ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ କୋର୍ଟ ପରିସରରେ ୭୫ତମ ସମ୍ବିଧାନ ଦିବସ ପାଳିତ

ଧର୍ମଗଡ କୋର୍ଟ ପରିସରରେ ୭୫ତମ ସମ୍ବିଧାନ ଦିବସ ପାଳିତ

ଦେଶର ସମ୍ବିଧାନକୁ ପୁରିଲା ଆଜି ୭୫ବର୍ଷ। ଏହି ଅବସରରେ ଆଜି ଧର୍ମଗଡ କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି। ଉପଖଣ୍ଡ ଆଇନ ସେବା କମିଟିର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମାନ୍ୟବର ସୁରେଶ ଚନ୍ଦ୍ର ପ୍ରଧାନଙ୍କ ର ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉପଖଣ୍ଡ ସିନିଅର ସିଭିଲ ଜଜ୍ ମାନ୍ୟବର ଇପସୀ ମହାନ୍ତି, ଏସଡିଜେଏମ ମାନ୍ୟବର ପ୍ରଜ୍ଞା ପରିମିତା ସ୍ୱାଇଁ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ମାନ୍ୟବର ଶ୍ରୀଚନ୍ଦନ ସେଠୀ, ଧର୍ମଗଡ ଓକିଲ ସଂଘ ର ସଭପତି ତୁଷାର ରଞ୍ଜନ ପଟ୍ଟଯୋଶୀ,ସଂପାଦକ ଥବିର ପ୍ରସାଦ ସାହୁ, ଅତିରିକ୍ତ ସରକାରି ଓକିଲ ପୂର୍ଣ୍ଣ ଚନ୍ଦ୍ର ନାଗ ଯୋଗଦେଇ ଆମ ସମ୍ବିଧାନ ଆମ ଗର୍ବ,ଆମର ଅଖଣ୍ଡତା ଓ ଏକତାର ପ୍ରତୀକ ହେଉଛି ଆମ ସମ୍ବିଧାନ ବୋଲି ପ୍ରକାଶ କରି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଶାସନର ମୂଳ ଆଧାର ସମ୍ବିଧାନ ହୋଇଥିବା ବେଳେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଆମ ସମ୍ବିଧାନ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରିଛି ବୋଲି କହିଥିଲେ।

ବରିଷ୍ଠ ଆଇନଜୀବି ଚିନ୍ତାମଣି ପାତ୍ର, ଦିଗାମ୍ବର ଦୁରିଆ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଭବାନୀ ଚରଣ ଦାସ, ଭବାନୀ ଶଙ୍କର ପଣ୍ଡା, ରିଟେନର କଲ୍ୟାଣୀ ନାଏକ,ଆଇନ ସେବା କମିଟିର ସଦସ୍ୟ ସଂଯୁକ୍ତା ପଣ୍ଡା ସମେତ ଓକିଲ ସଙ୍ଘର ବହୁ ଆଇନଜୀବୀ ଓ କୋର୍ଟର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ASI

Sunil Chandra Nayak

ଅଗ୍ନିକାଣ୍ଡରେ ଜଳିଗଲା ଘର

Sunil Chandra Nayak

ମରଣଯନ୍ତା ପାଲଟିଛି ଚିଚିବାଇ -ବନ୍ଦକଣା ରାସ୍ତା 

masiha

Leave a Comment

error: Content is protected !!