ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇମ୍ଫା ର ୬୩ ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ

ଇମ୍ଫା ର ୬୩ ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ

ଥେରୁବାଲି:- ପ୍ରଗତି ଓ ସଫଳତାର ଏକ ଅନ୍ୟ ଏକ ବର୍ଷ ପାର କରି, ଇମ୍ଫା-ଥେରୁବାଲି ଆଜି ୨୬ ନଭେମ୍ବର ୨୦୨୪ ରେ, ଏହାର ୬୩ତମ ପ୍ରତିଷ୍ଠା ଦିବସ ଥେରୁବାଲି ଠାରେ ଖୁବ ଆନନ୍ଦ ଉଲ୍ଲାସ ର ପାଳିତ ହୋଇଥିଲା। ସଂଯୋଗ କ୍ରମେ ଆଜି ଇମ୍ଫାର ପ୍ରତିଷ୍ଠାତା ସ୍ଵର୍ଗତ ଡକ୍ଟର ବଂଶୀଧର ପଣ୍ଡାଙ୍କ ଶୁଭ ଜନ୍ମ ତିଥି । ଆଜିର ଏହି କାର୍ଯ୍ୟକ୍ରମ ଇମ୍ଫା ପରିବାର ଓ ଥେରୁବାଲି ବାସୀଙ୍କର ହୃଦୟକୁ ଛୁଇଁ ପାରିଥିଲା । 

ଆଜି ଦିନ ୧୦.୩୦ ଘଣ୍ଟ ସମୟରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଥେରୁବାଲି ଅଞ୍ଚଳର ୩୦୦ ରୁ ଉର୍ଦ୍ଧ ବୃଦ୍ଧ / ବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିବା ସହିତ, ୩ ଜଣ ଶାରୀରିକ ବିକଳାଙ୍ଗ ସ୍ଵବଲମ୍ବୀ କ୍ଷୁଦ୍ର ବ୍ୟବସାୟୀ ଯଥା ଇସ୍ରାପୁ ଅମାଝୀ, ଲେଂକା ଗୀତା ଓ ପଦ୍ମା କିଶୋର ମାଜିଙ୍କୁ ଓ ଦୁର୍ଘଟଣାରେ ଗୋଟିଏ ଗୋଡ ହରେଇଥିବା ଶ୍ରୀମାନ ଚନ୍ଦ୍ରଶେଖର ପ୍ରଧାନୀଙ୍କୁ ଏକ ବ୍ୟାଟରୀ ଚାଲିତ ତିନି ଚକିଆ ମୋଟର ସାଇକଲ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇମ୍ଫା ଶିଳ୍ପ ଗୋଷ୍ଠୀର ବରିଷ୍ଠ ଉପସଭାପତି ତଥା ବ୍ୟବସାୟିକ ମୁଖ୍ୟ ଶ୍ରୀମାନ ସୁରେଶ ବାବୁ , ମୁଖ୍ୟ ଅତିଥି ଓ ଶ୍ରୀମାନ ଆଶିଷ କୁମାର ରାୟ, ଇମ୍ଫା ଥେରୁବାଲି ର ଉପସଭାପତି ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଇମ୍ଫାର ସମସ୍ତ ବିଭାଗୀୟ ମୁଖ୍ୟ, ସ୍ଥାନୀୟ ଗ୍ରାମ ପଞ୍ଚାୟତ ର ସରପଞ୍ଚ ବୃନ୍ଦ , ପଂଚାୟତ ସମିତି ଉପାଧକ୍ଷ୍ୟ , ସମିତି ସଭ୍ୟ , ସଭ୍ୟା , ଓ ସ୍ଥାନୀୟ ନିମନ୍ତ୍ରିତ ମାନ୍ୟଗଣ୍ୟ ଭଦ୍ରବ୍ୟକ୍ତିମାନେ ଓ ସ୍ଵେଚ୍ଛାସେବୀ ଗଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀମାନ ସମୀର କୁମାର ରାଉତ, ଉପମୁଖ୍ୟ ପରିଚାଳକ (ମାନବ ସମ୍ବଳ ଓ ପ୍ରଶାସନ ) ସଂଯୋଜନା କରିଥିଲେ । ଲୋକ ସମ୍ପର୍କ ବିଭାଗ , କାର୍ମିକ ଓ ସାଧାରଣ ପ୍ରଶାସନିକ ବିଭାଗ,ବଂଶୀଧର ଓ ଈଲା ପଣ୍ଡା ଫାଉଣ୍ଡେସନ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମସ୍ତ ନିମନ୍ତ୍ରିତ ଅତିଥି , ପଂଚାୟତରାଜ ପ୍ରତିନିଧି ମାନେ ଇମ୍ଫାର ଏହି ବଦାନ୍ୟତାକୁ ସମର୍ଥନ କରିବା ସହ ଓ ଧନ୍ୟବାଦ ଜଣାଇଥିଲେ।

ସନ୍ଧ୍ୟା ଘ ୪. ୩୦ମି ସମୟରେ ଇମ୍ଫା ପରିସର ମଧ୍ୟରେ ୬୩ତମ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା । ଏହି ସମାରୋହରେ ଦୀର୍ଘ କାଳୀନ ସେବା ପ୍ରଦାନ କରିଥିବା ଶ୍ରମିକ ଓ କର୍ମଚାରୀମାନଙ୍କୁ ଉପହାର ଓ ମାନପତ୍ର ଦେଇ ସମ୍ମାନିତ କରାଯିବା ସହ , ଆମ ଅଞ୍ଚଳ ବିଦ୍ୟାଲୟ ମାନଙ୍କରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚନମ୍ବର ରଖି କୃତିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରାଯାଇଥିଲା । ଇମ୍ଫା ୬୩ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନ୍ତଃବିଭାଗୀୟ କୁଞ୍ଜବିହାରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା ବିଜେତା ଓ ଦ୍ଵିତୀୟ ସ୍ଥାନ ପାଇଥିବା ଦଳକୁ ପୁରସ୍କୃତ କରାଯାଇଥିଲା । କାରଖାନା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇମ୍ଫା ଶିଳ୍ପ ଗୋଷ୍ଠୀର ବରିଷ୍ଠ ଉପସଭାପତି ତଥା ବ୍ୟବସାୟିକ ମୁଖ୍ୟ ଶ୍ରୀମାନ ସୁରେଶ ବାବୁ , ମୁଖ୍ୟ ଅତିଥି ଓ ଶ୍ରୀମାନ ଆଶିଷ କୁମାର ରାୟ, ଇମ୍ଫା ଥେରୁବାଲି ର ଉପସଭାପତି ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଇମ୍ଫାର ଶ୍ରମିକ , କର୍ମଚାରୀ , ବିଭିର୍ଣ୍ଣ ବିଭାଗର ଅଧିକାରୀ ଓ ସେମାନଙ୍କର ପରିବାର ବର୍ଗ ଉପସ୍ଥିତ ରହି ସମସ୍ତ କୃତୀ ବ୍ୟକ୍ତି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀମାନ ସମୀର କୁମାର ରାଉତ, ଉପମୁଖ୍ୟ ପରିଚାଳକ (ମାନବ ସମ୍ବଳ ଓ ପ୍ରଶାସନ ) ସଂଯୋଜନା କରିଥିଲେ । କାର୍ମିକ ବିଭାଗର ସହକାରୀ ପରିଚାଳକ ଶ୍ରୀମାନ ଶୋଭନ ଲେଙ୍କା , ଲୋକ ସମ୍ପର୍କ ଓ ସାଧାରଣ ପ୍ରଶାସନ ବିଭାଗର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ଜଳଯୋଗରେ ଆପ୍ୟାୟିତ କରାଯାଇଥିଲା । ଏହି ଦିନଟି ଇମ୍ଫାର ସମସ୍ତ ଶ୍ରମିକ ଓ କର୍ମଚାରୀ ମାନଙ୍କ ମଧ୍ୟରେ ଏକ ଉତ୍ସାହ , ଉଦ୍ଦୀପନା ଓ ନୂତନ ଗର୍ବର ଅନୁଭବ ପ୍ରଦାନ କରିଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସରକାରୀ ବାଳିକା ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଭୋଟର ଦିବସ ପାଳିତ

Sunil Chandra Nayak

ଆଦିବାସୀ ପ୍ରତିଭା ସମ୍ମାନ ପାଇଲେ କର୍ଲ।କୋଟ ଗ୍ରାମର ଗୋପୀନାଥ ଶବର

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ:ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ଲାଗୁଛି ମେସିନ :ଯୋଜନା ଶ୍ରମିକ ଙ୍କ ପାଇଁ ନା ଠିକାଦାରଙ୍କ ପାଇଁ ?

masiha

Leave a Comment

error: Content is protected !!