ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ରାଜ୍ୟ ସ୍ତରୀୟ କ୍ରାନ୍ତିବୀର ବିର୍ସା ମୁଣ୍ଡା ଜୟନ୍ତୀ ମହୋତ୍ସବ ପାଳିତ

ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ରାଜ୍ୟ ସ୍ତରୀୟ କ୍ରାନ୍ତିବୀର ବିର୍ସା ମୁଣ୍ଡା ଜୟନ୍ତୀ ମହୋତ୍ସବ ପାଳିତ

ବଲାଙ୍ଗିର ତା. ୧୫. ୧୧. ସ୍ଥାନୀୟ କୋଶଲ କଳା ମଣ୍ଡଳ ପଡ଼ିଆ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ରାଜ୍ୟ ସ୍ତରୀୟ ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି l ଜୟନ୍ତୀ ସଭା ପୂର୍ବରୁ ଆଦିବାସୀ ମାନେ ପାରମ୍ପରିକ ବେସଭୁଷା, ନୃତ୍ୟ ବାଦ୍ୟ ସହିତ ସହର ରେ ସାଂସ୍କୃତିକ ଶୋଭାଯାତ୍ରା କରିଥିଲେ l ଶୋଭାଯାତ୍ରା ପରେ ଜୟନ୍ତୀ ମହୋତ୍ସବ ଉପଲକ୍ଷେ ଏକ ସଭା ମହାସଂଘ ର ସଭାପତି ବାଳକୃଷ୍ଣ ଶବର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ସଭା ରେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ବୀର ବିର୍ସା ମୁଣ୍ଡା ଙ୍କ ବଳିଦାନ, ଅବଦାନ, ଅଧୁରାସପ୍ନ କୁ ସାକାର କରିବାକୁ ଆଦିବାସୀ ନେତା ମାନେ ଉଦବୋଧନ ଦେଇଥିଲେ l ଆଦିବାସୀ ଙ୍କ ଜମି,ଜଳ, ଜଙ୍ଗଲ, ଜୀବଜନ୍ତୁ, ଜୀବନ ଜୀବିକା ର ସୁରକ୍ଷା,ସହିତ ଆଦିବାସୀ କଳା, ସଂସ୍କୃତି ଐତିହ୍ୟ, ଭାସ୍କର୍ଯ୍ୟ, ଭାଷା, ଧାର୍ମିକ ପୀଠ ର ସଂରକ୍ଷଣ ଏବଂ ପୁନଃଉଦ୍ଧାର ଆଦିବାସୀ ମାନଙ୍କୁ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ସେବା, ସାମାଜିକ, ଅର୍ଥନୈତିକ ବିକାଶ ପାଇଁ ଆଦିବାସୀ ଏକଜୁଟ ହେବାକୁ ଉଦବୋଧନ ଦେଇଥିଲେ l ସୁପ୍ରିମ କୋର୍ଟ ଦେଇଥିବା କ୍ରିମି ଲେୟାର ରାୟ ର ପୁନଃ ସମୀକ୍ଷା କରି ଉଛେଦ କରିବା, ଓଡିଶା ସ୍ଥାନ ସଂରକ୍ଷଣ ଆଇନ ଅନୁସାରେ ସରକାରୀ ବିଭାଗ ରେ ଆଦିବାସୀ ପ୍ରାର୍ଥୀ ମାନଙ୍କ ପାଇଁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ରେ ଚାକିରୀ ଦେବା, ମେଡିକାଲ, ଇଞ୍ଜିନିଅରିଙ୍ଗ, ବୃତ୍ତିଗତ ଉଚ୍ଚ ଶିକ୍ଷା ରେ ଶତକଡା ୧୨ ପ୍ରତିଶତ ବଦଳରେ ୨୩ ପ୍ରତିଶତ କୁ ବୃଦ୍ଧି କରିବା, ତ୍ରିସ୍ତରୀୟ ପଞ୍ଚାୟତ ସଂସ୍ଥା ରେ ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ ପଦବୀ ରେ ଆଦିବାସୀ ମାନଙ୍କ ପାଇଁ ୨୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ କରିବା,ପେସା ଆଇନ ଲାଗୁ କରିବା, ନକଲି ଆଦିବାସୀ ମାନଙ୍କ ଜlଲଜାତି ପ୍ରମାଣପତ୍ର ରବ୍ଦ କରିବା, ଆଦିବାସୀ ଭାଷା କୁଇ, ଗୋଣ୍ଡି, ମୁଣ୍ଡାରୀ, ହୋ, ଭୂମିଜ, ସଉରା ଭାଷା କୁ ସମ୍ବିଧାନ ର ଅଷ୍ଟମ ଅନୁସୂଚୀ ରେ ସାମିଲ କରିବା ଦାବୀ କରିଥିଲେ l ସଭା ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ମୁଖ୍ୟ ବକ୍ତା ବାଳକୃଷ୍ଣ ଶବର ନୁଆଁପଡ଼ା , ସମ୍ମାନିତ ଅତିଥି ମହାସଂଘ ର ଉପସଭାପତି ରାମ ଶବର ଗଞ୍ଜାମ , ପରମାନନ୍ଦ ମାଝୀ କଳାହାଣ୍ଡି , ଗୁପ୍ତେଶ୍ୱର ମଲ୍ଲିକ ସୋନପୁର ,ଶ୍ରୀମତୀ ବନଳତା ମାଝୀ,ଆଦିବାସୀ ନେତା ପଦ୍ମନ ପ୍ରଧାନୀ, ଦଶରଥ ଛତ୍ରିଆ, ସନ୍ତୋଷ ପୁଟା, ମନରଞ୍ଜନ ଭୋଇ, ରସିକ ଧରୁଆ,ପାଳେଶ୍ୱର ଭୋଇ, ନିତ୍ୟାନନ୍ଦ ମାଝୀ, ମୀନକେତନ ମାଝୀ, ପ୍ରଫୁଲ୍ଲ ତୁମୁନିଆଁ,କାର୍ତ୍ତିକ ମଲ୍ଲିକ, ରାମଚନ୍ଦ୍ର ମୁର୍ମୁ,ଚୌବନ କିଶୋର ମାଝୀ, ଭୁବନେଶ୍ୱର ଧରୁଆ, ଥବିର ପୂଜାରୀ ପ୍ରମୁଖ ମଞ୍ଚାସିନ ଥିଲେ l ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଂସଦl ସଭା ପରିଚାଳନା କରିଥିଲେ l

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ବେତନଟୀରେ ନୂତନ କୋର୍ଟ ବିଲଡିଂ ଉଦଘାଟନ କଲେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାର ପତି

Sunil Chandra Nayak

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ

masiha

Leave a Comment

error: Content is protected !!