ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଗୋଷ୍ଠୀ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୭୦ ଜଣ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟତା ଉପକରଣ ବଣ୍ଟନ 

ରାଇରଙ୍ଗପୁର ଗୋଷ୍ଠୀ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୭୦ ଜଣ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟତା ଉପକରଣ ବଣ୍ଟନ 

ମୟୂରଭଞ୍ଜ- ୨୯/୧୧ ( ମସିହା)ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗୋଷ୍ଠୀ କାର୍ଯ୍ୟାଳୟ ଆନୁକୁଲ୍ୟରେ ବିଇଓ ସମ୍ମିଳନୀ କକ୍ଷରେ ଆଜି ୫ ଟି ବ୍ଳକ ତଥା ରାଇରଙ୍ଗପୁର,ବିଜାତଳା,ଯାମଦା,ତିରିଂ,ବହଳଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ସ୍କୁଲର ସରକାରଙ୍କ ଦ୍ବାରା ପୂର୍ବ ଚିହ୍ନଟ ୭୦ ଜଣ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀ ଙ୍କୁ ରାଇରଙ୍ଗପୁର ଭାରାପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯଜ୍ଞେଶ୍ଵର ଜେନା ବିଭିନ୍ନ ସହାୟତା ଉପକରଣ ଯଥା ଟ୍ରାଇ ସାଇକେଲ,ଆଶା ବାଡି,ଶ୍ରବଣ ଯନ୍ତ୍ର ଇତ୍ୟାଦି ବଣ୍ଟନ କରିଛନ୍ତି ।ସେହି ଛାତ୍ରଛାତ୍ରୀ ମାନଙ୍କୁ ଯିବା,ଆସିବା,ଖାଇବା ନିଃଶୁଳ୍କ ଶିକ୍ଷା ପ୍ରଶାସନ ତରଫରୁ ଦିଆଯାଇଛି ।ବିଇଓ ଶ୍ରୀ ଯଜ୍ଞେଶ୍ଵର ଜେନା କହିଥିଲେ ଦିଵ୍ଯାଙ୍ଗ ମାନେ ନିଜର ଇଛାଶକ୍ତି କୁ ସୁଦୃଢ କରିବା ଉଚିତ । କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ପାଇଁ ବିଭିନ୍ନ ଯୋଜନା ଓ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେମାନଙ୍କୁ ସଶକ୍ତ କରି ଜାତୀୟ ସ୍ରୋତରେ ଯେମିତି ସାମିଲ ହୁଅନ୍ତି ।ସେମାନେ ନିଜକୁ ଏକୁଟିଆ ଭାବନ୍ତୁ ନାହିଁ । ସେମାନଙ୍କ , ଶିକ୍ଷା, ଗୃହ,ରେସନ, ବୈଷୟିକ ଜ୍ଞାନ, ଭତ୍ତା, ନିଯୁକ୍ତି ସବୁକିଛି ବ୍ୟବସ୍ଥା କରିଛନ୍ତି । ସେମାନେ ଯେଭଳି ପରିବାରର ଓ ସମାଜର ବୋଝ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବା ଉଚିତ । କାର୍ଯ୍ୟକ୍ରମରେ ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ,ଏବିଇଓ ହେମ ମାଝୀ,ସିଆରସିସି , ରାଇରଙ୍ଗପୁର ଗୋଷ୍ଠୀ ସମ୍ବଳ ସଂଯୋଜକ ମହେଶ ମହାପାତ୍ର,ସାଗରିକା ପଣ୍ଡା ,ଵହଳଦାର ଶୁଶାନ୍ତ ଶେଣ୍ଢ ,ତିରିଂର କିଶୋର ସାହୁ,ଯାମଦା ର ସତ୍ୟବାନ୍ ଗିରି,ଵିଜାତଳାର ପ୍ରଶାନ୍ତ ଦାସ ଵିଆରଟି ପ୍ରମୁଖ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସରକାରଙ୍କ ୨୦୨୨ ସଂଶୋଧିତ ବେତନହାର ପ୍ରଦାନ କ୍ୟାବିନେଟ୍ ନିଷ୍ପତ୍ତି – ୪୮୮ ଶିକ୍ଷକ କର୍ମଚାରୀ ସଂଘର ସ୍ବାଗତ

Sunil Chandra Nayak

ଗୋଲାମୁଣ୍ଡାସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ମହିଷାକୁଦର ଗ୍ରାମର ନିମ୍ନମାନର କଂକ୍ରିଟ ରାସ୍ତା ନିର୍ମାଣ ନେଇ ବିଡ଼ିଓଙ୍କ ପାଖରେ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!