ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ମତ୍ସ୍ୟ ଦିବସ ପାଳନ 

ବିଶ୍ଵ ମତ୍ସ୍ୟ ଦିବସ ପାଳନ 

ଡାବୁଗାଁ, ୨୧/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ମତ୍ସ୍ୟ ଅଧିକାରୀ ଙ୍କ କାର୍ଯ୍ୟ|ଳୟ ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ମତ୍ସ୍ୟ ଦିବସ ଗୁରୁବାର ପାଳିତ ହୋଇଯାଇଛି | ଏଥିରେ ଜିଲର ବିଭିନ୍ନ ବ୍ଲକ ରୁ ୬୦ ରୁ ଊର୍ଦ୍ଧ୍ଵ ମାଛ ଚାଷୀ, ମତ୍ସ୍ୟଜୀବୀ, ମାଛଚାଷ କରୁଥିବା ଏସଏଚଜି ସଦସ୍ୟା, ମତ୍ସ୍ୟ ଉଦ୍ୟୋଗକାରୀମାନେ ଯୋଗ ଦେଇଥିଲେ | ଏଥିରେ ଜିଲା ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ କିଶାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ମୁଖ୍ୟ ଜିଲା କୃଷି ଅଧିକାରୀ ପି. ଭି ରମନ ରାଓ, ଅତିରିକ୍ତ ଜିଲା ପ୍ରାଣୀଚିକିତ୍ସାଧିକାରୀ ଡା. ସୁନୀଲ କୁମାର ପ୍ରଧାନ, ସହକାରୀ ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ ନାୟକ ପ୍ରମୁଖ ଯୋଗ ଦେଇ ମାଛ ଚାଷ ଜରିଆରେ ମହିଳା ସଶକ୍ତି କରଣ ଉପରେ ଆଲୋଚନାକରିଥିଲେ | ଉନ୍ନତ ଜ୍ଞାନ କୌଶଳରେ କିଭଳି ମାଛ ଚାଷ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା | ମାଛ ଚାଷରେ ଉଲ୍ଲେଖନୀୟ ଅବଦାନ ପାଇଁ ପଞ୍ଚାୟତ ପୋଖରୀରେ ମାଛ ଚାଷ କରିଥିବା ନବରଙ୍ଗପୁର ବ୍ଲକ ଅଧୀନ ଚଟାହାଣ୍ଡି ଗ୍ରାମର ଓମ ଗଣେଶ ସ୍ଵୟଂ ସହାୟକ ଗୋଷ୍ଠୀ, ମତ୍ସ୍ୟପୋଖରୀ ଯୋଜନାରେ ଡାବୁଗାଁ ବ୍ଲକ ର ଚାଟିଗୁଡା ଗ୍ରାମର ଦଳସାଏ ଭତରା ଓ ତେନ୍ତୁଳିଖୁଣ୍ଟି ବ୍ଲକ ର ପ୍ରାଥମିକ ମତ୍ସ୍ୟ ସମବାୟ ସମିତିକୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ସହକାରୀ ମତ୍ସ୍ୟ ଅଧିକାରୀ ବିଜୟ କୁମାର ମାଝି ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ମତ୍ସ୍ୟ ଅଧିକାରୀ ବିଶ୍ଵଜିତ ସରକାର, ରାଜେଶ କୁମାର ଦାସ, ଏସ. ଭବାନୀ ରେଡ୍ଡୀ, ଦେବବ୍ରତ ମିତ୍ର, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଲକ୍ଷ୍ମୀପ୍ରିୟା ଦାଶ, ସଙ୍ଗୀତା ସାମଲ ଓ ମନୋରଞ୍ଜନ ମାଝି ପ୍ରମୁଖ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶ୍ରୀଅରବିନ୍ଦ ଲିଗାଲ ୟୁନିଟର ଜିଲ୍ଲା ସ୍ତରୀୟ ସମ୍ମିଳନୀ

masiha

ସମସ୍ୟା ଘେରରେ ବୁଢ଼ୀଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

masiha

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ 

masiha

Leave a Comment

error: Content is protected !!