ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ସ୍ତରୀୟ ଗିତାଭିନୟ ଓଡିଶୀ ନୃତ୍ୟ ମହୋତ୍ସବ କାର୍ଯ୍ୟକ୍ରମ

ଢ଼େଙ୍କାନାଳ: ଐତିହ୍ୟ ଓ କଳା ସଂସ୍କୃତି ସମ୍ପନ୍ନ ଉତ୍କଳ ପ୍ରସଙ୍ଗ ଭୁକ୍ତ ଓଡିଶୀ ନୃତ୍ୟକୁ କେନ୍ଦ୍ର କରି ମୀରାବାଇ କେନ୍ଦ୍ର ଭୁବନ ଠାରେ ଭଗବାନ ଗୁରୁ ଙ୍କ ଅଧ୍ୟକ୍ଷତା ରେ ରାଜ୍ୟ ସ୍ତରୀୟ ଗୀତାଭିନୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଗତ ୧୮ ତାରିଖ ରୁ ଆରମ୍ଭ ହୋଇଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ରୂପେ କାମାକ୍ଷାନଗର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ସାହୁ, ମୂଖ୍ୟ ବକ୍ତା ଭାବେ ଓଡିଶା କଳା ଓ ସଂସ୍କୃତି ସଂଘ ର ଉପସଭାପତି ଶ୍ରୀଯୁକ୍ତ ଅବନୀ କାନ୍ତ ମିଶ୍ର , ସମ୍ମାନୀତ ଅତିଥି ଭାବେ ଭୂବନ ବ୍ଲକ୍ ସଂସ୍କୃତି ସଂଘର ଉପ ସଭାପତି ଶ୍ରୀଯୁକ୍ତ ଅଶୋକ ସାମଲ, ଓଡ଼ିଶା ର ବିଶିଷ୍ଟ ସାହିତ୍ୟିକ ତଥା ଆଲୋଚକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ମହୋଦୟ ମଞ୍ଚାସୀନ ହୋଇ ମହୋତ୍ସବ କୁ ସରସ ସୁନ୍ଦର ଓ ପ୍ରାଣବନ୍ତ କରିଛନ୍ତି। ଓଡ଼ିଶା ର ବହୁ ପ୍ରତିଷ୍ଠିତ ନୃତ୍ୟ ଶିଳ୍ପୀ ଓ ନୃତ୍ୟ ଅନୁଷ୍ଠାନ ନିଜର ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ବିଭୋର କରି ଛନ୍ତି । ଦୀର୍ଘ ତିନି ଦିନ ଧରି ଏହି ଭାବ ରସ ତାଳ ଯୁକ୍ତ ଏହି ନୃତ୍ୟ ପରିବେଷଣ ଓଡିଶୀ ନୃତ୍ୟ_ସଙ୍ଗୀତ ଜଗତ ରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିବା ସହ ଜନ ମାନସ ରେ ଓଡ଼ିଆ ମାଟିର ବାସ୍ନା ଛୁଟାଇ ପାରି ଅଛି ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ରାୟଗଡ ଜିଲ୍ଲାପାଳଙ୍କ ମୁନିଗୁଡା ବ୍ଲକରେ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Sunil Chandra Nayak

ଦାଦନ ମହିଳାଙ୍କ  ମୃତ୍ୟୁ , ଦୁଇ ବର୍ଷ ତଳେ ଦାଦନ ଖଟିବାକୁ ଯାଇଥିଲେ 

Sunil Chandra Nayak

ବିଜେଡି ପକ୍ଷରୁ ବହଳଦା ବିଡିଓ’ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!