ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତର୍କତା ସପ୍ତାହ ପାଳନ ଉପଲକ୍ଷେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ସତର୍କତା ସପ୍ତାହ ପାଳନ ଉପଲକ୍ଷେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ରାଉରକେଲା: ଜାତୀୟ ସତର୍କତା ସପ୍ତାହ ପାଳନ ଉପଲକ୍ଷେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଏନ୍‌ସିସି, ଏନ୍‌ଏସ୍‌ଏସ୍‌ ଏବଂ ଯୁବ ରେଡ୍‌କ୍ରସ୍‌ ଶାଖାର ମିଳିତ ସହଯୋଗରେ ପ୍ରଥମେ ଏକ ଶପଥ ଗ୍ରହଣ ସମାରୋହ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟକୁମାର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇ ସତର୍କତା ସମ୍ପର୍କୀତ ବିଭିନ୍ନ ନିୟମର ଅନୁପାଳନ ସହିତ କୌଣସି କାର୍ଯ୍ୟରେ ଦୁର୍ନୀତିକୁ ପ୍ରଶ୍ରୟ ଦେବେନାହିଁ ବୋଲି ଶପଥ ନେଇଥିଲେ । ଏନ୍‌ଏସ୍‌ଏସ୍‌ ଶାଖାର ସଂଯୋଜକ ଅଧ୍ୟାପକ ସମୀର ସୌରଭ ପୃଷ୍ଟିଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ପ୍ରଶାନ୍ତ ସେଠୀଙ୍କ ସମେତ ଅନ୍ୟମାନ୍ନେ ଉପସ୍ଥିତ ଥିଲେ। ଏଥିରେ ପ୍ରଫେସର ଡ. ବେହେରା ଚଳିତ ବର୍ଷ ସତର୍କତା ଜାଗରଣ ସପ୍ତାହ ପାଳନର ପ୍ରସଙ୍ଗ ‘ସତ୍ୟନିଷ୍ଠା ସଂସ୍କୃତିରେ ରାଷ୍ଟ୍ରର ସମୃଦ୍ଧି’ ସମ୍ପର୍କରେ ସୂଚନା ଦେଇଥିଲେ ।

ସେହିଭଳି ସତର୍କତା ସପ୍ତାହ ପାଲନ ଉପଲକ୍ଷେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଏବଂ ଇଂରାଜୀରେ ବକ୍ତୃତା ସହିତ କାର୍ଟୁନ୍‌ ତିଆରି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାଗୁଡ଼ିକରେ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ଛାତ୍ରଛାତ୍ରୀଙ୍କ ସମେତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଆସନ୍ତା ୩୦ ତାରିଖ ଦିନ ସତର୍କତା ସମ୍ପର୍କୀତ ବିଷୟକୁ ନେଇ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ମୁଣ୍ଡ ପରାଶର ର ଦ୍ୱିତୀୟ ପାରିବାରିକ ମିଳନ ସହ ବଣଭୋଜି ଅନୁଷ୍ଠିତ 

Sunil Chandra Nayak

ରବି ଫସଲ ପାଇଁ ଜଳ ଯୋଗାଣ ନିମନ୍ତେ ‘ କୃଷକ ଉତ୍ପାଦକ ସଂଗଠନ’ , ରାଇରଙ୍ଗପୁର ପକ୍ଷରୁ ଜଳ ସଂପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର 

masiha

ନବରଙ୍ଗପୁର ଜିଲ୍ଲାରେ ବିଶ୍ୱ ପରିବେଶ ଦିନସ ପାଳିତ: ୧୦ ଟି ବ୍ଳକରୁ ୧୦ ଜଣ  ପ୍ରକୃତି ବନ୍ଧୁ ସମ୍ମାନରେ ହେଲେ ସମ୍ମାନୀତ

Leave a Comment

error: Content is protected !!