ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ

ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ

ରାଉରକେଲା: ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ରାଉରକେଲା ସହରକୁ ଏକ ଦିନିକିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ସେ ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀମାନଙ୍କ ସହିତ ମତ ବିନିମୟ କରିଥିଲେ। ପ୍ରଥମ ଥର ପାଇଁ ତାଙ୍କର ମହାବିଦ୍ୟାଳୟକୁ ଗସ୍ତ ଅବସରରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଉପଲକ୍ଷେ ସେ ଏବଂ ତାଙ୍କ ସହିତ ଥିବା ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମହାବିଦ୍ୟାଳୟ ପରିସରରେ ଗୋଟିଏ ଲେଖା ବୃକ୍ଷରୋପଣ କରି ସବୁଜ ପରିବେଶ ସୃଷ୍ଟି ସମ୍ପର୍କରେ ବାର୍ତ୍ତା ଦେଇଥିଲେ । ଏହାପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟରେ ଲାଗୁ ହୋଇଥିବା ନୂତନ ଶିକ୍ଷାନୀତି-୨୦୨୦ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ନିଜର ସୃଜନାତ୍ମକ ଚିନ୍ତାଧାରାର ବିକାଶ ନିମନ୍ତେ ସମସ୍ତ ଉଦ୍ୟମ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଧାୟକ ଶ୍ରୀ ତନ୍ତୀ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ଜିଲ୍ଲାର ଏକ ପ୍ରମୁଖ ମହାବିଦ୍ୟାଳୟ ଭାବେ ପରିଚିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ବିକାଶ ସହିତ ବିଭିନ୍ନ ସମସ୍ୟାର ସାମାଧାନ ନିମନ୍ତେ ସେ ରାଜ୍ୟ ସରକାରଙ୍କ ମାଧ୍ୟମରେ ସମସ୍ତ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ପ୍ରଫେସର ସମର ମୁଦାଲିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କୁ ତାଙ୍କ ଫଟୋ ଥିବା ଏକ ସ୍ମାରକ ଉପହାର ଦେଇ ସ୍ୱାଗତ ଜଣାଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନାଉଗାଁ ଫେଷ୍ଟିଭାଲ -୨୦୨୫ରେ ସମ୍ବର୍ଦ୍ଧିତ ହେଲେ ସାହିତ୍ୟିକା ଛବିରାଣୀ ପତି

masiha

ବାଲୁଗାଁ ଭେଙ୍କେଟଶ୍ଵର ସ୍କୁଲ ର ଜନ୍ମବାର୍ଷିକୀ ପାଳିତ

Sunil Chandra Nayak

ପେଟ ପାଇଁ ଲୁହା ଓ ନିଆଁ ସହ ସଙ୍ଘର୍ଷ

masiha

Leave a Comment

error: Content is protected !!