ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଯାହାକୁ ଯେଉଁ ଥାନ

ଯାହାକୁ ଯେଉଁ ଥାନ

 ଜ୍ୟୋତ୍ସ୍ନା ରାଣୀ ଦେବୀ

 

କୋଇଲି ଡେଇଁ ଡାଳରୁ ଡାଳ 

               ଗାଇଲା କୁହୁକୁହୁ 

ଆହା କି ମିଠା ତା’ ତୁଣ୍ଡ କଥା

           ସତେ କି ଝରେ ମହୁ 

          କଜ୍ଜଳପାତି ଆସି

ମଉନେ ସେଠି ମନଦୁଃଖରେ

        ଡାଳରେ ଗଲା ବସି ।

   

ଶାଗୁଆ ଦେହ ନାଲିଆ ଥଣ୍ଟେ

        ସଜେଇ ହୋଇ ଶୁଆ

ନାଚିନାଚିକା କହିଲା କଥା

        ଆହା କି ମନଛୁଆଁ

       କଜ୍ଜଳପାତି ଭାବେ

ଦଇବ କିଆଁ କାଳିଆ କରି 

      ଗଢିଲା ମୋତେ ଭବେ ।

 

      କୋଇଲି ପରି ମଧୁର ସ୍ଵରେ 

       ପାରିଲି ନାହିଁ ଗାଇ

ଶୁଆ ପରିକା ସୁନ୍ଦର କଥା

      ପାରୁନି କିଆଁ କହି

     କେଡେ ସୁନ୍ଦର ଦିହ

ପାଇଛି ଶୁଆ କି ମନଲୋଭା

        ଥଣ୍ଟ ସାଥିରେ ମୁହଁ ।

 

ଆସି ଶିକାରୀ ଖଟାଇ ବଳ

     ଖଟାଇ କଉଶଳ

ଧରିଲା ଶୁଆ ପିଞ୍ଜରା ଭରି

       ନେଲା ଆପଣା ଘର

     ଦେଖି କଜ୍ଜଳପାତି

ଲୁଚି ବସିଲା ଗଛ ଡାଳରେ

      ପାଇଲା ବଡ ଭୀତି ।

 

କହିଲା ଆହା! ଈଶ୍ଵର ପରା

     ଜାଣନ୍ତି ସବୁ କଥା

ମିଛରେ ଖାଲି ମୁଁ ଭାବୁଥିଲି

    ପାଇଣ କେତେ ବ୍ୟଥା

      ସେ ତ ମଙ୍ଗଳମୟ

ଯାହାକୁ ଯେଉଁ ଥାନରେ ରଖି

    ଦିଅନ୍ତି ବରାଭୟ ।

 

    ବ୍ରହ୍ମପୁର, ଗଂଜାମ

Related posts

ଭାରସାମ୍ୟ ହରାଇ ଘର ଭିତରକୁ  ଧସେଇ ପଶିଲା କାର, ଜଣେ ଗୁରୁତର

Sunil Chandra Nayak

ସାମ୍ବାଦିକଙ୍କୁ ଏଏସପିଙ୍କ ଦୁର୍ବ୍ୟବହାର ସହ ମାଡ଼ ମାରା ଘଟଣା, ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!