ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିସ ଆଶନି ଏଏଲ  ହେଲେ ରାଇରଙ୍ଗପୁର ପୌରପାଳିକାର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ

ମିସ ଆଶନି ଏଏଲ  ହେଲେ ରାଇରଙ୍ଗପୁର ପୌରପାଳିକାର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ

 ମୟୂରଭଞ୍ଜ: ୨୮/୧୦ ( ମସିହା)ଆଜି ପୂର୍ବାହ୍ନ ରେ ଭାରତୀୟ ପ୍ରଶାସନିକ ସେବା ର ଅଧିକାରିଣୀ ମିସ ଆଶନି ଏ.ଏଲ. ରାଇରଙ୍ଗପୁର ପୌରପାଳିକା ର ନୂତନ କାର୍ଯ୍ୟନିବାହୀ ଅଧିକାରିଣୀ ଭାବେ ତା’ଙ୍କ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏଥି ପୂର୍ବରୁ ସେ ମୟୁରଭଞ୍ଜ ଜିଲ୍ଲାରେ ଆଇ ଏ ଏସ ପ୍ରବେଶନାରୀ ଅଧିକାରୀ ଭାବେ ଯୋଗଦେଇ ପରବର୍ତ୍ତୀ ସମୟରେ ଯଶିପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ଆଜି ସେ ରାଇରଙ୍ଗପୁର ପୌରପାଳିକାର ପୂର୍ବରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିବା ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ତା’ଙ୍କୁ ପୌରପାଳିକାର ଅଧ୍ୟକ୍ଷ, ଉପାଧ୍ୟକ୍ଷା, କାଉନସିଲର, ଅଧିକାରୀ ଓ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଶୁଭକାମନା ଜଣାଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଟପର ହେଲେ ଅନିକେତ

masiha

ଉତ୍କେଲା ରେ କଲ୍ୟାଣ ମଣ୍ଡପ ଏବଂ ଖୋଲା ବ୍ୟାୟାମଶାଳା ଜମି ଚି଼ହ୍ନଟ ପାଇଁ କେସିଙ୍ଗା ବିଡ଼ିଓ ଙ୍କୁ ବିକାଶ ମଞ୍ଚ ର ଦାବିପତ୍ର 

Sunil Chandra Nayak

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାମିଲ ହେଲା ରୂପାନ୍ତର କାର୍ଯ୍ୟକ୍ରମ 5ଟି ରେ କିନ୍ତୁ କେବଳ ପୁନର୍ବିନ୍ୟାସ ହେବ ନା ନୂତନତା ସୃଷ୍ଟିହେବ ?

Sunil Chandra Nayak

Leave a Comment

error: Content is protected !!