ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

କରମ ସ୍ଥାନ ମୋ ମୋର ତୀର୍ଥ ଧାମ

     ସଦା ଜପ ରାତିଦିନ

ଶୁଭୁ ଅଛି ହରି ଶବ୍ଦ ଶ୍ରୁତି କାନ

     ପବିତ୍ର କରେ ଜୀବନ।

କରମ ସ୍ଥଳି ମୋ ଭୋଗର ପସରା

   ସର୍ବେ ନିଏ ବାଣ୍ଟିକୁଣ୍ଟି

ମୁଖେ ଖାଇ ଦୁଃଖ ଭୁଲି ମୁଁ ଯାଉଛି

    କାଳିଆ ମୋ ଧନ ଗଣ୍ଠି।

କର୍ମ ଗଙ୍ଗା ସ୍ରୋତ ପବିତ୍ର ସମାଜ

     ହରିରାମ ଶୁଦ୍ଧ କଣ୍ଠ

ଜପ‌ କରୁଥିଲେ ଶୁଦ୍ଧତା ଆସଇ

   ଖୋଲି ଯିବ ମୁକିବାଟ।

ଜୀବନର ତୀର୍ଥ ଜୀବନ ପଥରେ

    କେତେ ବାଧାବିଘ୍ନ ଆସେ

ହରିରାମ ଗାଇ ଜୀବ ଗଲା ବେଳେ

    ଘଟ ଯାଇ ମାଟି ମିଶେ।

ସକାଳ ଜୀବନ ଭକ୍ତି ଭାବ ଘେନି

     ସନ୍ଧ୍ୟାରେ କରଇ ସ୍ତୁତି

ପ୍ରାର୍ଥନା ଜପରେ ଶାନ୍ତି ମିଳିଥାଇ

      ଦିନରାତି ଥାଇ ଭକ୍ତି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ତୀର୍ଥ ଯାତ୍ରା ହେଲା ସୁପ୍ରଭା ଙ୍କ ଜୀବନର ଶେଷ ଯାତ୍ରା , ତୀର୍ଥ କ୍ଷେତ୍ର ଆଲ୍ଲାବାଦ ରେ ଶରୀର ଛାଡି ଉଡ଼ିଗଲା ପ୍ରାଣ ବାୟୁ

Sunil Chandra Nayak

ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଳା ସ୍ତରୀୟ ଯୁବ ମହୋତ୍ସବ ପାଳିତ 

Sunil Chandra Nayak

ପ୍ରଶାସନ ର ଉଦ୍ୟମ ପରେ ତେଲେଙ୍ଗାନା ରୁ ଗାଁ କୁ ଫେରିଲେ ବନ୍ଧକ ଦାଦନ ଶ୍ରମିକ

Leave a Comment

error: Content is protected !!