ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭେଜିପଦର ଉ :ପ୍ରା :ବିଦ୍ୟାଳୟ ରେ ଶିଶୁ ଦିବସ ପାଳିତ

ଭେଜିପଦର ଉ :ପ୍ରା :ବିଦ୍ୟାଳୟ ରେ ଶିଶୁ ଦିବସ ପାଳିତ

ରୁପ୍ରା (ନର୍ଲା )ପ୍ରଦିପ କୁମାର ସେନାପତି ଙ୍କ ରିପୋର୍ଟ) -୧୪/୧୧-ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତେନ୍ତୁଳୀଖୁଣ୍ଟି କ୍ଲଷ୍ଟର ଅଧୀନ ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁ ଦିବସ ପାଳନ ହୋଇଯାଇଛି l ବରିଷ୍ଠ ଶିକ୍ଷକ ପ୍ରଶାନ୍ତ ଖମାରୀ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ନାଏକ, ଭାରତୀୟ ଷ୍ଟେଟ ବ୍ୟାଙ୍କ କଲେଜ ଛକ ଶାଖା ର ଶାଖା ପରିଚାଳକ ସୁମିତ କୁମାର ନାଗ, ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୂର୍ଯ୍ୟ ନାରାୟଣ ମହାନ୍ତି ଯୋଗ ଦେଇଥିଲେ l ପ୍ରାରମ୍ଭରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ଅତିଥି ମାନଙ୍କ ଦ୍ୱାରା ଧୂପ ଦୀପ ପ୍ରଜ୍ବଳନ ଓ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ଶିଶୁ ହସିଲେ ଦୁନିଆ ହସେ , ଏଣୁ ସେମାନଙ୍କୁ ଉତ୍ତମ ମାର୍ଗଦର୍ଶନ ଦେଇ ଶିକ୍ଷିତ ଓ ସଂସ୍କାରିତ କରି ଗଢି ତୋଳିବାକୁ ମତବ୍ୟକ୍ତ କରିଥିଲେ l ବର୍ତ୍ତମାନ ସମୟରେ କୋମଳମତି ଶିଶୁ ମାନଙ୍କର ବଡ଼ ଶତ୍ରୁ ହେଉଛି ସୋସିଆଲ ମିଡ଼ିଆ, ଏଣୁ ଉଜ୍ଜଳ ଭବିଷ୍ୟତ ପାଇଁ ସୋସିଆଲ ମିଡ଼ିଆ ରୁ ଦୂରେଇ ରହିବାକୁ ଅତିଥି ମାନେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ l ସାନ ଛତିକୁଡା ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ପ୍ରଭାକର ଆଚାର୍ଯ୍ୟ ଯାଦୁ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ମନୋରଞ୍ଜନ କରିଥିଲେ l ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ଵାଗତିକା ନେଗୀ, ସୁଚିତ୍ରା ମହାପାତ୍ର,ଶିକ୍ଷକ ପଦ୍ମନାଭ ମହାନନ୍ଦ ଓ ଚିନ୍ମୟ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

Related posts

ବିଷାକ୍ତ ସାପ କାମୁଡାରେ ନାବାଳିକା ମୃତ

masiha

ମାଟିଗାଁ ,ବାଣିଜରା, ଓ ବଳଦିଆମାଲ ରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲି ଉଦ୍ଘାଟିତ 

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ,ନବରଙ୍ଗପୁରଙ୍କ ପ୍ରୟାସରେ ମୁକୁଳିଲେ ଆଜୀବନ ବନ୍ଦୀ 

Sunil Chandra Nayak

Leave a Comment

error: Content is protected !!