ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଦିବସ ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଶିଶୁ ଦିବସ ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ଯୁବକ ସଂଘ ପକ୍ଷରୁ ଆଜି ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପରିସରରେ ସଫେଇ କାର୍ଯ୍ୟ ସହ ପରେ ହରଗୌରୀ ଯୁବକ ସଂଘ ପ୍ରାଙ୍ଗଣ ଠାରେ ନେହେରୁଙ୍କ ପ୍ରତିଛବିରେ ପୁଷ୍ପ ମାଳା ଦେଇ ପୂଜାର୍ଚ୍ଚନା କରି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ପାଳନ କରିଥିଲେ l ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖିରସାଗର ସାହୁ, ସମ୍ମାନିତ ଅତିଥି ପୂର୍ଣ୍ଣଚନ୍ଦ୍ର ସାହୁ, ପାଳେଶ୍ୱର ବାରିକ, ଯୁଗଳ ନାଗ, ହୃଦାନନ୍ଦ ସାହୁ, ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ହରଗୌରୀ ଯୁବକ ସଂଘର ସଭାପତି ଯୁଗେଶ ଜାନୀ, ସମ୍ପାଦକ ତୀର୍ଥରାଜ ବନଛୋର, ସାଂସ୍କୃତିକ ସମ୍ପାଦକ ଭ୍ରମର ଜାନୀ, ଅମର ଭୋଇ, ସରୋଜ ସୁନା, ନରେନ୍ଦ୍ର ମାଝୀ, ନୀଳକଣ୍ଠ ସାହୁ, ଦେବାଶିଷ ସାହୁ, କେଶବ ନନ୍ଦ, ପରମାନନ୍ଦ ସାହୁ, ରିଙ୍କୁ ନନ୍ଦ, ତନ୍ମୟ ବକୁଳ, ଉମାକାନ୍ତ ସାହୁ, ପ୍ରଦ୍ୟୁମନ ଜାନୀ, ଭେଙ୍କଟ ପ୍ରସାଦ ଜାନୀ, କ୍ରିସ ବଡ଼ମାଳୀ, ଶକ୍ତି ପ୍ରସାଦ ବଡ଼ମାଳୀ, ସତ୍ୟ ସାହୁ, ଲିଙ୍ଗରାଜ ଜାନୀ, ଭୀଷ୍ମ ଜାନୀ ଉପସ୍ଥିତ ଥିଲେ l ଶେଷରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ମାନଙ୍କୁ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବାଇକ ଓ ସାଇକେଲ ଦୁର୍ଘଟଣା, ଜଣେ ମୃତ 

masiha

ରାଇରଙ୍ଗପୁରରେ ରାଜ୍ୟ ପଞ୍ଚାୟତ ରାଜ ମନ୍ତ୍ରୀଙ୍କ ବିଭିନ୍ନ ପ୍ରଳ୍ପ ପରିଦର୍ଶନ 

masiha

ଆସନ୍ତା ୨ ଅଗଷ୍ଟରେ କେନ୍ଦ୍ରାପଡ଼ା ର ମୁଖ୍ୟ ଡାକ ଘର ସମେତ ଏହାର ଅଧୀନରେ ଥିବା ସମସ୍ତ ଉପ ଡାକ ଘର ଓ ଶାଖା ଡାକ ଘର ବନ୍ଦ ରହିବ

Sunil Chandra Nayak

Leave a Comment

error: Content is protected !!