ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖୋଲିଲା ପୁଟସିଲ ଇକୋ ରିଟ୍ରିଟ୍ 

ଖୋଲିଲା ପୁଟସିଲ ଇକୋ ରିଟ୍ରିଟ୍ 

କୋରାପୁଟ :- ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲା ।ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତ ର ପୁଟସିଲ ଓ ଫୁଲବନ୍ଧ ମଧ୍ୟରେ ଥିବା ପର୍ବତ ଗିର୍ଲିମାଳୀ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଓଡ଼ିଶା ସରକାର ଗତ କିଛି ବର୍ଷ ପୂର୍ବେ ଏହାକୁ ପର୍ଯ୍ଯଟନ ସ୍ଥଳୀର ମାନ୍ଯତା ଦେଇଥିଲେ । ଏଥିସହ ଏଠାକୁ ବିଦେଶୀ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ଲାଗି ଇକୋ ଟୁରିଜିମ୍ ମାଧ୍ୟମରେ ଇକୋ ରିଟ୍ରିଟ୍ ଗଢିଥିଲେ । ଚଳିତ ବର୍ଷ ଆଉ ଗୋଟିଏ ନୂଆ ସଂସ୍ଥା ହାତରେ ଦାୟିତ୍ୱ ଦେଇଛନ୍ତି ।

ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ରବିବାର ଦିନ ଇକୋ ରିଟ୍ରିଟ୍ ର ଉଦଘାଟନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲାପାଳ ଭି କୀର୍ତ୍ତୀ ଭାସନ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଚଳିତ ବର୍ଷ ପାଇଁ ପାଇଥିବା ଦିଲ୍ଲୀର ଏକ କମ୍ପାନୀ ପକ୍ଷରୁ ଇକୋ ରିଟ୍ରିଟର ସାଜସଜା ବେଶ୍ ମନଲୋଭା ରହିଛି ଏବଂ ଏହା ଦେଶ ବିଦେଶର କୋଣ ଅନୁକୋଣର ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବ । ଅପର ପକ୍ଷେ ସମସ୍ତ ଅଗନ୍ତୁକଙ୍କ ରହଣିରେ ସଠିକ ଆତିଥ୍ୟ ଦେବାକୁ କମ୍ପାନୀ କତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ତାସହ ସ୍ଥାନୀୟ ବାସିନ୍ଦାଙ୍କୁ ପର୍ଯ୍ଯଟକମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲାପରିଷଦ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ସେ କହିଥିଲେ ଯେ ଏହା ଦ୍ୱାରା ସ୍ଥାନୀୟ ଯୁବପିଢ଼ି କର୍ମ ନିଯୁକ୍ତିର ସୁଯୋଗ ପାଇବା ସହ ରୋଜଗାର କ୍ଷମ ହୋଇ ପାରିବେ। ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଲଗ୍ନଜିତ ରାଉତ ,ତହସିଲଦାର ଦେବବ୍ରତ କରାତେ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସା,ପଟ୍ଟାଙ୍ଗି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି , ବ୍ଲକ ଅଧକ୍ଷା ଲିଲି ଅଣ୍ଟା ବିରିଆ, ଦୁଧାରି ସରପଞ୍ଚ ମାଧବ ନନ୍ଦିବାଲି, ଯୋନ ୨ ଜିଲାପରିଷଦ ସଦସ୍ୟ ମୋହନ ଯାନୀ, ନନ୍ଦପୁର ଏସ ଡ଼ି ପି ଓ ସମ୍ବିତ କୁମାର ମାଝୀ, ସେମିଳିଗୁଡା ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ସେମିଳିଗୁଡା ବିଡ଼ିଓ ଯସ୍ମୀନ କୁମାର ପ୍ରଧାନ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ସୂଚନା ଥାଉ କି ଚଳିତ ବର୍ଷ ପୁଟସିଲରେ ଖୋଲା ଯାଇଥିବା ଇକୋ ରିଟ୍ରିଟ ଦିଲ୍ଲୀର ଏକ ସଂସ୍ଥାକୁ ମିଳିଛି ଓ ସର୍ବମୋଟ ୨୮ ଟି କଟେଜ ନିର୍ମାଣ ହୋଇଛି । ସେଥିରେ ୫ ଟି ପ୍ରିମୀୟମ କଟେଜ ରହିଥିବା ବେଳେ ଅନ୍ୟ ୨୩ ଟି ଡିଲକ୍ସ କଟେଜ ରହିଛି । ଏଥିରେ ପର୍ଯ୍ୟଟକଙ୍କୁ ୫ ତାରକା ହୋଟେଲର ସମସ୍ତ ସୁବିଧା ମିଳିବା ସହ ଖେଳକୁଦ ପାଇଁ ଆଚେରୀ , ରାଇଫେଲ ସୁଟିଂ, ସାଇକେଲିଙ୍ଗ, କେରେମ, ଭଲି ବଲ,ବ୍ୟାଟମିଣ୍ଟନ ଆଦି ରହିବ ଓ ଏ ଟି ଭି ବାଇକ ରାଡିଙ୍ଗ୍ ମଧ୍ୟ ରହିଛି । ପର୍ଯ୍ୟଟକଙ୍କ ମନୋରଞ୍ଜନ ସକାଶେ କୋରାପୁଟିଆ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ତା ମଧ୍ୟ ଉପଲବ୍ଧ ରହିଛି । ପର୍ଯ୍ୟଟକଙ୍କୁ ୨୪ ଘଣ୍ଟିଆ ଜରୁରୀ ସେବା ଯୋଗାଇବା ଦେବା ନିମନ୍ତେ ପୋଲିସ , ଅଗ୍ନିଶମ ଏବଂ ମେଡିକାଲ ବିଭାଗ ପାଇଁ ୩ ଟି ସ୍ୱତନ୍ତ୍ର ଷ୍ଟଲ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶ୍ରେଷ୍ଠ ଓଡ଼ିଆଣୀ ଅଡିସନର ପ୍ରଥମ ଦିବସ

Sunil Chandra Nayak

ଡାବୁଗାଁ ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପାଳିତ 

masiha

ରାୟଗଡା ଅତିରିକ୍ତ ଜିଲ୍ଳାପାଳ ସାଧାରଣ ଭାବେ ଭାସ୍କର ରୋଇତଙ୍କ ଯୋଗଦାନ

masiha

Leave a Comment

error: Content is protected !!