ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାତ୍ୟା ପ୍ରପୀଡିତ ଦିବ୍ୟାଙ୍ଗ ସୁମତି ଙ୍କୁ ସହଯୋଗ ର ହାତ ବଢାଇଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ

ବାତ୍ୟା ପ୍ରପୀଡିତ ଦିବ୍ୟାଙ୍ଗ ସୁମତି ଙ୍କୁ ସହଯୋଗ ର ହାତ ବଢାଇଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ

କେନ୍ଦ୍ରାପଡ଼ା ଜିଲ୍ଲା ର ରାଜନଗର ବ୍ଲକ ଅନ୍ତର୍ଗତ ଡାଙ୍ଗମାଳ ପାଞ୍ଚାୟତ ର ବରାଡିଆ ଗ୍ରାମ ରେ ଦିବ୍ୟାଙ୍ଗ ସୁମତି ବିଶ୍ବାଳ ବସବାସ କରନ୍ତି। ସେ ଜନ୍ମରୁ ୮୦ ପ୍ରତିଶତ ଦିବ୍ୟାଙ୍ଗ ଅଟନ୍ତି। ସେ ମଧ୍ୟ ବାପ ଛେଉଣ୍ଡ। ମା ଙ୍କ ବୟସ ପାଖାପାଖି ୮୦ ବର୍ଷ। ଚାଳ ଛପର ଘରେ ନଇଁ ନଇଁ ଯିବାକୁ ହୁଏ। ଗତ ଦାନା ବାତ୍ୟା ରେ ଚାଳ ଛପର ଖସି ଯିବାରୁ ଘରେ ପାଣି ପଶି ସବୁ ଯାଗା ରେ। ରୋଷେଇ ପାଇଁ ଯାଗା ନାହିଁ। ତଳେ ବାଲି ପକାଇ ତା ଉପରେ ପାଲ ପକାଇ ମା ଓ ଦିବ୍ୟାଙ୍ଗ ଝିଅ ରହୁଛନ୍ତି। ଏହି ଖବର ପାଇବା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆବଶ୍ୟକୀୟ ସାମଗ୍ରୀ ର ବ୍ୟବସ୍ଥା କରାଯାଇଛି। ତା ପରଦିନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ସୁମତି ଙ୍କ ଘରେ ପହଞ୍ଚି ଥିଲେ। ତାଙ୍କ ଘର ପାଇଁ ପାଲ, ମା ଙ୍କ ପାଇଁ ଶାଢ଼ୀ, ଝିଅ ର ଡ୍ରେସ ଓ ଏକ ମାସ ର ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ। ଆଜି ର ଏହି ସହଯୋଗ ଧର୍ମୀ କାର୍ଯ୍ୟକ୍ରମ ରେ ସହଯୋଗୀ ବ୍ୟକ୍ତି ମାନେ ହେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ଟ୍ରଷ୍ଟ ର ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର , ଅନୁଗୁଳ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ କୁମାର ଦାଶ, ଜୟନ୍ତ କୁମାର ମଲ୍ଲିକ,ନରେଶ କୁମାର ଜେନା, ମାନସ କୁମାର ପାତ୍ର, ଦୀପକ କୁମାର ସ୍ବାଇଁ, ପ୍ରଫୁଲ୍ଲ ଦାସ ଓ ନିହାର ରଞ୍ଜନ ସାହୁ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ  

masiha

ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ଉତ୍ସବ ଅନୁଷ୍ଠିତ

Sunil Chandra Nayak

ନ୍ୟାସନାଲ କ୍ଲବ ଆନୁକୂଲ୍ୟରେ ପ୍ରତିଭା ଅନ୍ୱେଷଣ ଉତ୍ସବ-2023

Sunil Chandra Nayak

Leave a Comment

error: Content is protected !!