ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପର୍ବତ୍ୟାଞ୍ଚଳରେ ନୂଆପଡା ଜିଲ୍ଲାପାଳ ସ୍ବାଧା ଦେବ ସିଂ, ଏସପି ପ୍ରତ୍ୟୁଷ ଦିବାକର 

 ନୂଆପଡା ଜିଲ୍ଲାପାଳ ସ୍ବାଧାଦେଵ ସିଂ ଏବଂ ନୂଆପଡା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଜିଲ୍ଲାର ଉପାନ୍ତ ଏବଂ ପାର୍ବତ୍ୟାଅଞ୍ଚଳ ପାଟଧରାକୁ ପରିଦର୍ଶନ କରିଛନ୍ତି।ସେଠାରେ ସ୍କୁଲ ସମସ୍ୟା ସାଙ୍ଗକୁ ପାନୀୟ ଜଳ, ଗମନାଗମନ ସୁବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି। କୁଇମୁଣ୍ଡା ଠାରେ ନଲା ଉପରେ ବ୍ରିଜ ନିର୍ମାଣ ନେଇ ଗ୍ରାମବାସୀ ମାନେ ଦାବୀ କରିଥିଲେ।ସ୍କୁଲ ସମସ୍ୟା ନେଇ ସିଆଲଲଟି ଶିକ୍ଷା ବିଭାଗ ସିଆରସିସି ବୈଷ୍ଣବ ଦୁରିଆ ସହ ଆଲୋଚନା କରିଛନ୍ତି। ପାଟଧରା ଠାରେ ଏକ ଆଶ୍ରମ ସ୍କୁଲ ସ୍ଥାପନ କଲେ ଉପରେ ଥିବା ୮/୯ ଗୋଟି ସ୍କୁଲ ଛାତ୍ର ଛାତ୍ରୀ ଆବାସିକ ବିଦ୍ୟାଳୟରେ ରହି ଅଧ୍ୟୟନ କରିବା ପ୍ରସ୍ତାବ ଦେଇଥିଲେ। ପାର୍ବତ୍ୟାଅଞ୍ଚଳରେ ଶିକ୍ଷକଙ୍କୁ ଆସି ଶିକ୍ଷାଦାନ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଥିଲେ। ସେହିପରି ପର୍ବତ୍ୟାଞ୍ଚଳରେ ଶିକ୍ଷାଦାନ କରୁଥିବା ଶିକ୍ଷକ ନିଜର ୧/୨ ବର୍ଷ ପରେ ନିଜ ପସନ୍ଦ ସ୍କୁଲ କୁ ବଦଳି ହେବା ବ୍ୟବସ୍ଥା କରିବା ଜରୁରୀ ଅଟେ। ଏହି ବ୍ୟବସ୍ଥା ଲାଗୁ ହେଲେ ଶିକ୍ଷକମାନେ ପାର୍ବତ୍ୟାଅଂଚଳରେ ଶିକ୍ଷାଦାନ ପାଇଁ ଅଧିକ ରୁଚି ଦେଖାଇବେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବନ ବିଭାଗର ମନରେଗା ଅର୍ଥର ଦୁରୁପଯୋଗ 

Sunil Chandra Nayak

ତାତି ହୁ ହୁବଢୁଛି କିନ୍ତୁ ଜଳଛତ୍ର ଖୋଲୁନି

Sunil Chandra Nayak

ବାଲ୍ୟ ବିବାହ ନିଷେଧ ପାଇଁ ସପ୍ତାହବ୍ଯାପୀ ସଚେତନତା କାର୍ଯ୍ୟକ୍ରମ ର ଜିଲ୍ଲା ସ୍ତରୀୟ ଉଦ୍ ଯାପନି କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!