ଶ୍ରୀ ଗଣେଶ କଲେଜରେ ବିଶ୍ୱ ଏଡ୍ସ ଦିବସ ଓ ନୂତନ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ଜୁନାଗଡ଼,୨/୧୨(ମନୀସ)ଜୁନାଗଡ଼ ଶ୍ରୀ ଗଣେଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ୱ ଏଡ୍ସ ଦିବସ ଓ ନୂତନ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏଡ୍ସ ସଚେତନର ବାର୍ତ୍ତା ଓ ସ୍ଲୋଗାନ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।ଏହାପରେ କଲେଜ ପରିସର ମଧ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବହୁଜନ ସଂଗ୍ରାମ ସମିତି ସଭାପତି ରଂଜନ କୁମାର ଜାଲ, ମୁଖ୍ୟ ବକ୍ତା ଭାବରେ ଶ୍ରମିକ ନେତା ବିରଞ୍ଚି ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ନରେନ୍ଦ୍ର କ୍ଷିତି, ଅଂଶୁମାନ ପାତ୍ର,ସମାଜସେବୀ ଉଦ୍ଧବ ଚରଣ ସାହୁ ଯୋଗଦାନ କରି ଏଡ୍ସ ମହାମାରୀ ନେଇ ସଚେତନତା ହେବାର ବିଭିନ୍ନ ଦିଗନେଇ ବାର୍ତା ଦେବା ସହ ଏଥିରୁ ମୁକ୍ତି ମିଳିପାରିବ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ।ଏଥି ସହ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ସହ ପରସ୍ପର ଭାତୃଭାବ ରଖି ନିଜ ପାଠ ପଢା ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କମୁଦିନି ଅଧିକାରୀ,ତ୍ରୟଲଷ୍ମୀ ପଣ୍ଡା,ଓ ଅତିଥି ପରିଚୟ ଦେଇଥିଲେ କଲେଜ ଅଧ୍ୟକ୍ଷ ଗଣେଶ ନାଏକ, କଲେଜ ପରିଚାଳକ କିଶୋର ଚନ୍ଦ୍ର ଶତପଥୀ ଛାତ୍ର ଛାତ୍ରୀ ମାନଙ୍କୁ ଉସାହିତ କରିବା ସହ ଏହି କଲେଜକୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ଗଢି ତୋଳିବା ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା।ସେହିପରି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ବରିଷ୍ଠ ସମ୍ବାଦିକ ସୁନ୍ଦରମୋହନ ଛତ୍ରୀଅ।,ଉଗ୍ରେସେନ କନ୍ଦପାନ ,ସପ୍ତେଶ୍ଵର ପାଢ଼ୀ ପ୍ରମୁଖ ଉପସ୍ଥିତ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସହିତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ କଲେଜ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ସକ୍ରିୟ ସହଯୋଗ କରିଥିଲେ।
ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

