ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବନ ବୀମା ନିଗମର ଅଭିକର୍ତ୍ତା ସଂଘର ୫ ଦଫା ଦାବି ନେଇ ଧାରଣା

ଜୀବନ ବୀମା ନିଗମର ଅଭିକର୍ତ୍ତା ସଂଘର ୫ ଦଫା ଦାବି ନେଇ ଧାରଣା

ରାଉରକେଲା : ସର୍ବ ଭାରତୀୟ ଜୀବନ ବୀମା ନିଗମ ର ଅଭିକର୍ତ୍ତା ସଂଘ ତରଫରୁ ୮ ଟି କ୍ଷେତ୍ରିୟ, ୧୧୩ ଟି ମଣ୍ଡଳ, ୨୦୪୮ ଶାଖା ,୧୩୮୧ ସାଟଲାଇଟ କାର୍ଯ୍ୟାଳୟ ସମ୍ମୁଖରେ ସର୍ବମୋଟ ୧୪ ଲକ୍ଷ ଅଭିକର୍ତ୍ତା ମୁଖ୍ୟ ୫ ଟି ଦାବି କୁ ନେଇ ସମସ୍ତ ବୀମା କାର୍ଯ୍ୟାଳୟ ସମ୍ମଖରେ ଧାରଣା ପ୍ରଦର୍ଶନ କରିଛନ୍ତି । ଭାରତୀୟ ଜୀବନ ବୀମା ନିଗମର ୧୯୫୬ ନିୟମାନୁଯାୟୀ ଅଭିକର୍ତ୍ତା ଙ୍କର କମିଶନ କୁ ପୂର୍ବ କମିଶନ ଦର ଠାରୁ ଚଳିତ ମାସ ୧ ତାରିଖ ଠାରୁ ଶତକଡା ୨୦% କୁ ହ୍ରାସ , ନୂତନ ଭାବେ କ୍ଲ ବେକ୍ ନିୟମ ଲାଗୁ, ନୂତନ ଭାବେ ପଲିସି କରିବାର ପ୍ରବେଶ ବୟସ ସୀମା ହ୍ରାସ,ବୀମାରାଶି ବୃଦ୍ଧି ,ଇତ୍ୟାଦି ଅନ୍ୟାୟ କୁ ଦୃଢ଼ ପ୍ରତିବାଦ କରିବା ସହିତ ନ୍ୟାର୍ଯ୍ୟ ଅଧିକାର, ସମ୍ମାନ, ବୃତ୍ତିଗତ ସୁରକ୍ଷା ନିମନ୍ତେ ସର୍ବ ଭାରତୀୟ ଅଭିକର୍ତ୍ତା ଗଣ ସମ୍ପୂର୍ଣ୍ଣ ସହମତ ସହିତ ଏକତାର ହାତ ବଢ଼େଇ ସମସ୍ତ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଏକଦିବସୀୟ ଧାରଣା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିବା ସହିତ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ଅସହଯୋଗ କରିଥିଲେ। ଉଚ୍ଚ ସ୍ତରୀୟ କେନ୍ଦ୍ରୀୟ ପ୍ରବନ୍ଧନଙ୍କୁ ,କଳା କାନୁନ କୁ ରଦ୍ଦ କରିବା, କମିଶନ ଦର ପୁନର୍ଗଠନ କୁ ପୁଣି ଥରେ ପୁରୁଣା ଦର କୁ ଫେରେଇ ନେବାକୁ, ନୂତନ ବୀମା କ୍ଷେତ୍ରରେ ବୟସ ସୀମା କୁ ବୃଦ୍ଧି ନିମନ୍ତେ ଦାବି ଉପସ୍ଥାପନ କରାଯାଇଛି। ସେକ୍ଟର -୧୯ ସ୍ଥିତ , ରାଉରକେଲା ଶାଖା ଜୀବନ ବୀମା ନିଗମର ଅଭିକର୍ତା ମଧ୍ୟ ଧାରଣାରେ ବସିଥିଲେ । ରାଉରକେଲା ଶାଖା କାର୍ଯ୍ୟାଳୟ ର ଅଭିକର୍ତ୍ତା ସଙ୍ଘ ର ସଭାପତି ସୁବ୍ରତ କୁମାର ମହାନ୍ତି ଧାରଣା କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ। ଉକ୍ତ ଧାରଣା କାର୍ଯ୍ୟକ୍ରମ ରେ ପୂର୍ବକେନ୍ଦ୍ରିୟ କ୍ଷେତ୍ରିୟ ପରିଷଦ ର କୋଷାଧ୍ୟକ୍ଷ ଯୁବଜାନି ବେଜ, ସମ୍ବଲପୁର ମଣ୍ଡଳ ପରିଷଦ ର କୋଷାଧ୍ୟକ୍ଷ ଅମର ବିଜୟ ପୃଷେଠ, ଶାଖା କାର୍ଯ୍ୟାଳୟ ର ଅଭିକର୍ତ୍ତା ସଙ୍ଘର ସମ୍ପାଦକ ସଞ୍ଜୟ କୁମାର ସାହୁ, ତିରୁପତି ବକ୍ସି , ସୁବ୍ରତ କୁମାର ବିଶ୍ୱାଳ ପ୍ରମୁଖ ସେମାନଙ୍କ ଅଭିଭାଷଣ ରଖିଥିଲେ। ମୁଖ୍ୟଅତିଥି ଭାବରେ ସମ୍ବଲପୁର ମଣ୍ଡଳ ସାଧାରଣ ସମ୍ପାଦକ ଅନିରୁଦ୍ଧ ସାମଲ ତାଙ୍କର ସ୍ଲୋଗାନ ଓ ଅଭିଭାଷଣ ରଖିଥିଲେ। ସୁବ୍ରତ କୁମାର ମଲ୍ଲିକ,ସଞ୍ଜୀବ ବସ୍ତିଆ,ରତିକାନ୍ତ ମଲ୍ଲିକ, ବିଷ୍ଣୁଚରଣ ବେହେରା, ପ୍ରଭାତ କୁମାର ମିଶ୍ର, ବିଭୂଦା ରଞ୍ଜନ ମହାନ୍ତି, ଆବ୍ରାହାମ ଲିଙ୍କନ ସ୍ୱାଇଁ,ବିଜୟ ପତି, ବିଜୟ କୁମାର ଲାକ୍ରା, ପ୍ରଭାକର ବାରିକ, ପ୍ରଦୀପ ରାଉଳ, ଲକ୍ଷ୍ମୀଧର ପାଣିଗ୍ରାହୀ, ମହେନ୍ଦ୍ର ଦାସ, ସୁଶାନ୍ତ ସାମଲ, ପୁର୍ଣିମା ବସା, ସୁଷମା ମଲ୍ଲ, ସନ୍ଧ୍ୟାରାଣୀ ଗୌଡ଼, ସୁସ୍ମିତା ମୁଣ୍ଡା, ଜ୍ୟୋତି ପ୍ରସାଦ ଓ ପୁଷ୍ପା ଲାକ୍ରା ପ୍ରମୁଖ ଙ୍କ ସହିତ ଶତାଧିକ ଅଭିକର୍ତ୍ତା ଗଣଧାରଣା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଥାବ୍ୟାସ ଆଶୀର୍ବାଦ ଜୀ ମହାରାଜଙ୍କ ଦ୍ୱାରା  ଧର୍ମଗଡ ଠାରେ ଶ୍ରୀମଦ୍ ଭାଗବତ୍ କଥାମୃତ ସପ୍ତାହ କାର୍ଯ୍ୟକ୍ରମ 

masiha

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ମକର ମିଳନରେ ଆନ୍ଧ୍ରପ୍ରଦେଶ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଙ୍କ ସହ ଆଞ୍ଚଳିକ ବିକାସ କୁ ନେଇ ଆଲୋଚନା

Sunil Chandra Nayak

ସ୍ନାନ ମଣ୍ଡପରେ ସ୍ନାନ କଲେ ଚତୁର୍ଦ୍ଧା ମୂରତି 

masiha

Leave a Comment

error: Content is protected !!