ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୃତ୍ୟ ସଂଗମ-୨୦୨୪ “ଯୁବ ପ୍ରତିଭା” ପାଇଁ ନାମ ଘୋଷଣା

ନୃତ୍ୟ ସଂଗମ-୨୦୨୪ “ଯୁବ ପ୍ରତିଭା” ପାଇଁ  ନାମ ଘୋଷଣା

ଭବାନୀପାଟଣା– କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ପ୍ରତିଭା ଦ୍ୱାରା ଆୟୋଜିତ ଲୋକ କଳାର ମହାକୁମ୍ଭ ନୃତ୍ୟ ସଙ୍ଗମ-୨୦୨୪ ରେ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ “ଯୁବ ପ୍ରତିଭା” ମାନଙ୍କ ନାମ ଘୋଷଣା ହୋଇଯାଇଛି। ପଶ୍ଚିମ ଓଡିଶାର ଲୋକକଳା ଓ ଲୋକ ସଂସ୍କୃତିର ଗବେଷଣା ପାଇଁ ବିଶିଷ୍ଟ ନୂଆପଡା ଜିଲ୍ଲା କୋମ୍‌ନାର ଗବେଷକ ରଜତ୍ ରାଜ ପାଣିଗ୍ରାହୀଙ୍କୁ ଯୁବ ଗବେଷକ ସମ୍ମାନ, ବରଗଡ ଜିଲ୍ଲାର ବିଶିଷ୍ଟ ଢୋଲ ବାଦକ ତଥା ଯୁବ ନୃତ୍ୟଗୁରୁ ଦୀଲିପ୍ ସାହୁଙ୍କୁ ଲୋକନୃତ୍ୟ ପାଇଁ ଯୁବ ପ୍ରତିଭା ସମ୍ମାନ, କଳାହାଣ୍ଡି ଜିଲ୍ଲାର କାଣ୍ଡେଲ ଗ୍ରାମର ବିଶିଷ୍ଟ ନିଶାନ୍ ବାଦକ କମ୍ବୁପାଣି ବାଗଙ୍କୁ ଯୁବ ପ୍ରତିଭା ସମ୍ମାନ, ଭବାନୀପାଟଣାର ରାମେଶ୍ୱର ତ୍ରିପାଠୀଙ୍କୁ ଭାନୁପ୍ରକାଶ ରଥ ଯୁବ ନାଟ୍ୟ ସମ୍ମାନ, ଭବାନୀପାଟନାର ସୁଦାମ ବିଶିଙ୍କୁ ଘୁମୁରା ଓ ବଜାଶାଲ ନୃତ୍ୟ ପାଇଁ ଯୁବ ପ୍ରତିଭା ସମ୍ମାନ, ଭବାନୀପାଟଣାର ବିଶିଷ୍ଟ ନୃତ୍ୟାଙ୍ଗନା କୁନି ସାହୁଙ୍କୁ ନୃତ୍ୟାଙ୍ଗନା ସମ୍ମାନ ପ୍ରଦାନ କରିବା ପାଇଁ ଅନୁଷ୍ଠାନ ଦ୍ୱାରା ନାମ ଘୋଷିତ ହୋଇଯାଇଛି। ଏହି ବିଶିଷ୍ଟ ଯୁବ ପ୍ରତିଭା ମାନଙ୍କୁ ଆସନ୍ତା ନଭେମ୍ବର ୨୯, ୩୦ ଓ ଡିସେମ୍ବର ୧ ରେ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟେଡିୟମ୍ ଠାରେ ସମ୍ବର୍ଦ୍ଧିତ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ସ୍ଥିର କରାଯାଇଛି।

ଭବାନୀପାଟଣା ରୁ ବିଷ୍ନୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ, ଢେଙ୍କାନାଳରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୫ ପାଳିତ 

Sunil Chandra Nayak

ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା

masiha

ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ସମେତ ତିନୋଟି ସଙ୍ଗଠନର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଓ ସାରସ୍ୱତ କାର୍ଯ୍ୟକ୍ରମ ଆସନ୍ତା ୫ରେ…… 

masiha

Leave a Comment

error: Content is protected !!