଚ୍ଛାସେବୀ ଶମ୍ଭୁ ବିଶି, ଚୁଲମଣି ମାଝୀ, ପ୍ରେମିକା ନାଗ, ସାତ୍ବିକା , ନିତିନ୍ ସହଯୋଗ କରିଥିଲେ।

Related posts

ଥନଟ ଗ୍ରାମକୁ ଭଲ ରାସ୍ତାଟିଏ କେବେ? ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି କାର୍ଯ୍ୟ କ୍ରମରେ ଆର ଡି,ରାସ୍ତା ସଂଯୋଗ ପାଇଁ ଥନଟ ଗ୍ରାମବାସୀ ଙ୍କ ଅଭିଯୋଗ

Sunil Chandra Nayak

କନ୍ଧମାଳ ଜିଲ୍ଲା ସ୍ତରୀୟ ବନାଗ୍ନି ନିରାକରଣ ଓ ପ୍ରତିରୋଧ ବୈଠକ 

masiha

କମାଲ କଲେ ସହିଦ୍ ଙ୍କ ପୁଅ  ୯୯.୨% ନମ୍ବର ରଖି ଜିଲ୍ଲାରେ ଟପ୍ପର… ଦକ୍ଷିଣୀ ଶୌଣ୍ଢିକ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧନା…

Sunil Chandra Nayak

Leave a Comment

error: Content is protected !!