ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଂଗପୁର ଠାରେ ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ-୨୦୨୫ କାର୍ଯ୍ୟକ୍ରମ ଅନ୍ତର୍ଗତ ପଥ ଉତ୍ସବ,ୱାକାଥନ୍, ସାଂସ୍କୃତିକ କାର୍ଯ୍ୟକ୍ରମ ସଚେତନତା ମହାସମାରୋହରେ ଅନୁଷ୍ଠିତ

ନବରଂଗପୁର ଠାରେ ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ-୨୦୨୫ କାର୍ଯ୍ୟକ୍ରମ ଅନ୍ତର୍ଗତ ପଥ ଉତ୍ସବ,ୱାକାଥନ୍, ସାଂସ୍କୃତିକ କାର୍ଯ୍ୟକ୍ରମ ସଚେତନତା ମହାସମାରୋହରେ ଅନୁଷ୍ଠିତ

ନବରଂଗପୁର:( ତା ୨୯.୧୦.୨୨୪)(ରବି ନାରାୟଣ ମହାନ୍ତି) ଆଜି ନବରଙ୍ଗପୁର ସହରର ସ୍ଥାନୀୟ ପୌରପାଳିକା କାର୍ଯ୍ୟଳୟ ସମ୍ମୁଖରୁ ଜିଲ୍ଲା ପ୍ରଶାସନ ଦ୍ବାରା ଭୋଟର ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ବାହାରି ସୁବାସ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା।ଏହି ଅବସରରେ ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ସୁବାସ ଛକ ଠାରେ କଳାକାର ମାନଙ୍କ ସମାଗମ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସହରର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ର କଳାକାର ଓ ଅନ୍ୟ କଳାକାର ନିଜସ୍ଵ କଳା ନୈପୁଣ୍ୟ ସଙ୍ଗିତ,ନୃତ୍ୟ, ଏକକ ନୃତ୍ୟକୁ ପ୍ରଦର୍ଶନ କରିଥିଲେ।ବିଭିନ୍ନ କଳାକାର ମାନଂକ ଦ୍ଵାରା ରଙ୍ଗୋଳି ମଧ୍ୟ ଚିତ୍ରଣ କରାଯାଇଥିଲା।

ସଚେତନତା ଶୋଭାଯାତ୍ରା କୁ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ବିଧାୟକ ନବରଙ୍ଗପୁର ଗୌରୀ ଶ୍ରୀ ଶଙ୍କର ମାଝୀ ଏବଂ ପୌରପରିଷଦ ଅଧ୍ୟକ୍ଷ ଶ୍ରୀ କୁନୁ ନାୟକ ଙ୍କ ଉପସ୍ଥିତି ରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନବୀନ ଚନ୍ଦ୍ର ନାୟକ, ସି ଡି ଓ,ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ୍,ଉପ ଜିଲ୍ଲାପାଳ,ନବରଙ୍ଗପୁର ଶ୍ରୀ ପ୍ରକାଶ ମିଶ୍ର ,ତହସିଲଦାର ନବରଙ୍ଗପୁର ଶ୍ରୀ କୈଳାଶ ତ୍ରିପାଠୀ ,ଡି ଆଇ ପି ଆର୍ ଓ ଶ୍ରୀ ମନୋଜ କୁମାର ବେହେରା, ଡି ଏସ ଏସ ଓ ଶ୍ରୀ ସୁଧାଂଶୁ ପାତ୍ର, ବି ଡି ଓ ନବରଙ୍ଗପୁର ଶ୍ରୀ ସୁନୀଲ ଖୋରାଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍କୁଲ୍ କଲେଜ ଛାତ୍ର ଛାତ୍ରୀ,ଏନ୍ ସି ସି, ସ୍କାଉଟ୍, ଗାଇଡ ର ଛାତ୍ର ଛାତ୍ରୀ,ବି ଏଲ ଓ,ଯୁବକ ସଂଘ କର୍ମକର୍ତ୍ତା,ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ କର୍ମଚାରୀ,ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ସାମିଲ ହୋଇ ଥିଲେ।ଘରେ ଥାଇ ଭୋଟର କାର୍ଡ ରେ ଅନଲାଇନ୍ ପଞ୍ଜୀକରଣ, ବୁଥ୍ କୁ ଯାଇ ନିର୍ଦ୍ଧିଷ୍ଟ ଫର୍ମ ରେ ଆବେଦନ,ସ୍ଥାନ ପରିବର୍ତ୍ତନ,ଭୋଟର ହେଲ୍ପ ଲାଇନ ଉପରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଛାତ୍ର ଛାତ୍ରୀ ସମସ୍ତଙ୍କୁ ସଚେତନ କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥଳରେ ଏକ ଦସ୍ତଖତ ବୋର୍ଡ଼ ରେ ଉପସ୍ଥିତ ଅତିଥି ଓ ଛାତ୍ର ଛାତ୍ରୀ ମାନେ ଭୋଟର ପଞ୍ଜୀକରଣ ଓ ସଚେତନତା ଉପରେ ମନ୍ତବ୍ୟ ଦେଇ ଦସ୍ତଖତ ଦେଇଥିଲେ।ଡେପୁଟି କଲେକ୍ଟର ନିର୍ବାଚନ ଶାଖା ପି ମନସ୍ମିତା ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମ ର ପରିଚାଳନାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ସହଯୋଗ କରିଥିଲେ।

Related posts

ଝରିଗୁମ୍ମା ଠାରେ ତେନ୍ତୁଳିଖୁଣ୍ଟି ବ୍ରାହ୍ମଣ ସମାଜ ର ବୈଠକ ଅନୁଷ୍ଠିତ 

masiha

୪୨ମୌଜାର ମୌଳିକ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଚିଠି 

masiha

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ

masiha

Leave a Comment

error: Content is protected !!