ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ରଘୁନାଥ ମହାନ୍ତଙ୍କ ଦେହାନ୍ତ; ଝୁରୁଛି ବିଜେଡି, ଝୁରୁଛି ଅଁଳାଯୋଡି

ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ରଘୁନାଥ ମହାନ୍ତଙ୍କ ଦେହାନ୍ତ; ଝୁରୁଛି ବିଜେଡି, ଝୁରୁଛି ଅଁଳାଯୋଡି

 ମୟୂରଭଞ୍ଜ- ୧୩/୧୧ ( ମସିହା)ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକର ଅଁଳାଯୋଡି ପଞ୍ଚାୟତ ଜାହିରକୁଳତା ଗ୍ରାମର ସମାଜସେବୀ ରଘୁନାଥ ମହାନ୍ତ(୬୨)ଙ୍କର ଆଜି ପୂର୍ବାହ୍ନ ୯ଘଟିକା ପାଖାପାଖି ସମୟରେ ହୃଦଘାତରେ ଦେହାନ୍ତ ହୋଇଯାଇଛି ।ସେ ଜଣେ ସମାଜସେବୀ ଭାବେ ପରିଚିତ ।ଅଁଳାଯୋଡ଼ି ପଞ୍ଚାୟତ ଦୁଇ ଥର ସରପଞ୍ଚ ଦାୟିତ୍ୱ ନିଷ୍ଠାର ସହ ତୁଲାଇଥିଲେ ।ସେ ଆଜୀବନ ଜନତାଦଳ, ବିଜୁଜନତା ଦଳର ଜଣେ ଆଜୀବନ ସକ୍ରିୟ କର୍ମୀ ସହ ଜଣେ ଅଣ କଂଗ୍ରେସ ଏବଂ ଅଣ ବିଜେପି ରାଜନେତା ଭାବେ ସାରା ମୟୂରଭଞ୍ଜ ଜିଲ୍ଲାରେ ପରିଚିତ । ଅନ୍ୟ ଦଳ ବହୁ ପ୍ରଲୋଭନକୁ ଏଡାଇ ଦେଇ ସେ ବିଜେଡି ହାତ ଛାଡି ନ ଥିଲେ । ଆଜୀବନ ବିଜୁ ଲିଗାସୀ ଥିଲେ । ସେଜଣେ ଅମାୟିକ,ଭଦ୍ର,ନମ୍ର, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ଦେହାନ୍ତରେ ମୟୂରଭଞ୍ଜ ଜିଲ୍ଲାର ବିଜେଡ଼ିର ଅପୂରଣୀୟ କ୍ଷତି ହୋଇଛି । ଖବରପାଇ ରାଇରଙ୍ଗପୁର ବିଜେଡ଼ିର ନେତୃବୃନ୍ଦ ଇଶାନ ମିଶ୍ର,ମନୁ ଚୌଧୁରୀ, ପ୍ରାକ୍ତନ ବିଧାୟକ ସାରିବା ସୁଶିଲ ହାଁସଦା, ସ୍ବରୂପ ବେହେରା, ଟୁଣିଆ ମହାନ୍ତ ସରକାରୀ ଏପିପି ପଙ୍କଜ ଦାସ, ରାଜେନ୍ଦ୍ର ମଲ୍ଲିକ, ବସା ବାବୁ,ଜିତୁ ସାହୁଙ୍କ ସମେତ ବହୁ ଦଳୀୟ କର୍ମୀ ତାଙ୍କ ଗାଁ କୁ ଯାଇ ତାଙ୍କ ବାସଭବନରେ ଶେଷ ଦର୍ଶନ ସହ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସମସ୍ତେ ପ୍ରିୟ ସାଥୀ ରଘୁ ଭାଇଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ । ରଘୁ ମହାନ୍ତ ଜଣେ ସମାଜସେବୀ, ପରୋପକାରୀ , ମିଷ୍ଟଭାଷୀ ଓ ଦରଦୀ ବନ୍ଧୁ, ହୃଦୟବାନ ବ୍ୟକ୍ତି ଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଗୋପାଳ ସ୍ମୃତି ବିଦ୍ୟାପୀଠର ପ୍ଲାଟିନମ ଜୁବୁଲି ଉତ୍ସବ ପାଳିତ 

masiha

ପୁରୁଣାଘାଟି ରାଧେ ରାଧେ ସଂକୀର୍ତ୍ତନ କମିଟି ଆନୁକୂଲ୍ୟରେ ଷୋହଳ ପ୍ରହରୀ ନାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ

masiha

ମହିମା ପଞ୍ଚାୟତ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଜନ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!