ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଚିତ୍ରାଙ୍କନ ପ୍ରତିଯୋଗିତା ଆସନ୍ତା ୧୭ ରେ…….

ସ୍ବାମୀ ବିବେକାନନ୍ଦ ଲୋକ ସଂସଦର

ଚିତ୍ରାଙ୍କନ ପ୍ରତିଯୋଗିତା ଆସନ୍ତା ୧୭ ରେ….

ରାଉରକେଲା: ସ୍ବାମୀ ବିବେକାନନ୍ଦ ଲୋକ ସଂସଦ, ସୁନ୍ଦରଗଡ଼ ଜିଲ୍ଲା ତରଫରୁ ସୁନ୍ଦରଗଡ଼ ଜିଲ୍ଲା ରେ ୭ ଟି ସେଣ୍ଟର ଯଥା କଚାରୁ, ସୁନ୍ଦରଗଡ, ବେଦଵ୍ୟାସ, ବଣେଇ, କୁଆଁରମୁଣ୍ଡା, ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସେକ୍ଟର ୬ ସରସ୍ଵତୀ ଶିଶୁ ମନ୍ଦିରରେ ପ୍ରଥମ ରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଆସନ୍ତା ରବିବାର ୧୭ ତାରିଖ ସକାଳ ୯.୦୦ ରୁ ୧୧.୦୦ ପର୍ଯ୍ୟନ୍ତ ବିନା ଶୁଳ୍କ ରେ ଆୟୋଜନ କରାଯିଵ। ଏଥିପାଇଁ ବିଭିନ୍ନ ବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କୁ ଅନୁରୋଧ କରାଯାଉଛିକି ଆପଣମାନେ ଆପଣଙ୍କ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ ରହିଲା । ରାଉରକେଲା ପାଇଁ ସେଣ୍ଟର୍ ଗୁଡିକ ହେଲା ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଓ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ । ଏଥିପାଇଁ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପ୍ରତିଯୋଗୀ ଙ୍କ ପାଇଁ –

‘ସକାଳ ହୋଇଛି ସୂରୁଜ ଉଇଁଛି
     ସୁନାର କିରଣ ବୁଣି
ସବୁଜ କ୍ଷେତରେ ସୁନା ଢେଉ ଖେଳେ
    ଆଖି ହୋଇ ଯାଏଁ ଟାଣି’
ସମ୍ପର୍କରେ ଓ ଷଷ୍ଠରୁ ଦଶମ ଶ୍ରେଣୀ ପାଇଁ
‘ପ୍ରକୃତି ହସିବ ପାଗ ସୁଧୁରିବ
     କରିବା ବୃକ୍ଷ ରୋପଣ,
ସବୁଜିମା କୋଳେ ହସ ଆନନ୍ଦରେ
      କଟିବ ଆମ ଜୀବନ’ 

ସମ୍ପର୍କିତ ଚିତ୍ରକଳା ପ୍ରତିଯୋଗୀତା ହେବ ବୋଲି ଅନୁଷ୍ଠାନର ଆବାହିକା ଶର୍ମିଷ୍ଠା କଵିଶତପଥୀ ସୂଚନା ଦେଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଦିସ୍କନ୍ଧ ସମାଜର ୨୬ତମ ବାର୍ଷିକ ସମ୍ମିଳନୀ

ରିଷିଡାରେ ବୃହତ ଚାରା ରୋପଣ କାର୍ଯ୍ୟକ୍ରମ

masiha

ପ୍ରକାଶ ପାଇଲା ଅଘୋଷିତ କବିତା ପ୍ରତିଯୋଗିତାର ଫଳାଫଳ

masiha

Leave a Comment

error: Content is protected !!