ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ଲେବର କୋ-ଅପରେଟିଭ ସୋସାଇଟି ଆରମ୍ଭ କଲା ନୂଆ ସେବାକେନ୍ଦ୍ର 

ଓଡ଼ିଶା ଲେବର କୋ-ଅପରେଟିଭ ସୋସାଇଟି ଆରମ୍ଭ କଲା ନୂଆ ସେବାକେନ୍ଦ୍ର 

କଟକ : ଓଡ଼ିଶାର ଆର୍ଥିକ ତଥା ସାମାଜିକ ଅନଗ୍ରସର ଶମିକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଓ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବ କରିବା ଦିଗରେ ଦୀର୍ଘଦିନ ହେଲା ଓଡ଼ିଶା ଲେବର କୋଅପରେଟିଭ ସୋସାଇଟି କାର୍ଯ୍ୟ କରି ଆସୁଛି। ସେମାନଙ୍କୁ ସୋସାଇଟିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ସାମିଲ କରିବା ଓ ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟଙ୍କୁ ବଜାର ଦର ଠାରୁ କମ ମୂଲ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବା ସହ ଦୁର୍ଘଟଣାଜନିତ ସହୟତା ପ୍ରଦାନ କରିଆସୁଛି। ସାରା ଓଡ଼ିଶାରେ ସୋସାଇଟି ଏଭଳି କାର୍ଯ୍ୟକ୍ରମ କରିବା ସହ ବିଭିନ୍ନ ଅଞ୍ଚଳରେ ନୂଆ ସେବାକେନ୍ଦ୍ର ଖୋଲି ସେମାନଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ଦେଉଛି। ସୋସାଇଟିରେ ସାମିଲ ହୋଇଥିବା ସଦସ୍ୟ ଯେମିତି କୌଣସି ଅସୁବିଧାରେ ସମ୍ମୁଖୀନ ହେବେନାହିଁ ଓ ସେମାନଙ୍କ ହାତପାହାନ୍ତରେ ସମସ୍ତବ ସାମଗ୍ରୀ ଉପଲବ୍ଧ ହୋଇପାରିବ, ସୋସାଇଟି ଏହି ପ୍ରୟାସ ଜାରି ରଖିଛି। ଇତ୍ୟବସରେ ବାଲିଅନ୍ତା ବ୍ଲକ ସତ୍ୟଭାମାପୁରରେ ନୂଆ ଶାଖା ସୋସାଇଟି ପକ୍ଷରୁ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନ ଅବସରରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ସୋସାଇଟର ପ୍ରେସିଡେଣ୍ଟ ସୁନୀତା ବାଗ, ଆଡିସିନାଲ ସେକ୍ରେଟାରୀ ସ୍ୱରୂପ କୁମାର ରାଉତ ଯୋଗ ଦେଇଥିଲେ। ଗରିବ ଓ ଅବହେଳିତ ଶ୍ରମିକ ବର୍ଘଙ୍କ ପାଇଁ ଏହା ସାହାରା ୍‌ଯୋଗାଇବା ସହ ପ୍ରତି ପଞ୍ଚାୟତକୁ ଖୁବ୍ ଶୀଘ୍ର ଏହାର ସେବା ସଂପ୍ରସାରଣ ହେବ ବୋଲି ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି କହିଛନ୍ତି। ବାଲିଅନ୍ତା ବ୍ଲକରେ ଓଡ଼ିଶା ଲେବର କୋଅପରେଟିଭ ସୋସାଇଟିର ସମସ୍ତ ସଦସ୍ୟମାନେ ଏଣିକି ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ସହଜରେ ପାଇପାରିବା ସହ ସେମାନଙ୍କର ଆର୍ଥିକ ସ୍ୱଚ୍ଛଳତା ବୃଦ୍ଧି ପାଇବ ବୋଲି ପ୍ରେସିଡେଣ୍ଟ ସୁନୀତା ବାଗ କହିଛନ୍ତି। କେବଳ ବାଲିଅନ୍ତା ନୁହେଁ ସାରା ଓଡ଼ିଶାରେ ଓଡ଼ିଶା ଲେବର କୋଅପରେଟିଭ ସୋସାଇଟି ଉନ୍ନତିମୂଳକ କାର୍ଯ୍ୟ ଚାଲୁ ରଖିବା ସହ ଲକ୍ଷ ଲକ୍ଷ ଶ୍ରମିକମାନଙ୍କୁ ସ୍ୱାବଲମ୍ବ କରିବାରେ ପ୍ରମୁଖ ଭୂମିିକା ନେଇଛି ବୋଲି ଆଡିସିନାଲ ସେକ୍ରେଟାରୀ ସ୍ୱରୂପ ରାଉତ କହିଛନ୍ତି। ସୋସାଇଟିର ଖୋର୍ଦ୍ଧା ଜିଲ୍ଲା ମ୍ୟାନେଜର ଶ୍ରୀଧର ବେହେରା ଓ ବ୍ରାଞ୍ଚ ମ୍ୟାନେଜର ସସ୍ମିତା ପାଣ୍ଡିଆନ ଉପସ୍ଥିତ ରହିବା ସହ ବ୍ଲକର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ମୁକୁନ୍ଦପୁର ଅଞ୍ଛଳ ରେ ସିପିଆଇ (ଏମ୍ଏଲ) ଲିବରେସନ ର ମିଶ୍ରଣ ପର୍ବ ରେ ଶତାଧିକ ମହିଳା ପୁରୁଷ ଯୋଗ ଦାନ 

ଉମରକୋଟ ସାଂସଦ ପ୍ରତିନିଧି ଭାବେ ବାସନ୍ତୀ ମାଝୀ ମନୋନୀତ 

masiha

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ହକି ପ୍ରତିଯୋଗିତା ପାଇଁ ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!