ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରେଣୁ ମାଝୀଙ୍କୁ ନ୍ୟାୟ – ଆମ ଆଦମୀ ପାର୍ଟିର ଗଣଧାରଣା ୨୧ ଦିନରେ ପହଞ୍ଚିଲା

ନୂଆପଡା:୧୮/୪: ମ.ନି.ସ:- ନୂଆପଡା ଜିଲ୍ଲା ସିଏଚସି ଅଧିନରେ ରହିଥିବା ଧରମବନ୍ଧା ନୂଆ ପିଏଚସିରେ କାର୍ଯ୍ଯରତ କଟ୍ରାକଚୂଆଲ ଏ ଏନଏମଙ୍କ ନ୍ଯାର୍ଯ୍ଯ ଦାବିରେ ଆମ ଆଦମୀ ପାଟିର ଜିଲ୍ଲା ମୂଖ୍ଯ କାର୍ଯ୍ଯକର୍ତ୍ତା ଓ ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ ଶ୍ରୀ ରଙ୍ଗାଧର ମାଝୀ ଙ୍କ ଆହ୍ଵାନ କ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗଣଧାରଣା ଦେଇଆସୁଛନ୍ତି। ଆଜକୁ ଦୀର୍ଘ ୨୧ ଦିନର ଗଣଧାରଣା ଜାରିରହିଛି। ଏହି ଗଣଧାରଣାରେ ସାମିଲ ରହିଛନ୍ତି ହିତେଶ କୁମାର ପାଣ୍ତେ,ପିଣ୍ଟୁ ପାଣ୍ତେ,ଚିନ୍ତା ମଣି କୈବତ୍ତ,ଗୋବିନ୍ଦ ରାଉତ୍, ଦୁର୍ବଳ ମାଝୀ, ବଥୁ ମାଝୀ,ଗୁପ୍ତେଶ୍ବର ପଟେଲ, ଓଙ୍କାର ମାଝୀ, ଫକିର ମାଝୀ ପ୍ରମୁଖ ରହିଥିବା ବେଳେ ପାର୍ଟିର ଅନ୍ଯାନ୍ଯ ସଭ୍ଯ ଅଂଶ ଗ୍ରହଣ କରିଛନ୍ତି। ରେଣୁ ମାଝୀ ଆଦିବାସୀ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କୁ ନ୍ଯାୟ ନ ମିଳିଛି ସେତେ ଦିନ ପର୍ଯ୍ୟନ୍ତ ଗଣଧାରଣା ଏମିତି ଚାଲିଥିବା ନେଇ ଦଳ ପକ୍ଷରୁ ଚେତାବନୀ ଦେଇଥିବା ଜଣାପଡିଛି। ରେଣୁ ମାଝୀଙ୍କ ବିରୋଧରେ ଯେଉଁ ଅଫିସର ଦୁର୍ନୀତି,ଭ୍ରଷ୍ଟାଚାର, ଶୋଷଣରେ ସଂପୃକ୍ତ ରହିଛନ୍ତି ସେମାନଙ୍କୁ ଶିଘ୍ର ଚାକିରୀରୁ ବହିଷ୍କାର ଓ ଗିରଫ୍ ଦାବିରେ ଗଣଧାରଣା ଦିଆଯାଇଛି। ଏହାର ଉଚିତ୍ ତଦନ୍ତ କରିବା ପାଇଁ ଏକ ତଦନ୍ତ କମିଟି ଗଠନ କରିବା ପାଇଁ ରଙ୍ଗାଧର ମାଝୀ ଦାବି କରିଛନ୍ତି। କମିଟି ଗଠନ କରି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଯଦି କରାଯାଏ ତେବେ ପ୍ରକୃତ ରହସ୍ୟ ଲୋକଲୋଚନକୁ ଆସିବ। ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଙ୍କ ପ୍ରକୃତ ମୂଖା ଖୋଲିବ ତେବେଯାଇ ରେଣୁ ମାଝୀଙ୍କୁ ନ୍ଯାୟ ମିଳିବାରେ ସହାୟକ ହେବ ବୋଲି ଆମ ଆଦମୀ ପାର୍ଟି ତରଫରୁ ଚେତାବନୀ ଦିଆଯାଇଛି। ଏହା ସର୍ତ୍ତେ ବିଭାଗୀୟ ଅଧିକାରୀ କାହିଁକି ଗୁରୁତ୍ୱ ଦେଉନାହାନ୍ତି।ଏନେଇ ପ୍ରଶ୍ନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ବିଭାଗୀୟ ଅଧିକାରୀ ଏହି କର୍ମଚାରୀ ବିରୋଧରେ ତଦନ୍ତ କରି ବିହିତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ବଦଳରେ ସେମାଙ୍କୁ ସୁରକ୍ଷା ଦେଉଥିବା ଭଳି ସନ୍ଦେହ ସୃଷ୍ଟି କରୁଅଛି। ଏହାକୁ ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ରେଣୁ ମାଝୀ ଙ୍କୁ ନ୍ଯାର୍ଯ୍ଯ ଦାବି ଓ ସୁରକ୍ଷା ଦିଆନଯାଏ ତେବେ ଆଗକୁ ଆହୁରି ଗଣଧାରଣା ଜାରିରହିବ। ଦିନକୁ ଦିନ ଏହି ଗଣଧାରଣା ତୀବ୍ର ଗତିରେ ଚାଲୁ ରହିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।ମ.ନି.ସ

Related posts

ବହୁମୁଖୀ ଜଳସେଚନ ପ୍ରକଳ୍ପ, ବିଦ୍ୟାଳୟ ରୁପାନ୍ତରଣ ଏବଂ ବିଦ୍ୟାଳୟରେ ସୌର-ଶକ୍ତି ବ୍ୟବସ୍ଥା ର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା

Sunil Chandra Nayak

ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଚିପିଲିମା ର ସାହିତ୍ୟ ସମାଜରେ ବିଭିନ୍ନ ପ୍ରତିଯୋଗିତା

ପଣ୍ଡିତ ନୀଳକଣ୍ଠ ଦାସ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!