ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହମିରପୁରରେ ସରକାରୀ ହସ୍ପିଟାଲ ଖୋଲିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର 

ହମିରପୁରରେ ସରକାରୀ ହସ୍ପିଟାଲ ଖୋଲିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର 

ରାଉରକେଲା:ଓଡିଶାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ରାଉରକେଲା ଗସ୍ତ ଅବସରରେ ହମିରପୁର ଠାରେ ଏକ ଅର୍ବାନ ପ୍ରାଇମେରୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ହମିରପୁର ଉନ୍ନୟନ ପରିଷଦ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି I କୋଡିଏ ହଜାର ବିଶେଷ କରି ଗରିବ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ହମିରପୁର ସୁନ୍ଦରଗଡ଼ ଜିଲ୍ଲାର ପୂରାତନ ରାଜସ୍ୱ ଗ୍ରାମ ଥିଲା I ପରବର୍ତୀ ସମୟରେ ଏହା ପଂଚାୟତ ଓ ପରେ ଏନଏସସି ଅଧୀନକୁ ଆସିଲା I ୧୯୯୪ ମସିହାରେ ଇଣ୍ଡଷ୍ଟ୍ରିଆଲ ଟାଉନ ଘୋଷଣା ପରେ ରାଉରକେଲା ଇସ୍ପାତ କାରଖାନା ଅଧୀନକୁ ଆସିଲା , କିନ୍ତୁ୧୯୯୮ ମସିହାରେ ଇସ୍ପାତ କାରଖାନା ଏଥିରୁ ଓହରି ଯିବାରୁ ଗ୍ରାମରେ କୌଣସି ଉନ୍ନତି ମୂଳକ କାମ ନହେବାରୁ ଗ୍ରାମବାସୀ ମାନେ ମୌଳିକ ସୁବିଧା ଯଥା ସ୍ବାସ୍ଥ୍ୟ, ଶିକ୍ଷା, ରାସ୍ତାଘାଟ, ବିଜୁଳି ଆଲୁଅ, କଣ୍ଟ୍ରୋଲ ସାମଗ୍ରୀ ଆଦିରୁ ବଂଚିତ ହୋଇ ଦୁର୍ବିସହ ଜୀବନ ଯାପନ କରୁଛନ୍ତି I ଗ୍ରାମବାସୀଙ୍କ ଅନୁରୋଧ ଫଳରେ ଏକ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ୨୦୧୮ ମସିହାରେ ଇସ୍ପାତ କାରଖାନା କର୍ତ୍ତୃପକ୍ଷ ହମିରପୁର ର ମେରିଅମ ଛକ ପାଖରେ ସାଢେ ଆଠ ଡ଼େସିମିଲ ଜମି ମୁନସିପାଲଟି କୁ ହସ୍ତାନ୍ତର କଲେ I ସେଠାରେ କାମ ଚାଲୁଥିଲା ବେଳେ ପୂର୍ବତନ ଜମି ମାଲିକ କୋର୍ଟର ଦ୍ୱାରସ୍ଥ ହୋଇଥିଲେ I ତେଣୁ ଗୋଟିଏ ଭଡ଼ା ଘରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ନେଇ ଅର୍ବାନ ପ୍ରାଇମେରୀ ସ୍ବାସ୍ଥ୍ୟ କେନ୍ଦ୍ର ଚାଲୁଥିଲା I କିନ୍ତୁ ଦୁଃଖର କଥା ସେହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଛଞ୍ଚକତା କରି ସେକ୍ଟର ୧୬ କୁ ସ୍ଥାନାନ୍ତରିତ କରି ଦିଆଗଲା । ଯାହାଫଳରେ ହମିରପୁର ଓ ପାର୍ଶ୍ଵବର୍ତ୍ତୀ ଅଂଚଳର ପ୍ରାୟ ତିରିଶ ହଜାରରୁ ଉର୍ଦ୍ଧ ଗରିବ ଆଦିବାସୀ ସ୍ବାସ୍ଥ୍ୟ ସେବା ପାଇବାରୁ ବଂଚିତ ହୋଇ ନିଜ କର୍ମକୁ ଆଦରି ଅସହାୟ ହୋଇ ପଡିଛନ୍ତି I ତେଣୁ ପୁନର୍ବାର ଏକ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ହମିରପୁର ଉନ୍ନୟନ ପରିଷଦର ସଭାପତି ଡକ୍ଟର ସୁମନ ଦତ୍ତଙ୍କ ନେତୃତ୍ୱରେ ନିରଞ୍ଜନ ଦାସ, ବେନେଡିକ୍ ଲାକଡ଼ା , କୁଂଜ୍ ବିହାରୀ ରାଉତ, ଆଲୋକ ମହାନ୍ତି, ନିରଞ୍ଜନ ନାୟକ, ଅଗସ୍ତି ଦାସ, ବିଷ୍ଣୁ ନାୟକ, ମହେନ୍ଦ୍ର ପଣ୍ଡିତ ଓ ଅନ୍ୟମାନେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ରାଉରକେଲା ହାଉସ ଠାରେ ଭେଟି ଦାବିପତ୍ର ପ୍ରଦାନ କରିଥିଲେ I ଏ ବିଷୟରେ ସ୍ଥାନୀୟ ବିଧାୟକ ଦୁର୍ଗା yଚରଣ ତନ୍ତି ମଧ୍ୟ ଅନୁରୋଧ ପତ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି I ମନ୍ତ୍ରୀ ମହୋଦୟ ଅତି ଶୀଘ୍ର ଏ ବିଷୟରେ ଆଲୋଚନା କରି ନୁଆ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିବାର ପ୍ରତିଶୃତି ଦେଇଥିଲେ I

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

48 Adivasi Students Felicitated for Academic Excellence in Sundargarh

masiha

ବ୍ଲକ ସ୍ତରୀୟ ବଳରାମ ଯୋଜନାରେ ଚାଷିଙ୍କୁ ଋଣ ଵଣ୍ଟନ ମେଳା

ରାଇରଙ୍ଗପୁର ଉଦ୍ୟାନ ବିଭାଗ ଆନୁକୂଲ୍ୟରେ ଏକ ଦୀବସୀୟ ବ୍ଳକ ସ୍ତରୀୟ ଛତୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର

Sunil Chandra Nayak

Leave a Comment

error: Content is protected !!