ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି କଳାକାର ସଂଘର ନୂତନ କର୍ମକର୍ତ୍ତା ଚୟନ

କଳାହାଣ୍ଡି କଳାକାର ସଂଘର ନୂତନ କର୍ମକର୍ତ୍ତା ଚୟନ 

ଭବାନୀପାଟଣା – – କଲାହାଣ୍ଡି କଳାକାର ସଂଘର ସଭାପତି ଅବଦୁଲ କାଦୀର ଙ୍କ ଅଧ୍ୟକ୍ଷତାରେ ଭବାନୀପାଟଣା ସ୍ଥିତ ସଂଘ କାର୍ଯ୍ୟାଳୟ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ କଳାକାର ସଂଘ ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା ଏବଂ ଆଗାମୀ ଦୁଇ ବର୍ଷ ପାଇଁ ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ସହମତି ଭିତ୍ତିକ ଏହି କର୍ମକର୍ତ୍ତା ନିର୍ବାଚନ ରେ ଅଶୋକ କୁମାର ପାତ୍ର, ଭୀମସେନ ସାହୁ, ସୋହନ ଲାଲ ଅଗ୍ରୱାଲ ନିର୍ବାଚନ ଅଧିକାରୀ ଦାୟିତ୍ଵ ସମ୍ପାଦନ କରିଥିଲେ। ସଂଘ ର ପରବର୍ତ୍ତୀ ସଭାପତି ଭାବେ ଶ୍ରୀ ପଦ୍ମନାଭ କୁମାର, ଉପ ସଭାପତି ଭାବେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଜୟ ଶଙ୍କର ପଣ୍ଡା ଏବଂ ସମ୍ପାଦକ ଭାବେ ଶେଷଦେବ ମିଶ୍ର, ଯୁଗ୍ମ ସମ୍ପାଦକ ଭାବେ ଉମା ଶଙ୍କର ବାଗ, ବିଭୁ ପଣ୍ଡା ଏବଂ କୋଷାଧକ୍ଷ ଭାବେ ଦେବାଶିଷ ତ୍ରିପାଠୀ ନିର୍ବାଚିତ ହୋଇଥିବା ବେଳେ କାଦିର ଖାଁ, ବାବୁଲାଲ ଶର୍ମା, ଶର୍ମିଷ୍ଠା ନାୟକ, ପ୍ରବିଣ ଅଗ୍ରୱାଲ,ଆର୍ତ ସାହୁ, ଯଯାତି ନାୟକ, ପ୍ରବୀର ମିଶ୍ର, ହିତେଶ ଭୋଇ, ମୁନା ଧାଙ୍ଗଡାମାଝି, ଲଲିତ ପଟ୍ଟନାୟକ, ଶୁଭ୍ରାଂଶୁ ସାହୁ ପ୍ରମୂଖ କାର୍ଯ୍ୟକାରୀ କମିଟି ସଭ୍ଯ ଭାବେ ମନୋନୀତ ହୋଇଥିଲେ। କାର୍ଯ୍ୟକ୍ରମ ରେ ସମସ୍ତ କର୍ମକର୍ତ୍ତା ଓ ସଭ୍ଯ ମାନେ ଯୋଗ ଦେଇଥିଲେ।

ଅର୍ଜୁନ ପଟ୍ଟନାୟକ , ସହ ସମ୍ପାଦକ ଙ୍କ ରିପୋର୍ଟ୍ 

Related posts

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ମତାନ୍ଧ ମଣିଷର ଧର୍ମ

Sunil Chandra Nayak

ଦକ୍ଷିଣ ଷୋୖଣ୍ଢିକ ସମାଜର ଠାକୁରାଣୀ ଘଟଯାତ୍ରା ଉଦଯାପିତ

ମମତା ଶତପଥୀ ଙ୍କ କବିତା ରଜ ର ଉଦ୍ଦେଶ୍ୟ

Sunil Chandra Nayak

Leave a Comment

error: Content is protected !!