ଚଣ୍ଡୀମାତା ହାଇସ୍କୁଲର ଛାତ୍ରୀ ପୁରୀରେ ସମ୍ବର୍ଦ୍ଧିତ
ବାଲେଶ୍ଵର,୧୨/୧୨/୨୩ – ଜଗତରନାଥ ଶ୍ରୀଜଗନ୍ନାଥ ହେଉଛନ୍ତି କୋଟି କୋଟି ଓଡ଼ିଆଙ୍କର ଆରାଧ୍ୟ ଦେବତା ଓ ବିଶ୍ବର ବଡ଼ ଠାକୁର । ତାଙ୍କ ବିଷୟରେ ଯେତେ ଜାଣିଲେ ବି ଜାଣିବାକୁ ଆଗ୍ରହ ହୁଏ । ସେ ହେଉଛନ୍ତି ଏ ପୃଥିବୀର ସବୁଠାରୁ ବଡ଼ ତାନ୍ତ୍ରିକ । ତାଙ୍କ ଦାଣ୍ଡ ହେଉଛି ପୁରୀ ବଡ଼ଦାଣ୍ଡ । ସେଠି କୌଣସି ତନ୍ତ୍ର ସାଧକଙ୍କ ତନ୍ତ୍ର କାମ
କରେନାହିଁ । ସେ ତାଙ୍କର ତନ୍ତ୍ର ବଳରେ ଦେଶ ବିଦେଶରୁ ଭକ୍ତମାନଙ୍କୁ ଟାଣି ଆଣିଥାନ୍ତି ପୁରୀକୁ ଏବଂ ସମସ୍ତଙ୍କୁ ଦର୍ଶନ ମଧ୍ୟ ଦେଇଥାନ୍ତି । ଯିଏ ବଡଦାଣ୍ଡ ପୁରୀକୁ ସ୍ବଚ୍ଛ ମନରେ ଆସିଥାଏ ସେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ମୋକ୍ଷପ୍ରାପ୍ତି ହୋଇ ଫେରିଥାଏ । ହେଲେ ତାଙ୍କର ସଂସ୍କୃତି ଓ ଗୁଢତତ୍ତ୍ବ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ଗୁଢତତ୍ତ୍ବ ବିଷୟରେ ଜାଣିବା ଓ ଜଣାଇବା ନିମନ୍ତେ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ଅହରହ ଉଦ୍ୟମ ଜାରି ରଖିଛି । ଏହି ଚାରଣ ଗୋଷ୍ଠୀ ଦ୍ବାରା ପ୍ରତ୍ୟେକ ବର୍ଷ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ହୋଇଥାଏ କାରଣ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ଗୁଢତତ୍ତ୍ବ ବିଷୟରେ ଅଧିକ କିଛି ଜାଣିବା ଓ ଅନ୍ୟ ମାନଙ୍କୁ କିଛି ଜଣାଇବା । ଯେହେତୁ ସେ ହେଉଛନ୍ତି ବିଶ୍ବ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଓଡ଼ିଆ ମାନଙ୍କର ହୃଦୟର ଦେବତା, ନିହାତି ପକ୍ଷେ ଓଡ଼ିଆ ମାନଙ୍କୁ ତାଙ୍କ ବିଷୟରେ ଜାଣିବା ଜରୁରୀ ଅଟେ । ଚଳିତ ବର୍ଷ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକର ୨୬ଟି ବିଦ୍ୟାଳୟ ଓ ୩ଟି ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି
ଜ୍ଞାନ ପରୀକ୍ଷା ହୋଇଥିଲା । ଜିଲ୍ଲାରୁ ଯେଉଁମାନେ ରାଜ୍ୟକୁ ମନୋନୀତ ହେଲେ ସେମାନେ ପୁରୀ ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ସ୍ତର ପରୀକ୍ଷାରେ ଭାଗ ନେଇଥିଲେ । ଗତ ତା ୧୦/୧୨/୨୦୨୩ ରିଖ ପୁରୀ ଠାରେ ଅନୁଷ୍ଠିତ ହୋଇଥିବା ଜ୍ଞାନ ପରୀକ୍ଷାରେ ଦେଶର ବିଭିନ୍ନ ରାଜ୍ୟରୁ ଆଗ୍ରହୀ ମାନେ ଭାଗ ନେଇଥିଲେ । ସେହି ରାଷ୍ଟ୍ରୀୟ ସ୍ତର ପରୀକ୍ଷାରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋଳିହା ପଞ୍ଚାୟତ ଗୋଳିହା ଗ୍ରାମରେ ଥିବା ଚଣ୍ଡୀମାତା ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ଲିଜା ଦାସ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଛାତ୍ରୀ ଲିଜାଙ୍କ ଘର ଉକ୍ତ ପଞ୍ଚାୟତ କଣ୍ଟାବଣିଆ ଗ୍ରାମର । ପିତା ନିରଞ୍ଜନ ଦାସ ଓ ମାତା ତୁଳସୀ ଦାସଙ୍କର ହେଉଛନ୍ତି ସେ ତୃତୀୟ ସନ୍ତାନ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ଅଧିକ କିଛି ଜାଣିବାର ଆଗ୍ରହ ଥିବାରୁ ସେ ସ୍ବ ଇଚ୍ଛାରେ ଜ୍ଞାନ ପରୀକ୍ଷାରେ ଭାଗନେଇ ଥିଲେ । ଆଗ୍ରହ ଓ ଇଚ୍ଛାଶକ୍ତି ବଳରେ ସେ ଶ୍ରୀଜଗନ୍ନାଥ ନିକଟବର୍ତ୍ତୀ ହୋଇପାରି ଥିବାରୁ ବିଭିନ୍ନ ଭକ୍ତ ତଥା ଅଞ୍ଚଳବାସୀଙ୍କ ନିକଟରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ଲିଜାଙ୍କ ପାଖକୁ । ଆଗାମୀ ଦିନରେ ଆହୁରି ଅଧିକ ଜାଣିବା ନିମନ୍ତେ ଉଦ୍ୟମ ଜାରି ରଖିବେ ବୋଲି ଗଣମାଧ୍ୟମ ସାମ୍ନାରେ ଲିଜା ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଶ୍ରୀଜଗନ୍ନାଥ ଜ୍ଞାନ ସଂସ୍କୃତିର ଜିଲ୍ଲା ପ୍ରଚାରକ ଶିକ୍ଷକ ରମଣୀ ରଞ୍ଜନ ନାୟକଙ୍କ ଦ୍ବାରା ଜିଲ୍ଲା ସ୍ତରରୁ ଯାଇ ରାଜ୍ୟ ସ୍ତରରେ ସ୍ଥାନ ଅଧିକାର କରି ସମ୍ବର୍ଦ୍ଧିତ ହୋଇପାରିଛନ୍ତି । ଏହାର ଶ୍ରେୟ ବିଦ୍ୟାଳୟ ଓ ପ୍ରଚାରକ ଶ୍ରୀ ନାୟକଙ୍କୁ ଦେଇଛନ୍ତି ଲିଜା ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ


