ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଡେଲ ଡ଼ିଗ୍ରୀ କଲେଜ ରେ ଖୋଲିଲା ୪ଟି ନୂତନ ପାଠ୍ୟକ୍ରମ

ରାୟଗଡ଼ା – ରାୟଗଡ଼ା ଜିଲ୍ଲାର ଏକ ମାତ୍ର ସରକାରୀ ଡିଗ୍ରୀ ମହାବିଦ୍ୟାଳୟ (ମୋଡେଲ ଡିଗ୍ରୀ କଲେଜ) ରେ ଚଳିତ ବର୍ଷ ଠାରୁ ୪ଟି ନୂତନ ପାଠ୍ୟକ୍ରମ, ଭୁନେଶ୍ବରସ୍ଥିତ କହ୍ନେଇଲାଲ ଏଜୁକେଶନାଲ୍ ଏଣ୍ଡ ଚାରିଟେବୁଲ୍‌ ଟ୍ରଷ୍ଠ ର ସହଭାଗିତାରେ (PPP) Mode ଖୋଲିବା ପାଇଁ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପତ୍ର ସଂଖ୍ୟା ୨୨୯୧୮/HE-PTC-MISC-0051-2023/HE ତା – ୩୦-୦୫-୨୦୨୩ ଦ୍ଵାରା ଆଦେଶ ନାମା ଜାରି କରାଯାଇଛି।୨୦୨୩-୨୪ ଶିକ୍ଷା ବର୍ଷ ଠାରୁ ଆରମ୍ଭ ହେବାକୁ ଥିବା ପାଠ୍ୟକ୍ରମ ରେ PG ବିଭାଗରେ MSW ଓ MRM ଏବଂ UG ବିଭାଗରେ BBA & B.Sc Computer Science, ନିମନ୍ତେ ୬୪ ଲେଖାଏଁ ସିଟ୍ ଆଡମିଶନ ପାଇଁ ସ୍ଵୀକୃତି ମିଳିଛି।

ଏହି ପରିପ୍ରେକ୍ଷୀରେ କହ୍ନେଇଲାଲ୍ ଏଜୁକେଶନାଲ୍‌ ଆଣ୍ଡ ଚାରିଟେବଲ ଟ୍ରଷ୍ଠର ,ଅଧ୍ୟକ୍ଷ ଡଃ ଅଶୋକ କୁମାର ମିଶ୍ର ଏବଂ ମୋଡେଲ୍ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡଃ ବିପ୍ର ନାରାୟଣ ମଲ୍ଲିକ ଙ୍କ ମଧ୍ୟରେ ରାୟଗଡ଼ା ଜିଲ୍ଲା ଅଦାଲତର ବରିଷ୍ଠ ବାରିଷ୍ଠର ଶ୍ରୀଯୁକ୍ତ ବ୍ରଜ ସୁନ୍ଦର ନାୟକଙ୍କ ମଧ୍ୟସ୍ଥିତା ରେ ଏକ ବୁଝାବଣା ପତ୍ର ( MOU) ଦୀର୍ଘ ୧୫ ବର୍ଷ ନିମନ୍ତେ ସ୍ଵାକ୍ଷରିତ ହୋଇଛି ।

ଏହି ଚୁକ୍ତି ନାମା ସ୍ଵାକ୍ଷରିତ ସମୟରେ ମହାବିଦ୍ୟାଳୟ ର ଡଃ କୈଳାଶ ମଲ୍ଲିକ, ଡଃ ପବିତ୍ର ମୋହନ ପ୍ରଧାନ, ଡଃ ସଞ୍ଜୁକ୍ତା କୁମାରୀ ମାଝୀ, ଶ୍ରୀ ମୁଚ୍ଚି କଲ୍ୟାଣ କୁମାର, ଶ୍ରୀମତୀ ସୋଭନା ତ୍ରିପାଠୀ, ଶ୍ରୀ ବିନୋଦ ସିକାକା ତଥା ଅନ୍ୟାନ୍ୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ ସହାୟକ କର୍ମକର୍ତ୍ତା ଏବଂ କହ୍ନେଇଲାଲ୍‌ ଚାରିଟେବଲ୍‌ ଟ୍ରଷ୍ଟର CEO ଶ୍ରୀ ସରୋଜ କୁମାର ଦାଶ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଏଭଳି ଅଭିନବ ପ୍ରୟାସ କୁ ରାୟଗଡ଼ା ଭଳି ଏକ ଉପାନ୍ତ ଅଞ୍ଚରେ ଆରମ୍ଭ କରିଥିବାରୁ , ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ,ଓ କହ୍ନେଇଲାଲ୍ ଚାରିଟେବଲ୍ ଟ୍ରଷ୍ଟର ଅଧ୍ୟକ୍ଷଙ୍କୁ ରାୟଗଡ଼ା ଜିଲ୍ଲାର ବୁଦ୍ଧିଜୀବୀ, ଶିକ୍ଷାବିତ୍, ଆଇନଜୀବି, ଅଭିଭାବକ, ସାମ୍ବାଦିକ ତଥା ବିଭିନ୍ନ ମହଲରୁ ସ୍ବାଗତ କରଯାଇଛି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଏକାଦଶାହରେ ଶତାୟୁ ଧର୍ମପ୍ରାଣ ହଟ କିଶୋର ସାହୁଙ୍କୁ ଶ୍ରଦ୍ଧାଂଜଳି 

masiha

ଧରାକୋଟ ରେ ପଞ୍ଚାୟତି ରାଜ ଦିବସ ପାଳନ 

Sunil Chandra Nayak

ପାଣି ଟ୍ୟାଙ୍କରକୁ ଧକ୍କା ଦେଲା ବାଇକ୍‌, ଜଣେ ମୃତ, ଜଣେ ଗୁରୁତର 

masiha

Leave a Comment

error: Content is protected !!