ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ସାମ୍ବାଦିକ ସଂଘର ନୂତନ କର୍ମକର୍ତା ଚୟନ

ଜୁନାଗଡ଼ ସାମ୍ବାଦିକ ସଂଘର ନୂତନ କର୍ମକର୍ତା ଚୟନ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ କଳା ବିକାଶ କେନ୍ଦ୍ର ଠାରେ ଜୁନାଗଡ଼ ସାମ୍ବାଦିକ ସଂଘର ଏକ କାର୍ଯ୍ୟକାରୀ ବୈଠକ ହୋଇଥିଲା । ସଂଘର ସଭାପତି ହିମାଂଶୁ ବରାଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବୀ ଉପରେ ଆଲୋଚନା ହୋଇଥିଲା । ପରେ ସଙ୍ଘ ର ନୂତନ କାର୍ଯ୍ୟକର୍ତା ଚୟନ ହୋଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଖଗେଶ୍ବର ଧଙ୍ଗଡାମାଝୀ, ଉପସଭାପତି ସୁନ୍ଦର ମୋହନ ଛାତ୍ରୀଆ ଓ ଆଦିତ୍ୟ ମହାନ୍ତି, ସମ୍ପାଦକ ଭାବେ ରବି ଶଙ୍କର ସୁନାନୀ,ସହ ସମ୍ପାଦକ ସୁନୀଲ କୁମାର ସିଂ, କୋଷାଧ୍ୟକ୍ଷ ଭାବେ ରଜନୀକାନ୍ତ ମିଶ୍ର ପ୍ରମୁଖ ଚୟନ ହୋଇଥଲେ ।  ସନ୍ତୋଷ ସିଂହଦେଓ, ହିମାଂଶୁ ବରାଡ଼, ନରେନ୍ଦ୍ର କ୍ଷୀତି, ମୁକେଶ ଅଗ୍ରୱାଲ ପ୍ରମୁଖ ଉପଦେଷ୍ଟା ଭାବେ ମନୋନୀତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ବାଚନ ଅଧିକାରୀ ଭାବେ କଳାହାଣ୍ଡି ଜିଲ୍ଲାର ସଧାରଣ ସମ୍ପାଦକ ସନ୍ତୋଷ ସିଂହଦେଓ ନିର୍ବାଚନ ଅଧିକାରୀ ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟମୋକେଶ ପୁରୋହିତ, କୁମାରମଣି ଦୁର୍ଗା, ରାକେଶ ବେମାଲ, ଆଶିଷ ଗୋଏଲ,ରୋହିତ ବାଗ, ଭୋକରଧନ ଧଙ୍ଗଡାମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଜୁନାଗଡ଼ ର ସାମ୍ବାଦିକତା ଜନ କଲ୍ୟାଣ ପାଇଁ ଉଦିଷ୍ଠ ହେବ । ସାମୟିକ ଭାବେ ଯେଉଁମାନେ ଅଣ ସାମ୍ବାଦିକ କୁ ପାଥେୟ କରି ଲୁଣ୍ଠନ ର ଉଦ୍ୟକ୍ତ ଦେଖାଉଛନ୍ତି ସେମାନଙ୍କୁ ପ୍ରଶାସନ ର ଜିଲ୍ଲା ସୂଚନା ଅଧିକାର ଯତ୍ନବାନ ହେବା ପାଇଁ ସଙ୍ଘ ପକ୍ଷରୁ ସାମୟିକ ନିଷ୍ପତ୍ତି ହୋଇଛି । ଆଗାମୀ ଦିନରେ ଶାସନ ପ୍ରଶାସନ ର ସାମୟିକ ଘଟଣାକ୍ରମକୁ ସୂଚନା ଏବଂ ଗଣମାଧ୍ୟମ ରେ ପରିପ୍ରକାଶ କରୁଥିବା ଲୋକେ ନୂତନ ଜୁନାଗଡ଼ ସାମ୍ବାଦିକ ସଙ୍ଘ ଜୁ ଯୋଗାଯୋଗ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଶେଷରେ ପୂର୍ବତନ ସଭାପତି ହିମାଂଶୁ ବରାଡ଼ ସଙ୍ଘ ର ସ୍ୱଚ୍ଛତା କୁ ବଜାୟ ରଖି ଦେଶ ଓ ଜାତିର ସଠିକ ନିର୍ମାଣ ପାଇଁ ସମସ୍ତଙ୍କୁ ଅଭିବ୍ୟକ୍ତ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଲକ୍ଷ୍ମୀପୁର ଠାରେ କୋରାପୁଟ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ରାଇରଙ୍ଗପୁର ଜଗନ୍ନାଥ ମାର୍କେଟରେ ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ଏସ କେ ଷ୍ଟିଲ ଫର୍ଣିଚର ସୋ ରୁମ୍ ଉଦଘାଟିତ

Sunil Chandra Nayak

ମା ଦୁଆରସନି ଦେବୀ ଙ୍କ ଦଶହରା ପୂଜା ସମ୍ପନ୍ନ 

Sunil Chandra Nayak

Leave a Comment

error: Content is protected !!