ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନଚେରଗାଁଠାରେ ବିଶ୍ୱ ଏଡସ୍ ଦିବସ ପାଳିତ 

ସାନଚେରଗାଁଠାରେ ବିଶ୍ୱ ଏଡସ୍ ଦିବସ ପାଳିତ 

ଜୁନାଗଡ଼ (ମ ନି ସ):-୧/୧୨ :-କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଆଞ୍ଚଳିକ ବସ୍ତରେଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାନଚେରଗାଁ ଠାରେ ଗତକାଲି ବିଶ୍ୱ ଏଡ୍ସସ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ସାହୁ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ। ଏହି ଦିବସରେ ଶହ ଶହ ଛାତ୍ରଛାତ୍ରୀମାନେ ଭାଗ ନେଇ ହାତରେ ପ୍ଲା କାର୍ଡ ଧରି ବିଭିନ୍ନ ନାରାବାଜି ଦେଇ କେଗାଁ ଓ ସାନଚେରଗାଁ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନତା କରିଥିଲେ । ତା ପରେ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୂଖ୍ୟ ଅତିଥିଭାବେ ଚପରିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଡ଼ଃ ଖୁସିରାମ ସୁନା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଏଡସ ରୋଗର କାରଣ ଓ ନିରାକରଣ, ସଚେତନତା, ସଂଯମତା ଉପରେ ବାର୍ତ୍ତା ପ୍ରଦାନ କରିଥିଲେ। କଲେଜର ବରିଷ୍ଠ ଅଧ୍ୟାପକ ରଞ୍ଜନ କୁମାର ପଣ୍ଡା ଭାରତୀୟ ସଂସ୍କୃତି ଉପରେ ଆଲୋଚନା କରିଥିଲେ। ଏହି ଦିବସ ପାଳନ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରଚନା, ବକୃତା , ଚିତ୍ରାଙ୍କନ,ଗୀତ ଇତ୍ୟାଦି ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଯୁବ ରେଡକ୍ରସ୍ ପରାମର୍ଶ ଦାତା ଅଗସ୍ତି ସୁନାନୀ ପରିଚାଳନା କରିଥିବାବେଳେ ଅଧ୍ୟାପକ ଥବିର ନାଏକ, ସୁଶାନ୍ତ କୁମାର ରଣା, ସୁକାନ୍ତ ଘଡେ଼ଇ, ଖେଳ ଶିକ୍ଷକ ଜୟଦେବ ପାଢ଼ୀ, ଅନୁଷ୍ଠାନର ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ବାଲୁକା କଳାରେ ସହିଦ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

masiha

ଛଉ ଓ ଝୁମର ଲୋକାନୃତ୍ୟ ମହୋତ୍ସବ ଅନୁଷ୍ଠିତ

masiha

ଭିଜନ ଓଡିଶା 2036 ଓ ବିକଶିତ ଭାରତ 2047 ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା

masiha

Leave a Comment

error: Content is protected !!