ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ଲିଫ୍ଟିଂ ଚମ୍ପିୟାନସିପ ଆସନ୍ତା ୭ ରେ….

ରାଜ୍ୟ ଲିଫ୍ଟିଂ ଚମ୍ପିୟାନସିପ ଆସନ୍ତା ୭ ରେ….

ରାଉରକେଲା: ରାଜ୍ୟ ଲିଫ୍ଟିଂ ଚମ୍ପିୟାନସିପ ଆସନ୍ତା ୭ ତାରିଖ ଦିନ ସକାଳ ୯ ଟାରେ ସେକ୍ଟର ୭ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ସେକ୍ଟର ୭ ରାୟିମା କ୍ଲବ୍ ଠାରେ ଅରଜିନାଲ ପାୱାର କ୍ଲବ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ଲବ୍ ର ସମ୍ପାଦକ ଓ ପି ସିଂ, ରିଶି ସେବକ, ସୁରେଶ ଶର୍ମା, ଉମେଶ ସିଂ, ରାୟିମା ର ସମ୍ପାଦକ ବାସୁଦେବ ବାନାର୍ଜୀ, ଉପସଭାପତି ରବିନ୍ଦ୍ର ଗୈାଡ ଓ ସୁନ୍ଦରଗଡ ଜିଲ୍ଲା କ୍ରୀଡା ସଂଗଠନ ର ନିଳେଶ୍ବର ସାହୁ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ ତୃଣମୂଳ ସ୍ତରରୁ ପାୱାର ଲିଫ୍ଟିଂ ପାଇଁ କ୍ରୀଡାବିତ୍ ସୃଷ୍ଟି କରିବା ଅନୁଷ୍ଠାନର ଲକ୍ଷ୍ୟ। ବିଗତ ଦିନରେ ସୈ।ମ୍ୟରଞ୍ଜନ ରାଉତରାୟ,ମୈ।ସୁମୀ ଦାସ ଏଠାରୁ ଚୟନ ହୋଇ ଜାତୀୟ ସ୍ତରରେ ଖେଳିଛନ୍ତି। ସେହିପରି ସଚିନ୍ଦ୍ର କେରକେଟା ଷ୍ଟ୍ରଙ୍ଗମ୍ୟାନ ଓଡିଶା ୨୦୨୩ ହୋଇପାରିଛନ୍ତି। ରୋହିତ ରାଜ ଭଟ୍ଟ, ଅଞ୍ଜଳି ସାହୁ,ଲବ ମହାନନ୍ଦିଆ, କଲ୍ୟାଣୀ ସିଂ ପ୍ରମୁଖ ହରିଆଣା ଠାରେ ଆୟୋଜିତ ଜାତୀୟ ଚମ୍ପିୟାନସିପ ରେ ରୈ।ପ୍ୟ ପଦକ ହାସଲ କରିଛନ୍ତି। ଏହି ଖେଳ ଇଣ୍ଡିଆନ ପାୱାର ଲିଫ୍ଟିଂ ଫେଡେରେସନ ଦ୍ବାରା ସ୍ଵିକୃତି ପାଇଥିବା ବେଳେ ଏହି କାର୍ଯ୍ୟକ୍ରମର ପୃଷ୍ଟପୋଷକ ଶିଳ୍ପପତି ଡି ଆର ପଟ୍ଟନାୟକ ଙ୍କ ଜନ୍ମ ଦିବସ ରେ ଏହାକୁ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ। ଶେଷରେ ଶ୍ରୀ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଗାମୀ କାର୍ଯ୍ୟକ୍ରମ ପାଇଁ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ପ୍ରସ୍ତୁତି ବୈଠକ 

masiha

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

ତେରେସିଂହାରେ ମାଁ ଗଜଲକ୍ଷ୍ମୀ ମହୋତ୍ସବ: ଯୋଗଦେଲେ ନର୍ଲା ବିଧାୟିକା ମନୋରମା ମହାନ୍ତି

Sunil Chandra Nayak

Leave a Comment

error: Content is protected !!