ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କପିଳାସ ପୀଠ କୁ ବିଶ୍ଵସ୍ତରୀୟ କରିବା ଲାଗି ପ୍ରୟାସ କରୁଛନ୍ତି ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ 

କପିଳାସ ପୀଠ କୁ ବିଶ୍ଵସ୍ତରୀୟ କରିବା ଲାଗି ପ୍ରୟାସ କରୁଛନ୍ତି ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ 

ଦ୍ୱାଦଶ ଶତାବ୍ଦୀର ଗଙ୍ଗବଂଶୀୟ କୀର୍ତ୍ତିରାଜି ତଥା ରାଜ୍ୟର ଐତିହ୍ୟ ସମ୍ପନ୍ନ ପ୍ରସିଦ୍ଧ ଶୈବପୀଠ ଦ୍ୱିତୀୟ କୈଳାସ ଭାବେ ନୈସର୍ରିକ ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ କପିଳାସ ପୀଠର ଶ୍ରୀ ଚନ୍ଦ୍ରଶେଖର ଜୀଉ ୮00 ବର୍ଷର ପ୍ରାଚୀନ କୀର୍ତ୍ତିରୂପେ ଦଣ୍ଡାୟ ମାନ l ଏହି ଐତିହ୍ୟ ପୂର୍ଣ୍ଣ ଶୈବପୀଠ ଆଜି ସମ୍ପୂର୍ଣ ଅବହେଳିତ ଓ ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଚିଛି l ଏଠି ପ୍ରତେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ ପୂଜା ପ୍ରବାଣୀ ଜାଗର, ବୋଲବମ୍ବ ସମୟରେ ଲକ୍ଷାଧିକ ଭିଡ଼ ହୋଇଥାଏ l କପିଳାସ ପୀଠକୁ ବିଶ୍ୱସ୍ତରୀୟ କରିବାଲାଗି ରାଜ୍ୟସରକାର ଆଗେଇ ଆସନ୍ତୁ ବୋଲି ଢେଙ୍କାନାଳ ର ଅଗ୍ରଣୀ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ୟୁଥ କ୍ଲବ ର ସଦସ୍ୟ ମାନେ ଭେଟି ଢେଙ୍କାନାଳ ର ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମହୋଦୟ ଙ୍କ ସହିତ ସକାରାତ୍ମକ ଆଲୋଚନା କରି କପିଳାସ ପୀଠ କୁ ବିଶ୍ଵସ୍ତରୀୟ କରାଯିବାପାଇଁ ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ ତରଫରୁ ୪୦ ଗୋଟି ପ୍ରସ୍ତାବ ଦେଇଛନ୍ତି l ଖୁବ ଶୀଘ୍ର କପିଳାସ ପୀଠ ର ଉର୍ନ୍ନତି ପାଇଁ କମିଟି ଗଠନ କରିବା ସହିତ ସବୁ ଅଧିକାରୀ ନେଇ ଆଲୋଚନା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି l

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ମହାନ୍ ଦାର୍ଶନିକ କାର୍ଲ ମାର୍କସ ଙ୍କ ୨୦୮ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ପକ୍ଷରୁ ପାଳିତ

masiha

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଜବ ବ୍ୟବସ୍ଥା,  ଛାତ୍ରର ପିତାମାତାଙ୍କୁ ପ୍ରିନ୍ସପାଲ ଙ୍କ କଡା ନିର୍ଦ୍ଦେଶ ଛାତ୍ରକୁ ପାଠ ପଡ଼ିବା ପାଇଁ ଆଜି ହିଁ ସୁଚନା ଆଜି ହିଁ ନାମ ପଞ୍ଜିକରଣ ନଚେତ ନାହିଁ

Sunil Chandra Nayak

ବିଭିନ୍ନ ଦାବୀ ନେଇ ଧର୍ମଗଡ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ଧର୍ମଗଡ ବ୍ଲକ ପକ୍ଷରୁ ବିକ୍ଷୋଭ ଓ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!