ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

5 ମ EMRS ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ର ସମାପନ 

5 ମ EMRS ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ର ସମାପନ 

 ମୟୂରଭଞ୍ଜ-୨୨/୧୧ ( ମସିହା) ଏକଲବ୍ୟ ଆଦର୍ଶ ଆଵାସିକ ବିଦ୍ୟାଳୟ ବହଳଦା ରେ ଆୟୋଜିତ ଦୁଇ ଦିବସୀୟ କ୍ରୀଡା ଦିବସ ର ସମାପନ ହୋଇଛି l ସମାପନ ଉତ୍ସବ ରେ ମୁଖ୍ୟ ଅଥିତି ରୂପେ ରାଇରଙ୍ଗପୁର ସମନ୍ଵିତ ଆଦିବାସୀ ଉନ୍ନତି ବିଭାଗ ର ପ୍ରକଳ୍ପ ପ୍ରସାଶକ ପରୀକ୍ଷିତ ଦାସ ଏବଂ ମୁଖ୍ୟ ବକ୍ତା ରୂପେ ଜିଲ୍ଲା କଲ୍ୟାଣ ଅଧିକାରୀ ପ୍ରଦୁମ୍ନ ଦାସ ଉପସ୍ଥିତି ହୋଇ ପ୍ରତିଭାଗୀ ଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ ଏବଂ ଆଗକୁ ଛତିଶଗଡ଼ ରେ ହବାକୁ ଥିବା ଜାତୀୟ ପ୍ରତିଯୋଗିତା ରେ ଭାଗ ନବାକୁ ଚୟନୀତ ଛାତ୍ର ଛାତ୍ରୀ ଙ୍କୁ ଶୁଭେଚ୍ଛା ଦେଇଛନ୍ତି l ବିଦ୍ୟାଳୟ ର ପ୍ରାଚାଯ୍ୟ ବଳରାମ ବାରିକ ଧନ୍ୟବାଦ ପ୍ରସ୍ତାବ ଉପସ୍ଥାପନା କରିବା ସହ କାର୍ଯ୍ୟକ୍ରମ ରେ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଦେଇଛନ୍ତି l ଏହି ପ୍ରତିଯୋଗିତା ରେ ଓଡିଶା ର ବିଭିନ୍ନ ଏକଲବ୍ୟ ସ୍କୁଲ ରୁ 500 ରୁ ଅଧିକ ଛାତ୍ରଛାତ୍ରୀ ସହ 50 ଏସ୍କୋର୍ଟ ଶିକ୍ଷକ ଯୋଗ ଦେଇଥିଲେ l ଏଠାରେ ମୋଟ 12 ଟି ଏକକ ଏବଂ 6 ଟି ଗ୍ରୁପ ପ୍ରତିଯୋଗିତା ର ଆୟୋଜନ ହୋଇଥିଲା ଯୋଉଥିରେ 108 ଜଣ ପୁରସ୍କୁତ ହୋଇଥିଲେ l ମୋଟ 12 ଟି ଏକକ ପ୍ରତିଭାଗୀ ଏବଂ 6 ଟି ଗ୍ରୁପ ଏକଲବ୍ୟ ଜାତୀୟ ପ୍ରତିଯୋଗିତା ପାଇଁ ଚୟନୀତ ହୋଇଛନ୍ତି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପୁରୁଷ ହକି ବିଶ୍ଵ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା

Sunil Chandra Nayak

ଭୂବନ କପ୍ ର ଅନ୍ତିମ ଲିଗ୍ ମ୍ୟାଚ ଅନୁଷ୍ଟିତ

Sunil Chandra Nayak

ଜାତୀୟ ମୁଏଥାଇ ପ୍ରତିଯୋଗିତା ୨୦୨୩ – ଓଡିଶା ରୁ ୧୫ ମୁଏଥାଇ ଖେଳାଳି ଓ ୦୫ ଅଫିସିଆଲ ଆଣିଲେ ୮ ପଦକ (୧ ସ୍ଵର୍ଣ, ୩ ରୌପ୍ୟ ଓ ୪ ବ୍ରୋଞ୍ଜ)

Leave a Comment

error: Content is protected !!