ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ଏବଂ ମୋ ଅନୁଷ୍ଠାନ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କଲା ଜନହିତ ଯୁବକ ସଂଘ

ସାମ୍ବାଦିକ ଏବଂ ମୋ ଅନୁଷ୍ଠାନ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କଲା ଜନହିତ ଯୁବକ ସଂଘ

ଖଇରା,୧୫/୧୧/୨୪- ବୌଦ୍ଧକ୍ଷେତ୍ର କୁପାରି ଶୂନ୍ୟ ମଣ୍ଡପ ପରିସରରେ ବହୁ ପ୍ରସିଦ୍ଧ ମେଳା ଅନୁଷ୍ଠିତ ହୋଇଥିଲା । ଏହି ମେଳା ପ୍ରତ୍ୟେକ ବର୍ଷ ରାସପୂର୍ଣ୍ଣିମା ଦିନ ହିଁ ହୋଇଥାଏ । ଏକ ଦିବସୀୟ ମେଳା ଦେଖିବା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ସମାଗମ ହୋଇଥାଏ । ପଡୋଶୀ ଜିଲ୍ଲାରୁ ମଧ୍ୟ ଶହ ଶହ ଲୋକ ଏହି ମେଳା ଦେଖିବାକୁ ଆସିଥାନ୍ତି । ପବିତ୍ର ଶୂନ୍ୟ ମଣ୍ଡପ ପରିଦର୍ଶନ କରି ଆତ୍ମା ଶୁଦ୍ଧି କରିଥାନ୍ତି ଭକ୍ତମାନେ । ବ୍ରତଧାରୀ ମାନେ ଡଙ୍ଗା ଭସାଇ ବ୍ରତ ସମାପନ କରିଥାନ୍ତି । ବିଭିନ୍ନ ସ୍ଥାନରୁ ଦୋକାନୀ ମାନେ ଆସି ଦୋକାନ ଦେଇଥାନ୍ତି । ଲୋକମାନଙ୍କ ସେବାରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କ ସେବା କାର୍ଯ୍ୟ ଜାରି ରଖିଥାନ୍ତି । ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଜନହିତ ଯୁବକ ସଂଘ ସେବା କାର୍ଯ୍ୟ ଚାଲୁ ରଖିଥିଲା । ସଂଘର କର୍ମକର୍ତ୍ତା ମାନେ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ନିଜର ସେବା କାର୍ଯ୍ୟ ଜାରି ରଖିଥିଲେ । ବିଭିନ୍ନ ଭକ୍ତ ମାନେ ମଧ୍ୟ ତାଙ୍କ ଠାରୁ ଉତ୍ତମ ସେବା ପାଇ ଆନନ୍ଦରେ ଘରକୁ ଫେରିଥିଲେ । ଏହି ପରିପ୍ରେକ୍ଷୀରେ ଜନହିତ ଯୁବକ ସଂଘ ସାମ୍ବାଦିକ ଓ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛି । ସମ୍ବର୍ଦ୍ଧିତ ସମୟରେ ସଭାପତି ସୁରେଶ ରାଉତ ଓ ଉପଦେଷ୍ଟା ଭଉଣୀ କୁଞ୍ଜଲତା ମାହୁନ୍ତ ସମେତ ସଂଘ ଅନ୍ୟ କର୍ମକର୍ତ୍ତା ଏବଂ ମେମ୍ବର ମାନେ ଉପସ୍ଥିତ ଥିଲେ । ସଂଘ କେବଳ ବାଲେଶ୍ଵର ଜିଲ୍ଲା ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତା’ର ସେବା କାର୍ଯ୍ୟ ଜାରି ରଖିଛି । ସଂଘ ଗରିବ, ଦୀନ ଦୁଃଖୀ, ଅସହାୟର ବନ୍ଧୁ ହୋଇଥିବାରୁ ସବୁବେଳେ ଗରିବର ବନ୍ଧୁ ହୋଇ ଅସମୟ ସମୟରେ ପାଖରେ ଦଣ୍ଡାୟମାନ ହୋଇ ସାହାଯ୍ୟର ହାତ ବଢାଇଥାଏ । ସୁତରାଂ ଗରିବର ଏକମାତ୍ର ସାହାରା ଜନହିତ ଯୁବକ ସଂଘ । ସଂଘର କାର୍ଯ୍ୟକ୍ରମରେ ସନ୍ତୁଷ୍ଟ ହୋଇ ବହୁ ଲୋକ ବହୁ ପ୍ରଶଂସା କରୁଥିବାର ଦୃଷ୍ଟି ଗୋଚର ହେଉଛି । ଆଗାମୀ ଦିନରେ ଏଭଳି ସେବା କାର୍ଯ୍ୟ ଜାରି ରହିବ ବୋଲି ସଭାପତି ସଭାପତି ସୁରେଶ ରାଉତ ଗଣମାଧ୍ୟମକୁ କହିଛନ୍ତି ।।

ବାଲେଶ୍ଵର ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନଙ୍କ ଧାରଣା ତୃତୀୟ ଦିନରେ      

ଚେମ୍ୱର ଅଫ କମର୍ସ ପକ୍ଷରୁ  ନୂତନ ଉପଖଣ୍ଡ ପୋଲିସ ଅଧିକାରୀ (ଡିଏସପି) ଙ୍କୁ ସ୍ୱାଗତ ଓ ବିଦାୟୀ ଡିଏସପି ଙ୍କୁ ବିଦାୟ ସମ୍ବର୍ଧନା 

masiha

ବେଳପଡ଼ା ଆଦିବାସୀ କଲ୍ୟାଣ ସଂଘର ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!