ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ପାଳିତ

ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ପାଳିତ

କୋରାପୁଟ ଜିଲ୍ଲା ସଦରମହକୁମା ସ୍ଥିତ ସରକାରୀ ବାଲିଆକ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯୟ ପ୍ରଶମନ ଦିବସ-୨୦୨୪

 କୋରାପୁଟ :- ଜିଲ୍ଲା ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷ ଓ ଓଡିଶା ରାଜ୍ୟ ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷ ମିଳିତ ଅନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ କୋରାପୁଟ ପୌରପାଳିକା ଅଧକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜ୍ଞାନଜିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ହୋଇ ଉଦବୋଧନ ଦେଇଥିଲେ I ଆଜିର ଏହି ଦିବସ ପାଳନର ମୁଖ୍ୟ ବିଷୟ ଥିଲା ଆଗୁଆ ପଦକ୍ଷେପ ପାଇଁ ପ୍ରାକ ସତର୍କ ସୂଚନା I ଯାହା ଉପରେ ବକ୍ତା ମାନେ ଆଲୋଚନା କରିଥିଲେ I ବକ୍ତା ମାନେ ୨୫ ବର୍ଷ ତଳେ ଆଜିର ଦିବସରେ ୧୯୯୯ ମହାବାତ୍ୟାକୁ ସ୍ମରଣ କରାଇ ସେତେବେଳେ ରାଜ୍ୟ ସାମ୍ନା କରିଥବା ବିପର୍ଯୟକୁ ଆଜିର ବିପର୍ଯୟ ପ୍ରସ୍ତୁତି ସହ ତୁଳନା କରିଥିଲେ I ବିପର୍ଯୟ ରୋକିବାରେ ଆମର ଉପାୟ ସେତେବେଳେ ନଥିବାବେଳେ ବିପର୍ଯୟ ଜନିତ ଖେୟକ୍ଷତି ରୋକିବାରେ ଆମେ ୨୫ ବର୍ଷ ମଧ୍ୟରେ ଅନେକ ସଫଳ ହୋଇଥିବା କହିଥିଲେ I ଆଜି ବିଶ୍ୱରେ ସେଥିପାଇଁ ଓଡିଶା ପ୍ରସଂଶିତ ଓ ପୁରସ୍କୃତ ହୋଇପାରିଛି I ପ୍ରତେକ ଜୀବନ ମୂଲ୍ୟବାନ ଓ ଏହାର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡିଶା ବିପର୍ଯୟ ପରିଚାଳନାରେ ଅନେକ ସଂଶୋଧନ ଯୋଗୁଁ ସଫଳତା ହାସଲ କରିପାରିଛି I ଜନସାଧାରଣଙ୍କ ସହଯୋଗ ଏଥିରେ ଅନେକ ସାହାଯ୍ୟ କରିଛି I ଜିଲ୍ଲାସ୍ତରୀୟ ସମାରୋହ ପାଳନ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ,ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି ଅବସରରେ ବିପର୍ଯୟ ପ୍ରଶମନରେ ଉଲେଖନୀୟ କାର୍ଯ୍ୟ ପାଇଁ ଅଗ୍ନିଶମ, ବେସାମରିକ ପ୍ରତିରକ୍ଷା ବିଭାଗକୁ ସମ୍ମାନିତ କରାଯାଇଥିଲା I ସଭା ପ୍ରାରମ୍ଭରେ କୋରାପୁଟ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜ୍ଞାନଜିତ ତ୍ରିପାଠୀ ଏହି ଦିବସର ଆଭିମୁଖ୍ୟ ସମ୍ପର୍କରେ ଉଲେଖ କରିଥିବାବେଳେ ଜ଼ିଲ୍ଲା ଜରୁରୀ କାର୍ଯ୍ୟାଳୟର ଶ୍ରୀ ପ୍ରକାଶ କୁମାର ସାମଲ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ I ପ୍ରକାଶ ଥାଉକି, ଏହି ଅବସରରେ ସକାଳ ୭.୦୦ ଘଟିକା ମିନଟରେ ଜିଲ୍ଲା କାର୍ଯ୍ୟାଳୟରୁ ସରକାରୀ ବାଳିକା ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ସାମଲ ଏବଂ ମୁଖ୍ୟ ଉନୟନ ଅଧିକାରୀ ଜ଼ିଲ୍ଲାପରିଷଦ, କୋରାପୁଟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେI ପରିଶେଷରେ ଶ୍ରୀ ଅବନୀ କାନ୍ତ ଭୂୟାଁ ଡି.ଆର.ଆର.ସି, ଜରୁରୀ କାଳୀନ ବିଭାଗ ଧନ୍ୟବାଦ ଅର୍ପଣ କରିଥିଲେ I

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଉପଖଣ୍ଡ ର ସର୍ବାଙ୍ଗୀନ ବିକାଶ ପାଇଁ ଏହାକୁ ଜିଲ୍ଲା ମାନ୍ୟତା ର ଆଵଶ୍ୟକତା ଅଛି

Sunil Chandra Nayak

ଶ୍ରୀଜଗନ୍ନାଥ ରଥଯାତ୍ରା ଅବସରରେ ଚାଲୁଥିବା ବାଦାମପାହାଡ଼–ପୁରୀ ସ୍ପେଶାଲ୍ ଟ୍ରେନର ବହଳଦା ରୋଡ଼ ରେଳ ଷ୍ଟେସନରେ ଉଭୟ ଦିଗରେ (ଅପ୍ ଓ ଡାଉନ୍) ପୁନଃ ଠିଆ ହେବା ପାଇଁ  ରେଳମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଚକ୍ରଧରଧରପୁର ରେଳମଣ୍ଡଳ ପ୍ରଵନ୍ଧକଙ୍କୁ ଲିଖିତ ଦାବିପତ୍ର

Sunil Chandra Nayak

ଦୁବାଇ ଫେରନ୍ତା ରାଇରଙ୍ଗପୁର ବ୍ଳକ ମିଶନ ଶକ୍ତି ଫେଡେରେସନ ସଂପାଦିକା ଶାନ୍ତିଲତାଙ୍କୁ ଉତ୍ସସ୍ବିତ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!