ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୌଚ ସାରି ଫେରୁଥିବା ବେଳେ ବଜ୍ରପାତରେ ନାବାଳିକା ମୃତ,ଜଣେ ଗୁରୁତର

ଶୌଚ ସାରି ଫେରୁଥିବା ବେଳେ ବଜ୍ରପାତରେ ନାବାଳିକା ମୃତ,ଜଣେ ଗୁରୁତର

ଜୁନାଗଡ଼,୧୨/୬(ମ ନି ସ)ଜୁନାଗଡ଼ ବ୍ଲକ ଅନ୍ତର୍ଗତ କାଲୋପଲା ଗ୍ରାମରେ ଆଜି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଦୁଇ ନାବାଳିକା ସାଙ୍ଗ ଶୌଚସାରି ଫେରୁଥିବା ବେଳେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଡାକ୍ତର ଖାନାରେ ଚିକିତ୍ସିତ ହେବା ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ବ୍ଲକ ଅନ୍ତର୍ଗତ କାଲୋପଲା ଗ୍ରାମର ଦୁଇ ନାବାଳିକା ମମିତା ଶବର, ପ୍ରମୋଦିନି ଶବର ସନ୍ଧ୍ୟାରେ ଶୌଚ ସାରି ଘରକୁ ଫେରିଥିଲେ । ସେହି ସମୟରେ ହଟାତ ଘଡ଼ଘଡି ଓ ବର୍ଷା ହେବା ସହ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ମମିତା ଓ ପ୍ରମୋଦିନି ଗୁରୁତର ହୋଇଥିଲେ । ଦୁହେଁଙ୍କୁ ଚିକିତ୍ସା ପାଇଁ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ମମିତା ଶବରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ପକ୍ଷରେ ପ୍ରମୋଦିନି ଶବରଙ୍କୁ ଗୁରୁତର ଭାବେ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଥିବା ଜଣାପଡିଛି ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ ବୈଠକ ଅନୁଷ୍ଠିତ 

masiha

ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷକଙ୍କ ଉଦ୍ୟମ କ୍ରମେ ଗାୟତ୍ରୀ ପିଠିରେ ନଳକୂପ ଖନନ

ବର୍ଷା ବିତ୍ପାତ ! ଯୋରଦା ପଞ୍ଚାୟତର ଦୁନ୍ଦୁ ସାହିରେ କାନ୍ଥ ଭୁଷୁଡି ପରିବାରର ୪ ସଦସ୍ୟ ଆହତ

Sunil Chandra Nayak

Leave a Comment

error: Content is protected !!