ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିରରେ ୫୫ ଟି ଅଭିଯୋଗ ଶୁଣାଣି ଅନୁଷ୍ଠିତ

ବନ୍ଧୁଗାଁ ବ୍ଲକରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିରରେ ୫୫ ଟି ଅଭିଯୋଗ ଶୁଣାଣି ଅନୁଷ୍ଠିତ

ବନ୍ଧୁଗାଁ ତା ୧୧/୧୨/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଆଜି ଜିଲ୍ଲା ପିଡି ଙ୍କ ଉପସ୍ଥିତିରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଆଜି ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣିରେ କୋରାପୁଟ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଆସିଲବାଦ୍ ଙ୍କ ଉପସ୍ଥିତ ରହିଥିଲା । ଜିଲ୍ଲା ସ୍ତରୀୟ ଅନେକ ବିଭାଗ ଅଧିକାରୀ ମାନଙ୍କ ମଧ୍ୟରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା,ଏଡିଏମ ରାଜେନ୍ଦ୍ର ମାଝି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେନ୍ଦ୍ର ନାହାକ, ଜିଲ୍ଲା ମେଲେରିଆ ଅଧିକାରୀ ଡାକ୍ତର ସୁଶାନ୍ତ ଦାସ, ବିଡ଼ିଓ ଶ୍ରୀ ଅଭିଷେକ ବିଶ୍ୱଜିତ ସେଠୀ, ବ୍ଲକ ଉପାଧକ୍ଷା ଗୀତାଞ୍ଜଳୀ ପିଡ଼ିକା,ବ୍ଲକ ଗୋଷ୍ଠି ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମି ରଞ୍ଜନ ସାମଲ,, ସ୍ଥାନୀୟ ତହସିଲଦାର ସୋନାଲି ପାତ୍ର , ଗୋଷ୍ଟି ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ର , ମଙ୍ଗଳ ବିଭାଗ ଅଧିକାରୀ ଚନ୍ଦନ କୁମାର ସ୍ୱାଇଁ ଓ ଅନେକ ଜିଲ୍ଲା ସ୍ତରୀୟ କର୍ମଚାରୀ ଉପସ୍ଥିତ ରହି ଥିଲେ। ଅଭିଯୋଗ ଶୁଣାଣି ଶିବିରରେ ୫୫ ଟି ବିଭିନ୍ନ ସମସ୍ୟାକୁ ନେଇ ଅଭିଯୋଗ ଶୁଣାଣି ହୋଇଥଲା। ଆଜିର ଏହି ଅଭିଯୋଗ ଶୁଣାଣିରେ ମୁଖ୍ୟତଃ ଘର, ସ୍ଵାସ୍ଥ୍ୟ, ଶିକ୍ଷା , ପିଇବା ପାଣି, ମିଶନ ଶକ୍ତି , କୃଷି ବିଭାଗ ଓ ନରେଗା ଉପରେ ଅଭିଯୋଗ ଗୁଡିକ ଆସିଥିଲା। ମିଶନ ଶକ୍ତି ବିଭାଗ ତରଫରୁ ଅଳ୍ପ ଦିନ ତଳେ ଏମବିକେ ନ ଥାଇ କେ ଜାଗୁଗୁଡା ପଞ୍ଚାୟତର ଯୁବତୀ ସ୍ଥାନୀୟ କିଛି ଏସ ହେଚ୍ଚ ଜି ଦଳଙ୍କୁ ବ୍ୟାଙ୍କ ଲୋନ୍ କରାଇ ଦେବା ନାମରେ ଟଙ୍କା ହଡ଼ପ କରି ଥିଲେ । ଉକ୍ତ ମହିଳାଙ୍କ ବିରୋଧରେ ଏସ ହେଚ ଜି ଦଳ ତରଫରୁ ଥାନାରେ ଅଭିଯୋଗ ହୋଇଥଲା । ସେହି ମହିଳା ଜଣକ ନିଜର ଭୁଲ ମାଗି ଥାନା ଠାରୁ ମୁକୁଳି ଥିଲେ। କିନ୍ତୁ ଆଜି ସେହି ଅଭିଯୁକ୍ତା ଥିବା ମହିଳାଙ୍କୁ ଏମ ବି କେ ଭାବରେ ନିଯୁକ୍ତି କରାଯାଇଛି। ଏହି ନିଯୁକ୍ତି ପଛରେ ମିଶନ ଶକ୍ତି ବିଭାଗର ବିପିସି ଶ୍ରୀବି କେ ପ୍ରଦୀପ କୁମାର ଙ୍କ ହାତ ରହି ଉକ୍ତ ମହିଳାଙ୍କ ଠାରୁ ଟଙ୍କା ଲାଞ୍ଚ ନେବା ଜଣେ ଅଭିଯୁକ୍ତ ମହିଳାଙ୍କୁ ଏମ ବି କେ ପଦବୀରେ ନିଯୁକ୍ତି କରାଯାଇଛି। ଏହି ଅଭିଯୋଗଟି ଝିଅ ର ବାପା କୁଶ ମହାନନ୍ଦିଆ କେ ଜାଗୁଗୁଡା ଠାରୁ କରାଯାଇଥିଲା । ଗତ ବର୍ଷ ବନ୍ଧୁଗାଁ ବ୍ଲକର ଏହି ମିଶନ ଶକ୍ତି ବିଭାଗ କିଛି ଏମ ବି କେ କିଛି ଏସ ହେଛ ଜି ଙ୍କ ଠାରୁ ବ୍ୟାଙ୍କ ଲୋନ କରାଇଦେବା ନାମରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ମାଧ୍ୟମରେ ଅଭିଯୋଗ ହୋଇଥଲା। ସେମାନଙ୍କୁ ଏମ ବି କେ ଚାକିରୀରୁ ବହିଷ୍କାର କରାଯାଇଥିଲା । ଆଜି ଏହି ପ୍ରକାର ଅଭିଯୋଗ ଥିବା ମହିଳାଙ୍କୁ ମିଶନ ଶକ୍ତି ବିଭାଗ ରେ ସୁଯୋଗ ଦେଇଥିବାରୁ ଅନେକ ଲୋକ ତୀବ୍ର ବିରୋଧ କରୁଛନ୍ତି। ବିଶେଷ କରି ସ୍ଥାନୀୟ ଏସ ହେଚ ଜି ମାଆ, ସରପଞ୍ଚ ଓ ସମିତି ମେମ୍ବର ସମସ୍ତେ ବିରୋଧ କରୁଥିବା ଜନାଇଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଉତ୍ସବ ଉପଲକ୍ଷେ ଗଣଦୌଡ ପ୍ରତିଯୋଗିତା

Sunil Chandra Nayak

ଭବାନୀପାଟଣା ଠାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

Sunil Chandra Nayak

ସମ୍ମାନିତ ଉତ୍ସବ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ , ବିଷ୍ଣୁ ଚରଣ ସ୍ୱାଇଁ ସମ୍ମାନିତ 

masiha

Leave a Comment

error: Content is protected !!