ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ଲିଫ୍ଟିଂ ଚମ୍ପିୟାନସିପ ଆସନ୍ତା ୭ ରେ….

ରାଜ୍ୟ ଲିଫ୍ଟିଂ ଚମ୍ପିୟାନସିପ ଆସନ୍ତା ୭ ରେ….

ରାଉରକେଲା: ରାଜ୍ୟ ଲିଫ୍ଟିଂ ଚମ୍ପିୟାନସିପ ଆସନ୍ତା ୭ ତାରିଖ ଦିନ ସକାଳ ୯ ଟାରେ ସେକ୍ଟର ୭ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ସେକ୍ଟର ୭ ରାୟିମା କ୍ଲବ୍ ଠାରେ ଅରଜିନାଲ ପାୱାର କ୍ଲବ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ଲବ୍ ର ସମ୍ପାଦକ ଓ ପି ସିଂ, ରିଶି ସେବକ, ସୁରେଶ ଶର୍ମା, ଉମେଶ ସିଂ, ରାୟିମା ର ସମ୍ପାଦକ ବାସୁଦେବ ବାନାର୍ଜୀ, ଉପସଭାପତି ରବିନ୍ଦ୍ର ଗୈାଡ ଓ ସୁନ୍ଦରଗଡ ଜିଲ୍ଲା କ୍ରୀଡା ସଂଗଠନ ର ନିଳେଶ୍ବର ସାହୁ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ ତୃଣମୂଳ ସ୍ତରରୁ ପାୱାର ଲିଫ୍ଟିଂ ପାଇଁ କ୍ରୀଡାବିତ୍ ସୃଷ୍ଟି କରିବା ଅନୁଷ୍ଠାନର ଲକ୍ଷ୍ୟ। ବିଗତ ଦିନରେ ସୈ।ମ୍ୟରଞ୍ଜନ ରାଉତରାୟ,ମୈ।ସୁମୀ ଦାସ ଏଠାରୁ ଚୟନ ହୋଇ ଜାତୀୟ ସ୍ତରରେ ଖେଳିଛନ୍ତି। ସେହିପରି ସଚିନ୍ଦ୍ର କେରକେଟା ଷ୍ଟ୍ରଙ୍ଗମ୍ୟାନ ଓଡିଶା ୨୦୨୩ ହୋଇପାରିଛନ୍ତି। ରୋହିତ ରାଜ ଭଟ୍ଟ, ଅଞ୍ଜଳି ସାହୁ,ଲବ ମହାନନ୍ଦିଆ, କଲ୍ୟାଣୀ ସିଂ ପ୍ରମୁଖ ହରିଆଣା ଠାରେ ଆୟୋଜିତ ଜାତୀୟ ଚମ୍ପିୟାନସିପ ରେ ରୈ।ପ୍ୟ ପଦକ ହାସଲ କରିଛନ୍ତି। ଏହି ଖେଳ ଇଣ୍ଡିଆନ ପାୱାର ଲିଫ୍ଟିଂ ଫେଡେରେସନ ଦ୍ବାରା ସ୍ଵିକୃତି ପାଇଥିବା ବେଳେ ଏହି କାର୍ଯ୍ୟକ୍ରମର ପୃଷ୍ଟପୋଷକ ଶିଳ୍ପପତି ଡି ଆର ପଟ୍ଟନାୟକ ଙ୍କ ଜନ୍ମ ଦିବସ ରେ ଏହାକୁ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ। ଶେଷରେ ଶ୍ରୀ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋରୁମହିଷାଣୀ ବ୍ଳକ ଶିକ୍ଷା ଓ ପ୍ରଶିକ୍ଷଣ ଆନୁକୁଲ୍ୟରେ ବନମହୋତ୍ସବ 

masiha

ଉତ୍କଳ ସମ୍ମିଳନୀ ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ତଥା ନବରଙ୍ଗପୁର ଜିଲ୍ଲା ସଂଗଠନର ବାର୍ଷିକ ଉତ୍ସବ ନେଇ ପୂର୍ବ ପ୍ରସ୍ତୁତି ବୈଠକ 

masiha

ଗୋଲାମୁଣ୍ଡା ବ୍ଲକରେ ମଧୁବାବୁ ନୂତନ ଭତ୍ତା ବଣ୍ଟନ: ୨୨୯ ହିତାଧିକାରୀ ଉପକୃତ

Leave a Comment

error: Content is protected !!