ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିସ ଆଶନି ଏଏଲ  ହେଲେ ରାଇରଙ୍ଗପୁର ପୌରପାଳିକାର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ

ମିସ ଆଶନି ଏଏଲ  ହେଲେ ରାଇରଙ୍ଗପୁର ପୌରପାଳିକାର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ

 ମୟୂରଭଞ୍ଜ: ୨୮/୧୦ ( ମସିହା)ଆଜି ପୂର୍ବାହ୍ନ ରେ ଭାରତୀୟ ପ୍ରଶାସନିକ ସେବା ର ଅଧିକାରିଣୀ ମିସ ଆଶନି ଏ.ଏଲ. ରାଇରଙ୍ଗପୁର ପୌରପାଳିକା ର ନୂତନ କାର୍ଯ୍ୟନିବାହୀ ଅଧିକାରିଣୀ ଭାବେ ତା’ଙ୍କ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏଥି ପୂର୍ବରୁ ସେ ମୟୁରଭଞ୍ଜ ଜିଲ୍ଲାରେ ଆଇ ଏ ଏସ ପ୍ରବେଶନାରୀ ଅଧିକାରୀ ଭାବେ ଯୋଗଦେଇ ପରବର୍ତ୍ତୀ ସମୟରେ ଯଶିପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ଆଜି ସେ ରାଇରଙ୍ଗପୁର ପୌରପାଳିକାର ପୂର୍ବରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିବା ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ତା’ଙ୍କୁ ପୌରପାଳିକାର ଅଧ୍ୟକ୍ଷ, ଉପାଧ୍ୟକ୍ଷା, କାଉନସିଲର, ଅଧିକାରୀ ଓ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଶୁଭକାମନା ଜଣାଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ରାଜ୍ୟସ୍ତରୀୟ ଚେସ ପ୍ରତିଯୋଗିତା ଅନୁଷ୍ଠିତ

masiha

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ 

ବଲାଙ୍ଗିର ଜିଲ୍ଲା କୁ “ଦି ଇଣ୍ଡିଆନ ଏକ୍ସପ୍ରେସ ଏକ୍ସସେଲେନ୍ସେ ଇନ ଗଭର୍ନେନ୍ସ ଆୱାର୍ଡ

Sunil Chandra Nayak

Leave a Comment

error: Content is protected !!