ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର 

ଧର୍ମଗଡ ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର 

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାର ପକ୍ଷରୁ ଧର୍ମଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି ।ବିଡିଓ ଶରତ କୁମାର ପାତ୍ର ଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବାରିକ, ଛିଲିପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ , , ସାମାଜିକ କର୍ମି ହିମାଂଶୁ ପଣ୍ଡା, ଡ଼ିଡ଼ିଆରସି ସଦସ୍ୟ ନିବେଦିତା ସାହୁ, ବିଭୁଦତ୍ତ ମିଶ୍ର,ଲକ୍ଷପତି ପୁଝାରୀ,ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ମଞ୍ଚାସୀନ ହେବାପରେ ସନ୍ଥ କବି ଭୀମଭୋଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ୱଳନ କରିଥିଲେ । ଶିବିର ରେ ମୋଟ ୬୦୬ ଜଣ ଭିନ୍ନକ୍ଷମଙ୍କ ନାମ ପଞ୍ଜିକରଣ ହୋଇଥିବା ବେଳେ ୨୩୭ ଜଣ ଙ୍କୁ ଭିନ୍ନକ୍ଷମ ପରିଚୟପତ୍ର, ୨୧ ଜଣକୁ ଡିଆରଆଇ ଲୋନ , ୮୫ ଜଣକୁ ବସ୍ ପାସ, ୨୮ ଜଣଙ୍କୁ ଟ୍ରେନ ପାସ ପ୍ରଦାନ କରାଯଇଥିବା ବେଳେ , ୧୨ ଜଣଙ୍କୁ ହୁଇଲଚେୟାର ୯ଜଣ ଙ୍କୁ ଟ୍ରାଇସାଇକେଲ ଓ ୧୨ ଵାଣି ଶ୍ରୀ ସ୍କଲାରସିପ ପ୍ରଦାନ କରା ଯାଇଥିଲା । ଶିବିର ରେ ଅସ୍ଥି ସଲ୍ୟ ବିଶେଷଜ୍ଞ ଡ଼ାକ୍ତର ସୁନୀଲ ପାଢ଼ୀ, କର୍ଣ୍ଣ ଗଳା ଓ ନାଶା ବିଶେଷଜ୍ଞ ପ୍ରଦ୍ୟୁମ୍ନ କିଶୋର ପଣ୍ଡା, ଚକ୍ଷୁ ବିଶେଷଜ୍ଞ ବିକାଶ ରଞ୍ଜନ ନାୟକ, ମାନସିକ ରୋଗୀ ବିଶେଷଜ୍ଞ ଅନନ୍ତ ଚରଣ ମେହେର ପ୍ରମୁଖ ଭିନ୍ନକ୍ଷମ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଭିନ୍ନକ୍ଷମ ମାନଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ଷ୍ଟଲ ମାନ କରାଯାଇଥିଲା। ମୋଟ ୬୦୬ଜଣ ଭିନ୍ନ କ୍ଷମ ଏଠାରେ ନାମ ପଞ୍ଜୀକୃତ କରିଥିବା ବେଳେ, ୨୩୭ ଜଣ ଭିନ୍ନ କ୍ଷମ ପ୍ରମାଣ ପତ୍ର,୮୫ ଜଣ ଙ୍କୁ ବସ ପାସ,୨୮ ଜଣ ଙ୍କୁ ଟ୍ରେନ ପାସ,୨୧ ଜଣ ଙ୍କୁ ଡି ଆର ଆଈ ଋଣ,୧୨ ଜଣ ଙ୍କୁ ବାଣି ଶ୍ରୀ ସ୍କୋଲାର ସିପ, ୯ଜଣ ଙ୍କୁ ଟ୍ରାଇ ସାଇକେଲ ଓ ୧୨ ଜଣ ଙ୍କୁ ହ୍ବିଲ ଚେୟାର ପ୍ରଦାନ କରା ଯାଇଥିଲା । ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଦମୟନ୍ତୀ ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସହାୟକ ଦେବେନ୍ଦ୍ର କୁମାର ଆଚାର୍ଯ୍ୟ,କନିଷ୍ଠ ସହାୟକ ଲୋକନାଥ ଭାଟି ସମେତ ସମସ୍ତ ବ୍ଲକ କର୍ମଚାରୀ କାର୍ଯ୍ୟକ୍ରମ ଅୟୋଜନ ରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ବନ୍ଧୁଗାଁ ଶ୍ରୀ ଶିରିଡ଼ି ସାଇ ବାବା ମନ୍ଦିରର ୨ୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ

masiha

ଜିଲ୍ଲା ରେ ଅପପୃଷ୍ଟି କୁ ରୋକିବା ପାଇଁ ଆଉ ପାଦେ ଆଗେଇଲା ପ୍ରଶାସନ

Sunil Chandra Nayak

୪୩ ଟି ଅଭିଯୋଗ ଶୁଣାଣି କଲେ ଜିଲ୍ଲାପାଳ 

masiha

Leave a Comment

error: Content is protected !!