ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ : ହଜାର ହଜାର ଶ୍ରଦ୍ଧାଳୁ ଓ ସାଧୁ ସନ୍ଥ ସାମିଲ: ହରେକୃଷ୍ଣ ହରେ ରାମ ଓ ମନ୍ତ୍ର ଧ୍ୱନି ରେ ପ୍ରକମ୍ପିତ ହେଲା ପରିବେଶ 

ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ :
ହଜାର ହଜାର ଶ୍ରଦ୍ଧାଳୁ ଓ ସାଧୁ ସନ୍ଥ ସାମିଲ: ହରେକୃଷ୍ଣ ହରେ ରାମ ଓ ମନ୍ତ୍ର ଧ୍ୱନି ରେ ପ୍ରକମ୍ପିତ ହେଲା ପରିବେଶ 

କନ୍ଧମାଳ : ତା, ୨୦/୧୧:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପାର୍ଶ୍ଵ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ୫ ଦିନ ଚାଲିବା ପରେ ବୁଧବାର ହଜାର ହଜାର ଶ୍ରଦ୍ଧାଳୁ ଓ ସାଧୁ ସନ୍ଥଙ୍କ ଉପସ୍ଥିତ ରେ ହରେକୃଷ୍ଣ ହରେ ରାମ ଓ ମନ୍ତ୍ର ଧ୍ୱନି ରେ ସମଗ୍ର ମନ୍ଦିର ପ୍ରକମ୍ପିତ ହୋଇଉଠିଥିଲା । ସକାଳୁ ସୂର୍ଯ୍ୟ ପୂଜା ,ସାଲା ପୂଜା ,ଦେବତା ମାନଙ୍କ ନଗର ଭ୍ରମଣ ,ଘୃତ ଯଜ୍ଞ ,ନାମ ଯଜ୍ଞ ,ଅନ୍ନ ଯଜ୍ଞ ରତ୍ନ ମୁଦ ,ପାର୍ଶ୍ଵ ଦେବା ଦେବୀଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ସହ ନୂତନ ମନ୍ଦିର ପ୍ରବେଶ ଓ ନାମ ଯଜ୍ଞ ଓ ଘୃତ ଯଜ୍ଞ ର ପୂର୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ସନ୍ତୋଷ ପଣ୍ଡା, ମଧୁସୂଦନ ଦାସ, ଡଃ.ଗୋପାଳ କୃଷ୍ଣ ପଣ୍ଡା, ସୀମାଞ୍ଚଳ ପଣ୍ଡା, ସୁରେନ ଦାସ , ବନମାଳୀ ପଣ୍ଡା,ପଦ୍ମ ଚରଣ ପାଣିଗ୍ରାହୀ ,ଏ ଶ୍ରୀନିବାସ ଦୋରା ଉପସ୍ଥିତ ରହି ମନ୍ଦିର ପ୍ରତିଷ୍ଠା କରିଥିଲେ । ସ୍ଥାନୀୟ ବ୍ରାହ୍ମଣ ସମାଜ ସଭାପତି ଚିନ୍ତାମଣି ମିଶ୍ରଙ୍କ ସମେତ ପଣ୍ଡିତ ପୀତାମ୍ବର ରଥଶର୍ମା , ପୂର୍ଣ୍ଣଚନ୍ଦ୍ର ଶତପଥୀ, ଦେବାଶିଷ ରଥ ,ଦେବୀ ପ୍ରସାଦ ରଥ ,ରାମକୃଷ୍ଣ ଆଚାର୍ଯ୍ୟ ମନ୍ତ୍ର ପାଠ କରିଥିଲେ । ଏହି ପ୍ରତିଷ୍ଠା ମହୋତ୍ସବରେ ପ୍ରତ୍ୟେକ ଦିନ ୨୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହେଉଥିବା ବେଳେ ସମଗ୍ର ଜିଲ୍ଲା ତଥା ପଡୋଶୀ ବୌଦ୍ଧ ଜିଲ୍ଲାର ୭୦ରୁ ଉର୍ଧ୍ଵ ସଂକୀର୍ତ୍ତନ ମଣ୍ଡଳୀ ଉପସ୍ଥିତ ରହି ୨୪ ପ୍ରହର ନାମ ଯଜ୍ଞରେ ଯୋଗ ଦେଇଥିଲେ । ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ଓ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ମଧ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ସାମିଲ ହୋଇଥିଲେ । ୫ ଦିନ ଧରି ଆୟୋଜିତ ହୋଇଥିବା ଏହି ପ୍ରତିଷ୍ଠା ମହୋତ୍ସବରେ ମା’ ପାଟ୍ଟଖଣ୍ଡା ମନ୍ଦିର ର ଦୂର୍ଗାପୂଜା କମିଟି, ମା’ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ, ଗାୟତ୍ରୀ ପରିବାର ,ଓଁ ଶାନ୍ତି ଅନୁଷ୍ଠାନ, ବିଶ୍ଵ ହିନ୍ଦୁ ପରିଷଦ ପୂର୍ବ ପ୍ରାନ୍ତ ର କର୍ମକର୍ତ୍ତା ,ସତ୍ୟସାଇ ସେବା ସଂଗଠନ ,ବ୍ୟବସାୟୀ ସଂଘ ,ବିଭିନ୍ନ ଯୁବକ ସଂଘ , ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ର ପ୍ରତିଷ୍ଠିତ ସାଧୁ ସନ୍ଥ ସ୍ଵାମୀ ଜୀବନ ମୁକ୍ତା ନନ୍ଦା ପୁରୀ ,ସ୍ଵାମୀ ସତ୍ୟାନନ୍ଦ ଗିରି ,ସ୍ଵାମୀ ସୃତି ସାଗର ,ସାଧୁ ପ୍ରଭାକର ଦାସ ,ସାଧୁ ବିପିନ ଦାସ ,ସନ୍ଥ ଯୋଗୀରାଜ,ଅଯୋଧ୍ୟା ଦାସ ମହାରାଜ ,ସୁରେନ୍ଦ୍ର ଦାସ ,ପ୍ରଭୁ ସେବକ ଦାସ ,ଶତୃଘନ ଦାସ ,ଆନନ୍ଦ ଦାସ ,ହନୁମାନ ଦାସ ,ଶିବାନନ୍ଦ ବ୍ରହ୍ମଚାରି ,ମୁନସି ରାମ ଦାସ ,ସାଧୁ ନନ୍ଦ ବ୍ରହ୍ମଚାରି, ପରମାନନ୍ଦ ବ୍ରହ୍ମଚାରି ପ୍ରମୁଖ ସାମିଲ ହୋଇ ଶ୍ରଦ୍ଧାଳୁଙ୍କୁ ପ୍ରତିଦିନ ଦିବ୍ୟ ଜ୍ଞାନ ପ୍ରବଚନ ମାଧ୍ୟମରେ ପ୍ରଦାନ କରିଛନ୍ତି । ଟ୍ରଷ୍ଟ ବୋର୍ଡ ଟ୍ରଷ୍ଟି ଟି.ଶ୍ରୀନିବାସ ରାଓ , ମଧୁସୂଦନ ଦାସ ,ଜୀବନାନନ୍ଦ ମହାରଣା ଓ ଲୋକନାଥ ପାଢୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିଥିଲେ ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଥୁଆମୂଳ ରାମପୁର ବ୍ଳକ ମୂଖ୍ଯାଳୟ ଠାରେ ଓ ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ

Sunil Chandra Nayak

ରାଧାକୃଷ୍ଣ ସଂକିର୍ତ୍ତନ ମଣ୍ଡଳୀ ତରଫରୁ ଶ୍ୟାମ ବାବାଙ୍କ ସୁସଜ୍ଜିତ ରଥ ଓ ନିଶାନ ଯାତ୍ରା

Sunil Chandra Nayak

କାମାକ୍ଷାନଗର ଅଂଚଳ ର ବିଭିନ୍ନ ଜାଗା ରେ ବେଶ୍ ଧୁମ ଧାମ ରେ ମକର ସଂକ୍ରାନ୍ତି ପାଳିତ

Sunil Chandra Nayak

Leave a Comment

error: Content is protected !!