ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪  ଦ୍ବିତୀୟ ଦିନ ନାୟିକା ରାଉରକେଲା ର ନାଟକ ଶୂନ୍ୟତା ଓ ଉପହାର ନାଟକ ମୋତେ ବଞ୍ଚିବାକୁ ଦିଅ ମଞ୍ଚସ୍ଥ 

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ 

ଦ୍ବିତୀୟ ଦିନ ନାୟିକା ରାଉରକେଲା ର ନାଟକ ଶୂନ୍ୟତା ଓ ଉପହାର ନାଟକ ମୋତେ ବଞ୍ଚିବାକୁ ଦିଅ ମଞ୍ଚସ୍ଥ 

ରାଉରକେଲା: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ର ଦ୍ବିତୀୟ ଦିବସରେ ଦୁଇଟି ନାଟକ ମଞ୍ଚସ୍ଥ ହୋଇଯାଇଛି। ପ୍ରଥମ ଟି ନାୟିକା ରାଉରକେଲା ର ନାଟକ ଶୂନ୍ୟତା ଓ ଦ୍ବିତୀୟ ର ଉପହାର ପ୍ରାୟୋଜିତ ନାଟକ ମୋତେ ବଞ୍ଚିବାକୁ ଦିଅ ମଞ୍ଚସ୍ଥ ହୋଇଯାଇଛି। ଝିଲିମା ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକତ୍ର ର କାର୍ଯ୍ୟକାରୀ ସଭାପତି ଆଲୋକ ବୋଷ ଓ ଆବାହକ କୈଳାଶ ପାଣିଗ୍ରାହୀ ଙ୍କ ଆବାହକତ୍ଵରେ ଉଦଘାଟକ ଭାବେ ଶର୍ମିଷ୍ଠା କବିଶତପଥୀ , ଅତିଥି ଭାବେ ରିମ୍ସ ର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ, ସମାଜସେବୀ ଆନନ୍ଦ ଚନ୍ଦ୍ର ମହାନ୍ତି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଏକତ୍ର ରାଉରକେଲା ର ପ୍ରୟାସକୁ ସାଧୁବାଦ ଦେଇଥିଲେ। ପ୍ରାରମ୍ଭରେ ଏକତ୍ର ର ଆବାହକ କୈଳାଶ ପାଣିଗ୍ରାହୀ ସ୍ବାଗତ ଭାଷଣ ଓ ସଭାପତିତ୍ବ କରୁଥିବା ଶ୍ରୀ ବୋଷ ସଭାପତିତ୍ବ ଅଭିଭାଷଣ ଓ ଶେଷରେ ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରଥମ ନାଟକ ନାଟ୍ୟକାର ଓ ନିର୍ଦ୍ଦେଶିକା କନକଲତା ଦାସ ଙ୍କ ଶୂନ୍ୟତା ମଞ୍ଚସ୍ଥ ହୋଇଥିଲା। ଶୂନ୍ୟତା ର କାହାଣୀଟି ଏହିପରି। ହରିଆ ଓ ସର ସବୁ ଦମ୍ପତିଙ୍କ ଭଳି ଛୁଆଟିଏ ପାଇବା ପାଇଁ ବହୁତ ଦିନ ଧରି ଅପେକ୍ଷା କରି ବସିଛନ୍ତି। ହରିଆ ମା ମଧ୍ୟ ବହୁତ ଦିନ ବିତିଯିବାରୁ ଆଶା ଛାଡିଥିଲା ବେଳେ ହଠାତ୍ ଦିନେ ତାଙ୍କ ଘରକୁ ନୂଆ ଅତିଥି ଆସିବ ବୋଲି ଖବର ଆସିଛି। ମାତ୍ର ଛୁଆଟି ଘରକୁ ନଆସି ଅନ୍ୟ ଜଣଙ୍କ ଘରକୁ ଚାଲିଯାଇଛି। ସର ଆଉ ହରିଆ ଖୋଜି ଖୋଜି ତାକୁ ପାଇଛନ୍ତି,ହେଲେ ତାକୁ ଘରକୁ ଆଣିବେ କି ନାହିଁ ଦ୍ବନ୍ଦରେ ଅଛନ୍ତି ଦମ୍ପତି। ଏହିଭଳି ଏକ ନାଟକକୁ ନେଇ ସୃଷ୍ଟି ହୋଇଛି ଶୂନ୍ୟତା। ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି କନକଲତା ଦାସ। ସଂଗୀତ ରେ ପୁଲିନ ରାଉତରାୟ, ମଞ୍ଚସଜ୍ଜାରେ ପ୍ରଳୟ ଶତପଥୀ, ଋପସଜ୍ଜାରେ କଲ୍ୟାଣୀ ଦାସ ଓ ଆଲୋକ ତଥା ଶବ୍ଦରେ ସୋନୁ ସହଯୋଗ କରିଥିବା ବେଳେ ଅଭିନୟରେ ଶୁଭଶ୍ରୀ ବାରିକ, ଇପ୍ସିତା ପଣ୍ଡା,କ୍ଷିରୋଦା ବାରିକ, ପୂର୍ଣ୍ଣିମା ପଣ୍ଡା,କୁରିଂ ଦାସ , କଲ୍ୟାଣୀ ଦାସ, ଚନ୍ଦ୍ରକାନ୍ତି ମହାପାତ୍ର,ତ୍ରିଷ୍ଣା ଦାସ,ମନୀଷା ସ୍ବାଇଁ, ବୈଜୟନ୍ତୀ ବେହେରା, ସନ୍ଧ୍ୟା ପଟ୍ଟନାୟକ ପ୍ରମୁଖ ଅଭିନୟ କରିଥିଲେ। ପ୍ରଛଦପଟ ରେ ଶାନ୍ତି, ଅରୁନ୍ଧତୀ,ରୁନୁ, ମମତା, ମୀନତି ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଦ୍ବିତୀୟ ନାଟକ ଉପହାର ପ୍ରାୟୋଜିତ ସୂର୍ଯ୍ୟକାନ୍ତ ଙ୍କ ରଚିତ ଓ ସଚ୍ଚି ସାହୁ ଙ୍କ ନିର୍ଦ୍ଦେଶିତ ନାଟକ ମୋତେ ବଞ୍ଚିବାକୁ ଦିଅ ମଞ୍ଚସ୍ଥ ହୋଇଥିଲା। ନାରୀ କିପରି ସବୁବେଳେ ଅବହେଳିତ ଓ ଭୃଣ ହତ୍ୟା ସମ୍ପର୍କରେ ଏହି ନାଟକ ପ୍ରଦର୍ଶିତ ହୋଇଥିଲା । ଏଥିରେ ବୀଣାପାଣି ମହାରଣା , ବିଜୟ ଦାସ , ଚିନ୍ମୟ ପତି,ସୁମିତ ଗୈାଡ, ତମନ୍ନା ମହାନ୍ତି, ନୀଳ କିଶୋରୀ ନାୟକ, ସୁଶ୍ରୀ ପ୍ରିୟା ପାତ୍ର,ଶ୍ରେୟସ୍ରୀ ଦାସ, ଅର୍ପିତା ପାତ୍ର,ସିଲ୍କ ପଲେଇ, ସାହାଣୀ ପଲେଇ, ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ଅଭିନୟ କରିଥିଲେ। ମଞ୍ଚ ସଜ୍ଜା ପ୍ରଳୟ ଶତପଥୀ, ସଂଗୀତ ରେ ସିମରନ୍ ରାୟ, ନୃତ୍ୟ ରେ ବାପି ପଲେଇ ନିର୍ଦ୍ଦେଶନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଜ୍ଞାନନ୍ଦ ମହାନ୍ତି , ସରୋଜ ଶଙ୍ଖୁଆ,ସୁରେନ୍ଦ୍ର ପାଢ଼ୀ, ଅକ୍ଷୟ ଧଳ, ପ୍ରବୀର ଜେନା, ରାଜକୁମାର ମହାନ୍ତି, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ କଲ୍ୟାଣୀ ଦାସ ଓ ଶାନ୍ତି ଦାସ ପ୍ରମୁଖ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ରେ ମହମ୍ମଦ ଜୟନ୍ତୀ ପାଳିତ

masiha

ଆଦର୍ଶ ପାଠାଗାରର ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବ

Sunil Chandra Nayak

ମଗଧା ପାଲିଲେ ହରାଲି ଉଆଁସ 

Sunil Chandra Nayak

Leave a Comment

error: Content is protected !!