ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକରେ ଶବ ବୁହାହେବା ଘଟଣା  ଶବ ବାହକ ଗାଡ଼ି ନଦେଲେ ଆନ୍ଦୋଳନ ଚେତାବନୀ  ସାମ୍ବାଦିକ ସମୁହଙ୍କ ଆଲୋଚନା କଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

ବାଇକରେ ଶବ ବୁହାହେବା ଘଟଣା
 ଶବ ବାହକ ଗାଡ଼ି ନଦେଲେ ଆନ୍ଦୋଳନ ଚେତାବନୀ 
ସାମ୍ବାଦିକ ସମୁହଙ୍କ ଆଲୋଚନା କଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

ଲାଞ୍ଜିଗଡ, ୧୯/୧୧(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ବାଇକରେ ଶବ ବୁହା ହୋଇଯିବା ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଲାଞ୍ଜିଗଡ ବ୍ଲକରେ ଶବବାହକ ଗାଡ଼ି ପାଇଁ ରାଜ୍ୟସଭା ସାଂସଦ ସୁଜିତ କୁମାର ନିଜ ସାଂସଦ ପାଣ୍ଠିରୁ ନଅ ଲକ୍ଷ ଟଙ୍କା ଦେଇଥିବାବେଳେ ତାହା ବିନିଯୋଗ ହୋଇନଥିବାରୁ ଆହୁରି ଅସନ୍ତୋଷ ବୃଦ୍ଧି ପାଇଥିଲା। ଏହାକୁ ନେଇ ଲାଞ୍ଜିଗଡ ବ୍ଲକର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ ପ୍ରେସ କ୍ଳବ, ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନ ସମେତ ଲାଞ୍ଜିଗଡ ସାମ୍ବାଦିକ ସମୁହ ଏବଂ ନାଗରିକ କମିଟି ତରଫରୁ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦିଆଯାଇଥିଲା। ଏହାସହିତ ପନ୍ଦର ଦିନ ମଧ୍ୟରେ ଶବବାହକ ଗାଡ଼ି ଯୋଗାଇଦେବାକୁ ପଦକ୍ଷେପ ନନେଲେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଦାବିପତ୍ର ଦିଆଯାଇଥିଲା। ଏଇ ଅଭିଯୋଗକୁ ଗୁରୁତ୍ୱ ଦେବା ସହିତ ଆଜି ଲାଞ୍ଜିଗଡ ବ୍ଲକ ସାମ୍ବାଦିକ ସମୁହର କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା କରିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଚେତା ପାଣି, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ରଞ୍ଜନ ମିତ୍ର, ଡା. ନିହାରେନ୍ଦ୍ର ପଣ୍ଡା, ଡିପିଏମ ଭବାନୀଶଙ୍କର ସାହୁ, ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ଭବାନୀଶଙ୍କର ଲେଙ୍କା, ବରିଷ୍ଠ କିରାଣୀ ବ୍ରଜମୋହନ ମୁଣ୍ଡ, ବିଷ୍ଣୁ ନାଏକ, ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ପ୍ରତିନିଧି ସ୍ବଦେଶ କୁମାରଙ୍କ ସହିତ ଲାଞ୍ଜିଗଡ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗ, ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନର ସଭାପତି ନୀଲେଶ କୁମାର ନାଗ, ସାଧାରଣ ସଂପାଦକ ଗୋପାଳଦାସ ମହାନନ୍ଦ ପ୍ରମୁଖ ଆଜିର ଆଲୋଚନାରେ ଭାଗ ନେଇଥିଲେ। ଶବବାହକ ଗାଡ଼ି କିଣିବା, ଏହାର ପରିଚାଳନା ଆଦି ସମ୍ପର୍କରେ ବିଶେଷ ଆଲୋଚନା ପରେ ରୋଗୀ କଲ୍ୟାଣ ସମିତି ବୈଠକ ଜରିଆରେ ଏ ସମ୍ପର୍କରେ ଆହୁରି ଆଲୋଚନା କରାଯିବାର ଆବଶ୍ୟକତା ଥିବା ଜଣାପଡିଥିଲା। ତେବେ ଏଇ ସମୟ ମଧ୍ୟରେ କିଛି ଦିନ ସମୟ ଦେବା ଓ ଆନ୍ଦୋଳନକୁ ସ୍ଥଗିତ କରିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିବା ପରେ ଆଉ କିଛି ଧାରଣା କାର୍ଯ୍ୟକ୍ରମ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଲ୍ୟାମ୍ପସର ଵାର୍ଷିକ ସାଧାରଣ ବୈଠକ

Sunil Chandra Nayak

ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ସିଜିନ ୧୧ ପାଇଁ ପଞ୍ଜିକରଣ ଆରମ୍ଭ  , ଅଭିଭାବକ ଓ ପ୍ରତିଯୋଗୀ ଙ୍କ ମଧ୍ୟରେ ଉତ୍ସାହ

Sunil Chandra Nayak

ଜବାହାର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଘାଟିତ

masiha

Leave a Comment

error: Content is protected !!