ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସାଂସ୍କୃତିକ ପରିଷଦର ୩୪ ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୧୩ ଓ ୧୪ ରେ……

ଉତ୍କଳ ସାଂସ୍କୃତିକ ପରିଷଦର ୩୪ ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୧୩ ଓ ୧୪ ରେ……

ରାଉରକେଲା: ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦର ୩୪ ତମ ଦ୍ବିଦିବସୀୟ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୧୩ ଓ ୧୪ ତାରିଖ ଦିନ ସେକ୍ଟର ୨ସ୍ଥିତ ଦୁର୍ଗା ପୂଜା ପଡ଼ିଆ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସୁନୀଲ କାୟଲ, ସଭାପତି ରଶ୍ମିତ ସାହାଣୀ ଓ ସାଧାରଣ ସମ୍ପାଦକ ଶଙ୍କର ଜେନା ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ୍ୟ କର୍ମକର୍ତ୍ତାଗଣ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ ୧୩ ତାରିଖ ଦିନ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଙ୍କ ପୈ।ରହିତ୍ୟରେ ସମବାୟ ହସ୍ତତନ୍ତ ଓ ବୟାନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି,ଉଦଘାଟକ ଭାବେ ଆରଏସପି ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୈ।ମିକ, ମୁଖ୍ୟବକ୍ତା ଭାବେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଯୋଗଦେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି। ସେହିପରି ସମ୍ବର୍ଦ୍ଧନା ଉତ୍ସବ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢ଼ୀ,ନାଭ୍ୟା, ତେଜସ୍ବିନୀ, ବିକାଶ ଓ ସାଥୀ ଯୋଗଦେବେ । ୧୪ ତାରିଖ ଦିନ ରଘୁନାଥପାଲି ର ପ୍ରାକ୍ତନ ବିଧାୟକ ସୁବ୍ରତ ତରାଇଙ୍କ ପୈ।ରହିତ୍ୟରେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ମୁଖ୍ୟଅତିଥି, ବିଶିଷ୍ଟ ଶିଳ୍ପପତି ଇଂ ଦିପ୍ତୀରଞ୍ଜନ ପଟ୍ଟନାୟକ ଉଦଘାଟକ ଓ ସମ୍ମାନିତ ଅତିଥି ଭାବେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ, ବିରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କି ଓ ଆରଏସପି ସହରସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ ଯୋଗ ଦେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଉରକେଲା ପ୍ରତିଭାଙ୍କ ଦ୍ବାରା ପାରମ୍ପରିକ ନୃତ୍ୟ ଓ ସଂଗୀତ ପରିବେଷଣ, ସମ୍ବର୍ଦ୍ଧନା, ସୁନାମଧନ୍ୟ କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀ, ଇପ୍ସିତା ପଣ୍ଡା,ଦେବ,ଶଙ୍କର ଦାନ୍ ଓ ସାଥୀମାନେ ଯୋଗଦେବେ । ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ ହେବ। ୧୫ ତାରିଖ ପ୍ରାତଃ ୪ଟା ୪୫ ରେ ୩୦୧ ସାଧବ ବୋହୂ ଙ୍କ ଦ୍ବାରା ପାରମ୍ପରିକ ବୋଇତ ବନ୍ଦାଣ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସହର ବାସୀ ଯୋଗଦେବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ସର୍ବଶ୍ରୀ ଦେବେନ୍ଦ୍ରନାଥ ସାମନ୍ତରାୟ, ନୀଳାମ୍ବର ପୁହାଣ, ଗୋପିନାଥ ପଟ୍ଟନାୟକ, ମୀନତି ଦେବତା, ଅତୁଲ୍ୟ ଦେବତା, ଆଦିତ୍ୟ ବାରିକ, ମିଟୁ ବେହୁରିଆ,ସରୋଜ ପ୍ରଧାନ, ଦୁର୍ଗା ଚରଣ ଜେନା, ଜୟନ୍ତ ମହାରଣା, ଆକାଶ ଜେନା, ରଞ୍ଜନ ବାରିକ, ସଞ୍ଜୟ କୁମାର ପ୍ରଧାନ, ମିହିର ମାଝୀ,ଜଗତ ସାହୁ, ଗିରିଜା ଶଙ୍କର ସାହୁ, ପବିତ୍ର ସାହୁ, ଜୟପ୍ରକାଶ ମହାନ୍ତି, ପପୁ ଛତ୍ରିଆ,ବଣ୍ଟି ସିଂ,ଅରୁ ମହାପାତ୍ର, ଲିଙ୍ଗରାଜ କୁମ୍ଭାର, ପୁର୍ଣ୍ଣଚନ୍ଦ୍ର ସାହୁ, ରବିନ୍ଦ୍ର ବାରିକ, କାର୍ତ୍ତିକ ଖଣ୍ଡୁଆଳ, ବସନ୍ତ ସ୍ବାଇଁ , ସୁଶାନ୍ତ ମହାନ୍ତି, ଗଣେଶ ରାଉତ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏଥଲେଟିକ୍ସ ଚାମ୍ପିୟନସିପରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଶୋକ ବିଶ୍ବାଳଙ୍କୁ ଅର୍ଜିନାଲ ପାଓ୍ବାର କ୍ଲବ ପକ୍ଷରୁ ସମ୍ମାନିତ

Sunil Chandra Nayak

ଦେବାର୍ଚ୍ଚନ କଳାବତୀ ଭୋକେଶନାଲ ହାଇସ୍କୁଲ ଖୁର୍ଷେଲ ର ଶୁଭ ଉଦଘାଟନ

masiha

ସେକ୍ଟର ୧୯ ଥାନାରେ ଶାନ୍ତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!