ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଣାର୍କ ମହୋତ୍ସବରେ ଓମ୍‌ପ୍ରକାଶଙ୍କ ବାଲୁକା କଳା

କୋଣାର୍କ ମହୋତ୍ସବରେ ଓମ୍‌ପ୍ରକାଶଙ୍କ ବାଲୁକା କଳା

କର୍ଲାମୁଣ୍ଡା: ଡ଼ିସେମ୍ବର ୧ ତାରିଖରୁ କୋଣାର୍କ ବେଳାଭୂମିରେ ଚାଲୁଥିବା ଆର୍ନ୍ତଜାତିକ ବେଳାଭୂମି ମହୋତ୍ସବର ଦ୍ଵିତୀୟ ଦିବସରେ ବିକଶିତ ଭାରତ, ନିଶାମୁକ୍ତ ଭାରତ ଶୀର୍ଷକ ବାଲୁକା କଳା ନିର୍ମାଣ କରାଯାଇଥିଲା l ଏଥିରେ ପ୍ରତିନିଧିତ୍ବ କରୁଥିବା କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଗ୍ରା.ପ. ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମର ଯୁବ ବାଳୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଓ ସାଥୀମାନେ ସୁନ୍ଦର ଭାବରେ ବାଲୁକା କଳାରେ ନିଶା ମୁକ୍ତ ଅଭିଯାନର ସାରଥି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିକୃତି ନିର୍ମାଣ ସହ ସ୍ବଚ୍ଛ ଭାରତ ନମୂନା ମଧ୍ୟ ଅଙ୍କନ କରିଛନ୍ତି l ଓମ୍‌ପ୍ରକାଶଙ୍କ ଟିମ୍‌ରେ ଗଞ୍ଜାମର ସତ୍ୟନରାୟଣ ମହାରଣା, ପୁରୀର ବିଶ୍ବନାଥ ଜେନା ଓ ଶ୍ରୀଧର କୁମାର ଦାସ ସାମିଲ ରହି ସହଯୋଗ କରୁଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବହୁଜନ ସମାଜ ପାର୍ଟି ତରଫରୁ ଆମ୍ବେଦକର ଜନ୍ମଜୟନ୍ତୀ ଅନୁଷ୍ଠିତ

masiha

କେନାଲ ପାଣି ରେ ଭାସି ଗଲେ ବ୍ୟକ୍ତି , ୧୫ ଘଣ୍ଟା ପରେ ଶବ ଉଦ୍ଧାର 

Sunil Chandra Nayak

ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ

masiha

Leave a Comment

error: Content is protected !!