ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ନିତୀରେ ଭରପୁର ରୁପ୍ରାରୋଡ ଗ୍ରାମ ପଞ୍ଚାୟତ

ଦୁର୍ନିତୀରେ ଭରପୁର ରୁପ୍ରାରୋଡ ଗ୍ରାମ ପଞ୍ଚାୟତ

ନର୍ଲା, 26/11: କଳାହାଣ୍ଡି ଜିଲ୍ଲାର ଏକ ବୃହତ ଗ୍ରାମ ପଞ୍ଚାୟତ ରୁପ୍ରାରୋଡ ଦୁର୍ନୀତିରେ ବୁଡ଼ି ରହିଥିବା ଚର୍ଚ୍ଚା ଆଲୋଚନା ଜୋର ଧରିଛି। ସାଧାରଣ ଜନତାଙ୍କ ଅଭିଯୋଗ ଅନୁସାରେ ଏଠାରେ କାମ କମ୍, ଦୁର୍ନୀତି ଅଧିକ ହେଉଛି। ସୋକ୍ ପିଟ୍ ଠାରୁ ଆରମ୍ଭ ହୋଇ ମନରେଗା ପର୍ଯ୍ୟନ୍ତ ଦୁର୍ନୀତିର ଚେର ଲମ୍ବିବାରେ ଲାଗିଛି। ବିକାଶ ଏଠାରେ ମୁହଁମାଡି ପଡିଥିବାବେଳେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେଉଛି। ରୁପ୍ରାରୋଡ ବସ୍ତିର ମୁଖ୍ୟ ରାସ୍ତା ଅବରୋଧ ହୋଇ ରହିଥିବାରୁ ପଥ ସଂକୀର୍ଣ୍ଣ ହୋଇଯାଇଛି। ମରାମତି ଅଭାବରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ରାସ୍ତା ଉପରେ ବୁଧବାର ସାପ୍ତାହିକ ହାଟ ବସୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଠିକ୍ ଭାବରେ ଡ୍ରେନ ସଫା ହେଉନାହିଁ କିନ୍ତୁ ସଫେଇ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଘୋଟାଲା ହେଉଛି। ପଞ୍ଚାୟତର ବିଭିନ୍ନ ଗାଁର ରାସ୍ତା ନିର୍ମାଣ ଏବଂ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ତୋଷରପାତ କରାଯାଇଛି। ଏଠାରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡ଼ିଛି। ଜଳଯୋଗାଣ ମଧ୍ୟ ଅନେକ ସମୟରେ ବନ୍ଦ ରହୁଛି। ପୂର୍ବରୁ ଲାଗିଥିବା ଅନେକ ଷ୍ଟ୍ରଟ ଲାଇଟ ଅକାମୀ ହୋଇପଡିଛି, ଷ୍ଟ୍ରିଟ ଲାଇଟ କିଣାରେ ବ୍ୟାପକ ଦୁର୍ନିତୀ ହୋଇଥିବା କଥା ହାଟରେ ପଡ଼ି ବାଟରେ ଗଡୁଛି। ଜମି ମରାମତି ଓ ପୋଖରୀଖୋଳାରେ ମଧ୍ୟ ଦୁର୍ନୀତି ଓ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଯୋଗ୍ୟ ହିତାଧିକାରୀ ଏଠାରେ ବାଦ ପଡୁଥିବାବାବେଳେ ପଇସା ଚଳୁ କରିବା ପାଇଁ ଅଯୋଗ୍ୟଙ୍କୁ ପଞ୍ଚାୟତର ବିଭିନ୍ନ ଯୋଜନାରେ ସାମିଲ କରାଯାଉଥିବା ପରି ସାଂଘାତିକ କଥା ସାମ୍ନାକୁ ଆସିବାରେ ଲାଗିଛି। ବିନା ଟେଣ୍ଡରରେ ବଜାର ଚାଲିଛି। ଏଠାରୁ ସଂଗୃହିତ ହେଉଥିବା ଟଙ୍କା ଭୁତ ଖାଇଯାଉଛି। ତେବେ ସବୁଠାରୁ ଅଧିକ ଦୁର୍ନିତୀ ଓ ଅନୀୟମିତତା ମନରେଗା ରେ ହେଉଥିବା କୁହାଯାଉଛି। ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏନେଇ ନର୍ଲା ବିଡ଼ିଓ ରିପୁନାଥ ସୁନାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଲେ, ଏନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଆରଏସଏସ ପକ୍ଷରୁ ଆସିକାରେ ଶତାବ୍ଦୀ ବର୍ଷ ପୂରଣ କାର୍ଯ୍ୟକ୍ରମ

Sunil Chandra Nayak

ବନ୍ଧୁ ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ 

Sunil Chandra Nayak

ଥୁଆମୂଳ ରାମପୁର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!