ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କୁଟି–ଟ୍ରକ ମୁହାଁ ମୁହିଁ ଧକ୍କା ଜଣେ ଗୁରୁତ୍ତର 

ସ୍କୁଟି–ଟ୍ରକ ମୁହାଁ ମୁହିଁ ଧକ୍କା ଜଣେ ଗୁରୁତ୍ତର 

ଡାବୁଗାଁ, ୧୭/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ମହେନ୍ଦ୍ରୀ ଛକ ନିକଟରେ ରବିବାର ଅପରାହ୍ନରେ ସ୍କୁଟି–ଟ୍ରକ ମୁହାଁ ମୁହିଁ ଧକ୍କା ଜଣେ ଗୁରୁତ୍ତର | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଗରୁଡଗୁଡା ଗ୍ରାମର ମଧୁସୂଦନ ମାଝି (୨୧) ପାପଡାହାଣ୍ଡିରୁ ଆଜି ଅପରାହ୍ନ ୪ ଘ. ସମୟରେ ଡାବୁଗାଁ – ପାପଡାହାଣ୍ଡି ରାଜ୍ୟ ରାଜପଥ-୩୯ ଉପରେ ନିଜ ସ୍କୁଟି ନଂ ଓଡି ୨୪ ଡି ୫୯୮୨ ଯୋଗେ ନିଜ ଘର ଗରୁଡଗୁଡା ଗ୍ରାମକୁ ଫେରୁଥିଲେ | ମହେନ୍ଦ୍ରୀ ଛକ ନିକଟରେ ଏକ ଟ୍ରକ ନଂ ଏପି ୮୯ ୟୁଏନ ୩୩୮୮ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା | ଫଳରେ ସ୍କୁଟିରେ ଚଳାଉଥିବା ମଧୁସୂଦନ ରାସ୍ତା କଡକୁ ଛିଟିକି ପଡି ଆହତ ହୋଇଥିଲେ | ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସ୍କୁଟି କୁ ଜବତ କରି ତଦନ୍ତ କରୁଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଓଡିଆ ପକ୍ଷ ପାଳନ ଅବସରରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ 

masiha

ଜାତୀୟ ଦିବସ ପାଳନ କମିଟି (ଏନ୍ ଡି ସି ସି) ଜୟପାଟଣା ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

masiha

ବେଳାରୁଷ ଏବଂ ରୁଷ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

masiha

Leave a Comment

error: Content is protected !!