ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଶକ୍ତି ସଦନ ଠାରେ ଆନ୍ତର୍ଜାତୀୟ ମହିଳା ନିରୋଧ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ଼ ଶକ୍ତି ସଦନ ଠାରେ ଆନ୍ତର୍ଜାତୀୟ ମହିଳା ନିରୋଧ ସଚେତନତା କାର୍ଯ୍ୟକ୍ରମ

ମହିଳା ଓ ଶିଶୁ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧ ସଚେତନତା ଦିବସ ପରିପ୍ରେକ୍ଷୀରେ ଧର୍ମଗଡ଼ ସ୍ଥିତ ଶକ୍ତି ସଦନ ସହଯୋଗରେ ଚାଲିଥିବା ୧୬ ଦିନିଆ ଅଭିଯାନ ‘ଘରୋଇ ହିଂସା ନିରୋଧ’ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଏଥିରେ ବରିଷ୍ଠ ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଶୀ ସାମ୍ୱାଦିକ ବିଦ୍ୟାଧର ସାହୁ, ବୈଦ୍ୟନାଥ ବେହେରା ଯୋଗଦେଇ ସାଇବର କ୍ରାଇମ୍ ଓ ଅନ ଲାଇନ୍ ସେଫଟି ଉପରେ ଶକ୍ତି ସଦନ ର ଅନ୍ତେବାସୀନି ମାନଙ୍କ ସହିତ ଆଲୋଚନା କରିଥଲେ। ଶକ୍ତି ସଦନ ର ପରିଚାଳିକା ସ୍ୱାତି ମହାନ୍ତି, କାଉନସେଲର ସରସ୍ଵତୀ ନାଏକ କର୍ମୀ ରୋଜାଲିନ ନାଏକ, ସୋଭାସିନି ରାଉତ ଓ ଖଦୀ ଭଣ୍ଡାର ର ମ୍ୟାନେଜର ଦେବରାଜ ମହାନନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ।ମହିଳା ହିଂସାକୁ ଦୂର କରିବା ପାଇଁ ସରକାରୀ ସ୍ତରରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଓ ଜନସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ଯ ଅନ୍ତେଃବାସୀନି ମାନଙ୍କୁ ଅବଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସପ୍ତାହ ବ୍ୟାପି ଚାଲିବ।

ମସିହା ନିଉଜ ସର୍ଭିସ…

Related posts

ଅପରେସନ ସିନ୍ଦୁର ପରାକ୍ରମ କୁ ସମ୍ମାନ ଜଣାଇ ବିଜେପି ପକ୍ଷରୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା

masiha

ଗର୍ଭଣା ସଙ୍କରାନ୍ତି ଓ ଶ୍ରାଦ୍ଧ ପାଇଁ ସବୁ ପରିବା ଦର ୮0 ରୁ ୧00 ମଧ୍ୟବିତ୍ତ ଓ ଗରିବ ଙ୍କ ଉପରେ ମହଙ୍ଗା ମାଡ଼

Sunil Chandra Nayak

ଦୁଇ ବାଇକ୍ ମୁହାଁମୁହିଁ; ଜଣେ ମୃତ ଜଣେ ୨ ଗୁରୁତର , ଗୁରୁତର ବାରିପଦା ସ୍ଥାନାନ୍ତର 

masiha

Leave a Comment

error: Content is protected !!