ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଣାର୍କ ମହୋତ୍ସବରେ ଓମ୍‌ପ୍ରକାଶଙ୍କ ବାଲୁକା କଳା

କୋଣାର୍କ ମହୋତ୍ସବରେ ଓମ୍‌ପ୍ରକାଶଙ୍କ ବାଲୁକା କଳା

କର୍ଲାମୁଣ୍ଡା: ଡ଼ିସେମ୍ବର ୧ ତାରିଖରୁ କୋଣାର୍କ ବେଳାଭୂମିରେ ଚାଲୁଥିବା ଆର୍ନ୍ତଜାତିକ ବେଳାଭୂମି ମହୋତ୍ସବର ଦ୍ଵିତୀୟ ଦିବସରେ ବିକଶିତ ଭାରତ, ନିଶାମୁକ୍ତ ଭାରତ ଶୀର୍ଷକ ବାଲୁକା କଳା ନିର୍ମାଣ କରାଯାଇଥିଲା l ଏଥିରେ ପ୍ରତିନିଧିତ୍ବ କରୁଥିବା କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଗ୍ରା.ପ. ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମର ଯୁବ ବାଳୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଓ ସାଥୀମାନେ ସୁନ୍ଦର ଭାବରେ ବାଲୁକା କଳାରେ ନିଶା ମୁକ୍ତ ଅଭିଯାନର ସାରଥି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିକୃତି ନିର୍ମାଣ ସହ ସ୍ବଚ୍ଛ ଭାରତ ନମୂନା ମଧ୍ୟ ଅଙ୍କନ କରିଛନ୍ତି l ଓମ୍‌ପ୍ରକାଶଙ୍କ ଟିମ୍‌ରେ ଗଞ୍ଜାମର ସତ୍ୟନରାୟଣ ମହାରଣା, ପୁରୀର ବିଶ୍ବନାଥ ଜେନା ଓ ଶ୍ରୀଧର କୁମାର ଦାସ ସାମିଲ ରହି ସହଯୋଗ କରୁଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ

Sunil Chandra Nayak

ରାଉରକେଲାରେ ୭୯ତମ ସ୍ବାଧୀନତା ଦିବସ ପାଳନ

Sunil Chandra Nayak

ନବରଙ୍ଗପୁର ସାଂସଦ ଙ୍କ ସମୀକ୍ଷା ବୈଠକ 

masiha

Leave a Comment

error: Content is protected !!